ଓଡିଶା

ଋଣ ବୋଝ ପାଇଁ ବାପାଙ୍କୁ ମାରିଲା ପ୍ରଫେସଙ୍କ ପୁଅ

ଋଣ ବୋଝ ପାଇଁ ବାପାଙ୍କୁ ମାରିଛନ୍ତି ଉଚ୍ଚଶିକ୍ଷିତ ପୁଅ। ବୁଧବାର ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ଅଭିଯୁକ୍ତ ଅନିରୁଦ୍ଧ ଚୌଧୁରୀ ଏକ ଘରୋଇ ଆଇନ କଲେଜରେ ପ୍ରଫେସର ଭାବେ ଚାକିରି କରୁଥିଲେ। ହେଲେ ସେ ଋଣ ବୋଝରେ ବୁଡ଼ି ରହିଥିଲେ। ଏହାପରେ ଋଣ ଶୁଝିବାକୁ ସେ ବାପା ସୁନୀଲ ଚୌଧୁରୀଙ୍କୁ ଟଙ୍କା ମାଗିଥିଲେ। ହେଲେ ବାପା ଟଙ୍କା ଦେବାକୁ ମନା କରିଦେବାରୁ କ୍ରୋଧବଶତଃ ଛୁରୀ ଭୁସି ତାଙ୍କୁ ହତ୍ୟା କରିଛନ୍ତି।

ସୂଚନା ଅନୁଯାୟ, ନାଲକୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି ଜଣେ ପ୍ରଫେସର୍ ପୁଅ। ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର ଡିଏଚପିଏଲ୍ ନାମକ ଏକ ଆପାର୍ଟମେଣ୍ଟରେ ଏହି ହତ୍ୟାକାଣ୍ଡ ଘଟିଛି। କୌଣସି କାରଣରୁ ବାପା ଓ ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହତ୍ୟା ହୋଇଥିବା କୁହାଯାଉଥିଲା। ମୃତକ ହେଲେ ସୁନୀଲ ଚୌଧୁରୀ ଏବଂ ଅଭିଯୁକ୍ତ ପୁଅ ହେଲେ ଅନିରୁଦ୍ଧ ଚୌଧୁରୀ। ଅଭିଯୁକ୍ତ ରାଜଧାନୀର ଏକ ଘରୋଇ ଆଇନ ମହାବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି। ସେ ବିବାହିତ। ରାତି ପ୍ରାୟ ୩ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button