ବିଚାର

କଳିଯୁଗର ଏହି ୫ଟି କଟୁ ସତ୍ୟ ଯାହା ଭଗବାନ ନିଜେ କହିଛନ୍ତି

ଭଗବାନ ଶ୍ରୀକୃଷ୍ଣ ମହାଭାରତ ସମୟରେ ହିଁ କ-ଳିଯୁଗର ବର୍ଣ୍ଣନା କରିଯାଇଛନ୍ତି। କଳିଯୁଗରେ ଲୋକମାନେ କିପରି ହେବେ, ଜୀ-ବନ କିପରି ବିତିବ , ଲୋକମାନଙ୍କ ବ୍ୟବହାର ଅନ୍ୟମାନଙ୍କ ପ୍ରତି କିପରି ହେବ ଏହି ସବୁ କଥା ସେହିକାଳରୁ ହିଁ କୁହାଯାଇଛି। ଆଜି ଆମେ ଆପଣଙ୍କୁ କହିବୁ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା 5ଟି କଟୁସତ୍ୟ।

ମହାଭାରତ କାଳରେ ପାଣ୍ଡବ ମାନଙ୍କ ମନରେ କ-ଳିଯୁଗ ବିଷୟରେ ଜାଣିବାପାଇଁ ଜିଜ୍ଞାସା ଆସିଲା। ସେଥିପାଇଁ ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ ଯେ କ-ଳିଯୁଗର ମନୁଷ୍ୟମାନେ କିପରି ହେବେ। ଏହି କଥା ଶୁଣି ଶ୍ରୀକୃଷ୍ଣ ପାଣ୍ଡବଙ୍କୁ ବଣକୁ ଯିବାକୁ କହିଲେ ଏବଂ ଏହା ମଧ୍ୟ କହିଲେ ଯେ ବଣରେ ସେମାନେ ଯାହା ଦେଖିକି ଆସିବେ ତାହାକୁ ଶ୍ରୀକୃଷ୍ଣଙ୍କ ଆଗରେ ବିସ୍ତାର ଭାବେ ବର୍ଣ୍ଣନା କରିବେ। ଏହାପରେ ସେମାନେ ବଣକୁ ଯାଇ ଫେରିଆସିଲେ। ପ୍ରଥମେ ଯୁଧିଷ୍ଠିର କହିଲେ ଯେ ସେ ଏକ ଦୁଇଟି ଶୁଣ୍ଢ ଥିବା ହାତୀକୁ ଦେଖିଲେ ଏବଂ ତାହା ଦେଖି ସେ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। ଏହା ଶୁଣି ଶ୍ରୀକୃଷ୍ଣ କହିଲେ ଯେ କ-ଳିଯୁଗରେ ଏପରି ଲୋକ ଶାସନ କରିବେ ଯେଉଁମାନେ କହିବେ ଗୋଟେ କଥା ଏବଂ କରିବେ ଆଉ ଗୋଟେ କଥା। ଏପରି ଲୋକମାନେ ଦୁଇ ଦିଗରୁ ଶାସନ କରିବେ।

Google

ଏହାପରେ ଭୀମ କହିବାକୁ ଲାଗିଲେ ଯେ ସେ ଏକ ଗାଈ ଏବଂ ବାଛୁରୀକୁ ଦେଖିଲେ। ସେ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ ଯେ ଗାଇଟି ତା ଛୁଆକୁ ଏତେ ଚାଟୁଥିଲା ଯେ ଛୁଆ ଦେହରୁ ର-କ୍ତ ବାହାରୁଥିଲା। ତଥାପି ସେ ଗାଇଟି ଚାଟିବା ବନ୍ଦ କରୁନଥିଲା। ଏହା ଶୁଣି ଶ୍ରୀକୃଷ୍ଣ କହିଲେ ଯେ କ-ଳିଯୁଗରେ ବାପ ମାଆ ନିଜ ପିଲା ମାନଙ୍କ ପ୍ରତି ଏତେ ଆସକ୍ତି ହେବେ ଯେ ପିଲାଙ୍କର ବିକାଶ ହିଁ ହେବ ନାହିଁ। ଯଦି ଅନ୍ୟ କାହାର ପିଲା ସାଧୁ ହେଲା ତେବେ ତାକୁ ଦର୍ଶନ କରିବେ କିନ୍ତୁ ଯଦି ନିଜ ପିଲା ସାଧୁ ହେଲା ତେବେ ତାହାକୁ ସହ୍ୟ କରିପାରିବେ ନାହିଁ ଏବଂ ଭାବିବେ ଯେ ସେ ଏକ ଭୁଲ ରାସ୍ତାରେ ଯାଉଛି ,ଏହାର ଜୀ-ବନ ନଷ୍ଟ ହୋଇଗଲା। କ-ଳିଯୁଗରେ ବାପମାଆ ନିଜ ପିଲାକୁ ଧର୍ମଜ୍ଞାନ ନଦେଇ ମୋହମାୟାରେ ଅଧିକ ଆସକ୍ତି କରାଇବେ। ଫଳରେ ଜୀ-ବନ ଏହିପରି ମୋହମାୟାରେ କଟିଯିବ ଏବଂ ଜୀ-ବନ ନଷ୍ଟ ହୋଇଯିବ। ଶ୍ରୀକୃଷ୍ଣ ଏହାମଧ୍ୟ କହିଲେ ଯେ ତୁମ୍ଭର ପିଲା ତୁମର ନୁହେଁ ।ତାହା ସେହି ସ୍ତ୍ରୀର ଅମାନତ ଅଟେ। ସେ କେବଳ ଆପଣଙ୍କ ପାଖରେ ଥାଏ। ସେହିପରି ସ୍ତ୍ରୀ ଟି ସ୍ୱାମୀର ଅମାନତ ଅଟେ ଏବଂ ଏହି ଶରୀର ମୃ-ତ୍ୟୁର ଅମାନତ ଅଟେ। ପରମାତ୍ମାଙ୍କ ଅମାନତ ଆତ୍ମା ଅଟେ।

