କ୍ରାଇମ

ଭୂତ ଲାଗିଛି କହି ପାଇପରେ ପିଟିବା ସହ ମହିଳାଙ୍କ ବେକ ଉପରେ ଠିଆ ହୋଇଗଲା ତାନ୍ତ୍ରିକ – Utkal Mail


ଇଟାୱା: ଭୂତ ଲାଗିଛି କହି ପାଇପରେ ପିଟିବା ସହ ମହିଳାଙ୍କ ବେକ ଉପରେ ଠିଆ ହୋଇଗଲା ତାନ୍ତ୍ରିକ। ଅକାରଣେ ଚାଲିଗଲା ମହିଳାଙ୍କ ଜୀବନ। ସ୍ବାମୀ ସହ ଝଗଡ଼ା ହେବା ପରେ ବାପ ଘରେ ରହୁଥିଲେ ପୀଡ଼ିତା। ମାନସିକ ରୋଗ ଥିବାରୁ ଦିଲ୍ଲୀରେ ତାଙ୍କର ଚିକିତ୍ସା ଚାଲିଥିଲା। ଭଲ ହେଉନଥିବାରୁ ଭୂତ ଲାଗିଥିବା ସନ୍ଦେହ କରି ବାପଘର ଲୋକେ ତାନ୍ତ୍ରିକକୁ ଡାକିଥିଲେ। ହେଲେ ସୁସ୍ଥ କରିବା ପରିବର୍ତ୍ତେ ତାନ୍ତ୍ରିକ ଯେ ଝିଅକୁ ମାରିଦେବ, ତାହା ତାଙ୍କୁ ଜଣାନଥିଲା। ତେବେ ଏହି ଘଟଣା ପ‌ରେ ପୁଲିସ ଅଭିଯୁକ୍ତକୁ ହେପାଜତକୁ ନେଇଥିବା ଜଣାପଡ଼ିଛି। ମୃତକଙ୍କ ନାମ ହେଉଛି ପ୍ରିୟା ସକ୍ସେନା।

ସୂଚନା ମୁତାବକ, ଘଟଣାଟି ଘଟିଛି ସଦର କୋତୱାଲୀର ପଥବରିଆ ଅଞ୍ଚଳରେ। ପାଞ୍ଚ ବର୍ଷ ପୂର୍ବେ ପ୍ରିୟା ସକ୍ସେନା (୪୦ବର୍ଷ) ଫତେହପୁର ଜିଲ୍ଲାରେ ବିବାହ କରିଥିଲେ। କିଛି ଦିନ ପରେ, ସ୍ୱାମୀଙ୍କ ସହ ମତଭେଦ ହେତୁ ସେ ନିଜ ବାପ ଘରକୁ ରହିବାକୁ ଆସିଥିଲେ। ତେବେ ବାପ ଘରକୁ ଆସିବା ପରେ ପ୍ରିୟାଙ୍କର ମାନସିକ ରୋଗ ଆରମ୍ଭ ହୋଇଥିଲା। ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ବି ଭଲ ‌ନହେବାରୁ ଭୂତ ଲାଗିଥିବା ଭାବି ମା’ ଓ ଶିକ୍ଷକ ଥିବା ବାପା ଶ୍ମଶାନରୁ ଜଣେ ତାନ୍ତ୍ରିକକୁ ଘରକୁ ଆଣିଥିଲେ। ଭୂତକୁ ଘଉଡାଇବା ପାଇଁ ତାନ୍ତ୍ରିକଜଣକ ପୂଜା କରିବା ସହ ପ୍ରିୟାଙ୍କୁ ପାଣି ପାଇପରେ ପିଟିଥିଲେ ଓ ପରେ ତାଙ୍କ ବେକରେ ଠିଆ ହୋଇଯାଇଥିଲେ। ଏହା ଦ୍ବାରା ପ୍ରିୟାଙ୍କର ମୃତ୍ୟୁ ହୋଇଥିଲା।

ପ୍ରିୟା ନଉଠିବାରୁ ୭ଦିନ ମଧ୍ୟରେ ଚେତା ଫେରିବ କହି ତାନ୍ତ୍ରିକ ସେଠାରୁ ଫେରାର ହୋଇଯାଇଥିଲା। ୨୪ଘଣ୍ଟା ପରେ ପ୍ରିୟାଙ୍କ ମର ଶରୀରରୁ ଦୁର୍ଗନ୍ଧ ବାହାରିବାରୁ ପ୍ରିୟା ଆଉ ଏଦୁନିଆରେ ନଥିବା ଜାଣିଥିଲେ ପରିବାର ଲୋକେ। ଏହା ପରେ ପୁଲିସରେ ତାନ୍ତ୍ରିକ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ ପ୍ରିୟାଙ୍କ ପରିବାର।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button