ମନୋରଞ୍ଜନ

ଗାଡ଼ି ଆଗରେ ‘ଗଦର ୨’ ପୋଷ୍ଟର୍‌ ଲଗାଇ ସିନେମା ହଲ୍‌କୁ ଟ୍ରକ୍‌ ଓ ଟ୍ରାକ୍ଟରରେ ଆସିଲେ ପ୍ରଶଂସକ – Utkal Mail


ନୂଆଦିଲ୍ଲୀ: ଅଭିନେତା ସନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଳ୍ମ ‘ଗଦର ୨’କୁ ଦର୍ଶକ ଖୁବ୍ ଅଧିକ ଭଲପାଇବା ଓଜାଡ଼ି ଦେଇ ଚାଲିଛନ୍ତି। ଏହି ଫିଲ୍ମଟି ଆବଶ୍ୟକଠାରୁ ଅଧିକ ଲୋକଙ୍କ ମନକୁ ଛୁଇଁଛି। ତେବେ ‘ଗଦର ୨’ ପାଇଁ ଲୋକଙ୍କ କ୍ରେଜ୍‌ ବି ଦେଖିବା ଯୋଗ୍ୟ ହୋଇଛି। ଆମ ନିକଟରେ ଏକ ଭିଡିଓ ହସ୍ତଗତ ହୋଇଛି। ସେହି ଭିଡିଓରେ ରାଜସ୍ଥାନର ଭିଲୱାରା ଜିଲ୍ଲାର ଶତାଧିକ ଗ୍ରାମବାସୀ ‘ଗଦର ୨’ ଦେଖିବାକୁ ଟ୍ରକ୍‌ ଓ ଟ୍ରାକ୍ଟରରେ ଆସିଥିବାର ଦୃଶ୍ୟମାନ ହୋଇଛି।

ଗ୍ରାମବାସୀମାନେ ଟ୍ରାକ୍ଟରଗୁଡିକରେ ଥିଏଟରକୁ ଆସିବାବେଳେ ସେମାନଙ୍କ ଉତ୍ସାହ ଏକଦମ ଜବରଦସ୍ତ ଥିଲା। ଥିଏଟରରେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ଭିଲୱାରାର ମୁଖ୍ୟ ବଜାରରୁ ଏକ ଟ୍ରାକ୍ଟର ରାଲି ନେଇଥିଲେ। ଟ୍ରାକ୍ଟରରେ ସେମାନେ ‘ଗଦର ୨’ର ପୋଷ୍ଟର୍‌ ଲଗାଇଥିଲେ। ଗ‌ୋଟାଏ ପ‌ଟରେ ଏହି ଚଳଚ୍ଚିତ୍ରଟି ବେଶି ରୋଜଗାର କରି ପାରିବନି ବୋଲି ଅତୀତରେ ଆଶଙ୍କା କରାଯାଉଥିବା ବେଳେ ଅନ୍ୟ ପଟେ ଏହା ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି।

 

ଜଣେ ବ୍ୟକ୍ତି ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇ ସହ କଥା ହୋଇ କହିଛନ୍ତି, ‘ଆମ ଗାଁର ପ୍ରାୟ ୨୦୦-୩୦୦ ଲୋକ ୧୫ଟି ଟ୍ରାକ୍ଟରରେ ଏହି ଫିଲ୍ମ ଦେଖିବାକୁ ଆସିଥିଲେ। ଏହି ଚଳଚ୍ଚିତ୍ରର ବହୁତ ଚାହିଦା ରହିଛି। କେବଳ ସହର ନୁହେଁ, ଗ୍ରାମରେ ମଧ୍ୟ ଏହି ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିଛି। ମୁଁ ଏହି ଚଳଚ୍ଚିତ୍ରକୁ ନିଜ ପରିବାର ସହିତ ଦେଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିବି। ଏହା ଏକ ଉତ୍ତମ ମନୋରଞ୍ଜନକାରୀ ଫିଲ୍ମ, ଯାହାକି ଦେଶ ପାଇଁ ଏକ ଗର୍ବ।’ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ‘ଗଦର ୨’ ସନି ଦେଓଲଙ୍କୁ ତାର ସିଂ ଭାବରେ ଫେରିଥିବା ବେଳେ ଅମିଶା ପଟେଲ ସାକିନାଙ୍କ ଭୂମିକାରେ ନଜର ଆସିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button