ବିଚାର

ଭଗବାନ ଶ୍ରୀକୃଷ୍ଣ କୁହନ୍ତି , ଏହି 5 ଟି କାରଣରୁ ମଣିଷ ହୋଇଥାଏ ଗରିବ – Gita ଉପଦେଶ

ନମସ୍କାର ବନ୍ଧୁଗଣ ତେବେ ସମସ୍ତେ ଚାହାନ୍ତି କି ସେମାନଙ୍କ ପାଖରେ ଧନ ବୃଦ୍ଧି ହେଉ ସେମାନେ ଧନୀ ହୋଇ ରହନ୍ତୁ । ତେବେ ଧନୀ ଗରିବ ହେବା ନିଜ କର୍ମ ଉପରେ ହିଁ ନିର୍ଭର କରିଥାଏ । ଲୋକମାନେ ଭଲ କର୍ମ କଲେ ତାଙ୍କୁ ଫଳ ମଧ୍ୟ ଭଲ ମିଳେ ଏବଂ ଖ-ରା-ପ କାମ କଲେ ଖ-ରା-ପ ଫଳ ଏବଂ ସେହି ପରି ନିଜ କର୍ମ ଅନୁସାରେ ହିଁ ଲୋକମାନେ ଧନୀ ଗରିବ ହୋଇଥାନ୍ତି । ତେବେ ଶ୍ରୀକୃଷ୍ଣ ଗୀତା ରେ କହିଛନ୍ତି କି ମନୁଷ୍ୟ ର କିଛି ଏପରି ଭୁଲ କାର୍ଯ୍ୟ ଯୋଗୁଁ ସେ କେବେବି ଧନୀ ହୋଇ ପାରେ ନାହିଁ। ତେବେ ଆସନ୍ତୁ ଜାଣିନେବା ସେହି କାର୍ଯ୍ୟ ଗୁଡିକ କଣ ଯାହା ଦ୍ୱାରା ଦାରିଦ୍ର୍ୟତା ବୃଦ୍ଧି ହୁଏ।


୧- ପ୍ରଥମ ରେ ହେଉଛି ଯେଉଁ ଘରେ ଭଗବାନ ଙ୍କୁ ଭୋଗ ନ ଲଗେଇ ନିଜେ ଭୋଜନ ପ୍ରଥମେ କରି ଦିଅନ୍ତି । ସେହି ଘରେ ଧନର ବୃଦ୍ଧି ହୁଏ ନାହିଁ । କାରଣ ଯେଉଁ ଈଶ୍ୱର ଆପଣଙ୍କୁ ଏହି ଅନ୍ନ ଦେଇଥାନ୍ତି ତାଙ୍କୁ ହିଁ ଆପଣ ଭୋଗ ନଲଗାଇବା ତାଙ୍କ ନିରାଦାର କଲା ଭଳି । ତେଣୁ ସର୍ଵଦା ପ୍ରଥମେ ଭଗବାନ ଙ୍କୁ ଭୋଗ ଲଗେଇବା ପରେ ଅନ୍ନ ଗ୍ରହଣ କରିବା ଉଚିତ । ଏହା ଛଡା ଗୋମାତା ଯିଏ ଆମକୁ କ୍ଷୀର ଦିଏ ଏବଂ ଯାହା ଭିତରେ ଦେବତା ମାନେ ବାସ କରନ୍ତି ତାଙ୍କୁ ମଧ୍ୟ ଘରୁ ରୁଟି କିମ୍ବା ଅନ୍ନ ଦେବା ଆବଶ୍ୟକ ତେବେ ଯେଉଁମାନେ ଏହି କାର୍ଯ୍ୟ କରି ନଥାନ୍ତି ସେମାନେ ସର୍ଵଦା ଗରିବ ହିଁ ରହିଥାନ୍ତି ।


୨- ଦ୍ଵିତୀୟ ରେ ହେଉଛି ଯେଉଁ ଲୋକମାନେ ଦାନ ଧର୍ମ କରନ୍ତି ନାହିଁ । ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ରାଗି ଯାଇଥାନ୍ତି। କାରଣ ଧନର ସଦୁପଯୋଗ ହେଉଛି ଦାନ ଧର୍ମ । ତେବେ ଦାନ କରିବା ଦ୍ୱାରା ଆପଣଙ୍କୁ ସେହି ଲୋକ ମାନଙ୍କ ର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ଆପଣଙ୍କ ର ଉନ୍ନତି ଘଟେ । ତେଣୁ ନିଜ ସାମର୍ଥ୍ୟ ଅନୁସାରେ ଦାନ ଧର୍ମ କରିବା ଉଚିତ ଏବଂ ଆବଶ୍ୟକ ଅଟେ । ଏହା ଛଡା ଦ୍ୱାର ରେ ଆସିଥିବା ଭିକ୍ଷୁକ ଙ୍କୁ ମଧ୍ୟ ନିରାଶ କରିବା ଉଚିତ ନୁହେଁ ।


୩- ତୃତୀୟ ରେ ହେଉଛି ମହିଳା ମାନଙ୍କୁ ଅସମ୍ମାନ କରିବା । ତେବେ ଶ୍ରୀକୃଷ୍ଣ କୁହନ୍ତି କି ନାରୀ ହେଉଛି ମାତାଲକ୍ଷ୍ମୀଙ୍କ ର ହିଁ ରୂପ । ତେଣୁ ଯେଉଁ ଘରେ ନାରୀ ମାନଙ୍କ ର ଅପମାନ ହୁଏ କିମ୍ବା ସେମାନଙ୍କ ସହ ଖରାପ ବ୍ୟବହାର କରାଯାଏ ସେହି ଘରେ ଧନ କେବେବି ବୃଦ୍ଧି ହୁଏ ନାହିଁ ଏବଂ ସେମାନଙ୍କ ଘରେ ସର୍ଵଦା ଦାରିଦ୍ର୍ୟତା ଦେଖାଯାଇଥାଏ ।


୪- ଚତୁର୍ଥ ରେ ହେଉଛି ଯେଉଁମାନେ ଜୁଆ ଖେଳନ୍ତି । ତେବେ ଜୁଆ ଖେଳିବା ହେଉଛି ଧନ ର ଦୁରପଯୋଗ କରିବା । ତେଣୁ ମାତାଲକ୍ଷ୍ମୀ ଜୁଆ ଖେଳୁଥିବା ବ୍ୟକ୍ତି ପାଖରେ କେବେବି ବାସ କରନ୍ତି ନାହିଁ ଏବଂ ସେମାନଙ୍କ ଜୀବନରେ ଦାରିଦ୍ର୍ୟତା ଭରି ରହିଥାଏ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button