ଏହାପରେ ଅର୍ଜୁନ ଦେଖିଲେ ଯେ ଗୋଟେ ପକ୍ଷୀ ଯାହାର ଡେଣାରେ ବେଦର ଶ୍ଳୋକ ଲେଖାଯାଇଥିଲା କିନ୍ତୁ ସେ ଏକ ମଣିଷର ମାଂ-ସ ଖାଉଥିଲା। ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ କହିଲେ ଯେ କଳିଯୁଗରେ କେତେକ ଲୋକଙ୍କୁ ବିଦ୍ୱାନ କୁହାଯିବ କିନ୍ତୁ ସେମାନଙ୍କ ଲାଳସା ସର୍ଵଦା ଅନ୍ୟମାନଙ୍କ ଧନ ଲୁଟିବାରେ ରହିବ। ଲୋକଟି ଯେତେଧନୀ ହେଲେ ମଧ୍ୟ ତାହାର ଦୃଷ୍ଟି ପର ସମ୍ପତି ଉପରେ ରହିବ।

Google

ଏହାପରେ ନକୁଳ ଦେଖିଲେ ଯେ ଏକ ବହୁତ ବଡ଼ ପଥର ପର୍ବତର ଶିଖରରୁ ପଡିଲା ଏବଂ ତାହାକୁ ବଡ଼ରୁ ବଡ ଗଛ ମଧ୍ୟ ଅଟକାଇ ପାରିଲେ ନାହିଁ କିନ୍ତୁ ଏତେ ଦ୍ରୁତ ଗତିରେ ପଥରଟି ଆସିମଧ୍ୟ ଏକ ଛୋଟ ଗଛରେ ବାଜି ସେହିଠାରେ ରହିଗଲା। ଏହା ଶୁଣି ଶ୍ରୀକୃଷ୍ଣ କହିଲେ ଯେ କ-ଳିଯୁଗରେ ମଣିଷମାନଙ୍କ ବୁଦ୍ଧି କ୍ଷୀଣ ହୋଇଯିବ। ସେମାନଙ୍କ ଜୀ-ବନ ପତନ ଆଡକୁ ଅଗ୍ରସର ହେବ । ପ୍ରାୟ ବ୍ୟକ୍ତି ପ୍ରବାସରେ ମାତିବେ। ଏହାକୁ ରୋକିବାକୁ କୌଣସି ବୁଦ୍ଧି ବଳ କାମ କରିବ ନାହିଁ। କେବଳ ହରିନାମ ହିଁ ସମସ୍ତ ଦୁଵିଧାରୁ ରକ୍ଷା କରିବ । ହରିକୀର୍ତନରେ ମଣିଷ ମାନଙ୍କ ବୁଦ୍ଧି ପ୍ରଖର ହେବ।

ଏହାପରେ ସହଦେବ ବଣରେ ଗଲାବେଳେ ଅନେକ କୂଅ ଦେଖିଥିଲେ କିନ୍ତୁ କେବଳ ମଝିରେ ଥିବା କୂଅଟି ଖାଲି ଥିଲା ଯିଏକି ସବୁଠାରୁ ଗଭୀର ଥିଲା । ଏହା ଦେଖି ସହଦେବ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ଶୁଣି ଶ୍ରୀକୃଷ୍ଣ କହିଲେ ଯେ କଳିଯୁଗରେ ଧନୀ ବ୍ୟକ୍ତି ନିଜର ପୁଅ ଏବଂ ଝିଅର ବିବାହରେ ପ୍ରଚୁର ଧନ ଖର୍ଚ କରିବେ। ସେମାନଙ୍କ ଦୃଷ୍ଟି ସର୍ଵଦା ଆ-ମିଷ, ମଦି-ରାପା-ନ ଆଦି ଖରାପ ଗୁଣ ଆଡେ ଗତିକରିବ। କିନ୍ତୁ ସେହି ପଇସାକୁ ଏକ ଗରିବକୁ ଦେବାକୁ ପଛାଇବେ।

ଯେଉଁ ମଣିଷ ଏହି ସବୁ ଜିନିଷ ତ୍ୟା-ଗକରି ହରିନାମ ଜପ କରିବ ସେହି ମଣିଷ ଏହି କଳିଯୁଗରୁ ଦୁରେଇ ରହିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button