କ୍ରାଇମ

ରାଜଧାନୀରେ ପୁଣି ମୋ ବସ୍ ଆତଙ୍କ, ଚକା ତଳେ ଚାଲିଗଲା ଜଣେ ମହିଳାଙ୍କ ଜୀବନ

ଭୁବନେଶ୍ୱର : ରାଜଧାନୀରେ ପୁଣି ମୋ ବସ୍ ଆତଙ୍କ । ମୋ ବସ୍ ଚକ ତଳେ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗତକାଲି ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ ଏହି ଦୁର୍ଘଟଣା ଘଟିଛି । ସଂପୃକ୍ତ ବସଟି ମହିଳାଙ୍କୁ ଧକ୍କା ଦେଇ ଶହେ ମିଟର ଯାଏଁ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ପରେ ପୋଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।

ସୂଚନା ଅନୁସାରେ ମୋ ବସ୍ ଭୁବନେଶ୍ୱର ଟାଉନରୁ କଳିଙ୍ଗ ନଗର ଡିପୋ ଆଡକୁ ଯାଉଥିଲା । ଏହି ସମୟରେ ନାଇଟ୍ କୋଚ୍‌କୁ କିଛି ଲୋକ ଅପେକ୍ଷାରତ ଥିଲେ ।  ତାଙ୍କୁ ସ୍କୁଟିରେ ଛାଡିବାକୁ ଆସିଥିବା ୪ ଜଣ ଲୋକ ସର୍ଭିସ ରୋଡ଼୍ ଦେଇ ଫେରୁଥିଲେ । ସେହି ସମୟରେ NH ତଳକୁ ଖସୁଥିବା ମୋ ବସ୍ ପ୍ରଥମେ ଗୋଟିଏ ସ୍କୁଟିକୁ ଧକ୍କା ଦେବା ପରେ ପୁଣି ଅନ୍ୟ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ତମାଣ୍ଡୋ ଥାନା ଡି.ଏନ. ରେଙ୍ଗାଲିଆ ଓଭରବ୍ରିଜ ତଳେ ଜଣେ ମହିଳାଙ୍କୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଇଥିଲା ମୋ ବସ୍ । ଏଥିରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ପ୍ରାଣ ଚାଲି ଯାଇଥିଲା ।

ମୋ ବସ୍‌ ବାରମ୍ବାର ମୃତ୍ୟୁର ଦୂତ ସାଜିବା ପରେ ଟ୍ୱିନ୍‌ସିଟିର ପ୍ରକାଶ ପାଇଛି ଉଦ୍‌ବେଗ । କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟାଇ ଜଣେ ନାବାଳିକାର ଜୀବନ ନେଇଥିଲା ମୋ ବସ୍ । ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ। ଟାୟାର ଜାଳି ପ୍ରତିବାଦକୁ ଓହ୍ଲାଇଛଥିଲେ ଲୋକେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button