ଦେଶ ବିଦେଶ

ଅଭିନେତା ପରବୀଣ ଡବାସ ଦୁର୍ଘଟଣାର ଶିକାର, ICUରେ ଭର୍ତ୍ତି

ଭିନେତା ତଥା ନିର୍ଦ୍ଦେଶକ ପରବୀଣ ଡବାସ ଦୁର୍ଘଟଣାର ଶିକାର ହୋଇଛନ୍ତି। ବର୍ତ୍ତମାନ ସେ ବାନ୍ଦ୍ରାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ICUରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳେ ମୁମ୍ବାଇରେ ପରବୀଣଙ୍କ କାର୍ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାନ୍ଦ୍ରା ସ୍ଥିତ ହୋଲି ଫ୍ୟାମିଲି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା କୁହାଯାଉଛି, ବର୍ତ୍ତମାନ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

ଏନେଇ ପରବୀଣଙ୍କ ସ୍ପୋର୍ଟ୍ସ ଟିମ୍ ପ୍ରୋ ପଞ୍ଜା ଲିଗ୍ ପକ୍ଷରୁ ଏକ ପୋଷ୍ଟ ଯୋଗେ ସୂଚନା ଦିଆଯାଇଛି। ଏଥିସହ ଟିମ୍ ତାଙ୍କ ଆଶୁଆରୋଗ୍ୟ କାମନା କରିଛି।

ପରବୀଣ ଡବାସ ଜଣେ ମଡେଲ, ଅଭିନେତା ତଥା ନିର୍ଦ୍ଦେଶକ ଭାବେ ବେଶ୍ ପରିଚିତ। ସେ ଖୋସଲା କା ଘୋସଲା, ମାଇଁ ନେମ୍ ଇଜ୍ ଖାନ୍, ମୁନସୁନ୍ ୱେଡିଂ, ରାଗିଣୀ MMS 2 ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ଶେଷ ଥର ପାଇଁ ତାଙ୍କୁ ପ୍ରାଇମ୍ ଭିଡିଓ ଶର୍ମାଜୀ କି ବେଟିରେ ଦେଖିବାକୁ ମିଳିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button