ଦେଶ ବିଦେଶ

କଚ୍ଚାଥିବୁ ପଛର କାହାଣୀ କଣ ? ଏହାକୁ ନେଇ କାହିଁକି ବିବାଦ ରହିଛି ? – Utkal Mail


ନୂଆଦିଲ୍ଲୀ : ଅନାସ୍ଥା ପ୍ରସ୍ତାବ ଉପରେ ନିଜର ଭାଷଣ ବେଳେ ପ୍ରଧାନମନ୍ତ୍ରୀ କଚ୍ଚାଥିବୁ କଥା ଉଲ୍ଲେଖ କରିଥିଲେ ଓ ଏହାକୁ ନେଇ ଚାଲିଥିବା ବିବାଦ ପାଇଁ କଂଗ୍ରେସକୁ ଦୋଷାରୋପ କରିଥିଲେ । ତେବେ କଚ୍ଚଥିବୁ କଣ ଓ ଏହାକୁ ନେଇ କଣ ବିବାଦ ରହିଛି ?

କଚ୍ଚାଥିବୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଭାରତ ମହାସାଗରରେ ଥିବା ଏକ ଛୋଟ ଦ୍ବୀପ । ପୂର୍ବରୁ ଏହା ମଦୁରାଇ ସାମ୍ରାଜ୍ୟର ଅଂଶ ଥିଲା । ପରେ ଏହା ବ୍ରିଟିଶ ସରକାରଙ୍କ ଅଧିନକୁ ଆସିଲା । ସ୍ବାଧୀନତା ପରେ ଏହା ଭାରତର ଅଧିନରେ ରହିଲା । କିନ୍ତୁ ଶ୍ରୀଲଙ୍କା ଏହା ଉପରେ ନିଜର ଅଧିକାର ଦାବି କରିଆସୁଥିଲା । ଫଳରେ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଥିଲା । ପରେ ୧୯୭୪ରେ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଏକ ବୈଠକ ହେଲା । ଯେଉଁଥିରେ  ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏହାକୁ ଶ୍ରୀଲଙ୍କାକୁ ଦାନ କରିଦେଇଥିଲେ । କିନ୍ତୁ ସର୍ତ୍ତ ରହିଲା ଯେ ତାମିଲନାଡୁର ମତ୍ସ୍ୟଜୀବୀମାନେ ଏଠାକୁ ନିଜର ଜାଲ ଶୁଖାଇବାକୁ ଓ ଏଠାରେ ଥିବା ଚର୍ଚ୍ଚକୁ ବିନା ଭିସାରେ ଯାଇପାରିବେ ।

ତେବେ ଏହାକୁ ନେଇ ତତକାଳୀନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧି ଆପତ୍ତି ଉଠାଇଥିଲେ । ଏହାକୁ ଫେରାଇ ଆଣିବାକୁ ତାମିଲନାଡୁ ବିଧାନସଭାରେ ଏକ ପ୍ରସ୍ତାବ ପାସ୍ ହେଲା । ପରେ ୨୦୧୧ରେ ଜୟଲଳିତାଙ୍କ ସମୟରେ ବି ତାମିଲନାଡୁ ବିଧାନସଭାରେ ସମାନ ଦାବି ଉଠିଥିଲା ।

୨୦୧୪ରେ ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ କଚ୍ଚାଥିଭୁ ଦ୍ୱୀପ ଏକ ଚୁକ୍ତି ଅନୁଯାୟୀ ଶ୍ରୀଲଙ୍କାକୁ ଦିଆଯାଇଥିଲା ଏବଂ ବର୍ତ୍ତମାନ ଏହା ଅନ୍ତର୍ଜାତୀୟ ସୀମାର ଅଂଶ ବିଶେଷ। ଆମେ ଏହାକୁ କିପରି ପ୍ରତ୍ୟାହାର କରିପାରିବୁ? ଯଦି ଆପଣ କାଚାଥିଭୁ ଦ୍ୱୀପକୁ ଫେରାଇ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଯୁଦ୍ଧ ଲଢ଼ିବାକୁ ପଡିବ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button