ଓଡିଶା

ବନ୍ଦ ଘରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ

ମାତ୍ର ୬ ମାସ ତଳେ ଚାକିରି କରିଥିଲେ। ନୂଆ ଚାକିରିରେ ବେଶ୍ ଖୁସି ବି ଥିଲେ । ମାତ୍ର ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା। ଆଉ ସକାଳୁ ବନ୍ଦ କୋଠରୀ ଭିତରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ।

ଏପରି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଘଟିଛି। ମୃତା ଯୁବତୀଜଣକ ମୋନାଲିସା ହେମ୍ବ୍ରମ ବୋଲି ଜଣାଯାଇଛି।

ସେ ଭୋଗରାଇ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ।

ମୋନାଲିସା ହେମ୍ବ୍ରମଙ୍କ ଘର ବାରିପଦାରେ । ସେ ଭୋଗରାଇ ବ୍ଲକରେ ପ୍ରଥମ ଚାକିରି କରିଥିବା ବେଳେ ଭଡ଼ା ନେଇ ରହୁଥିଲେ। ମାତ୍ର ଆଜି ପ୍ରାୟ ସକାଳ ୧୦ଟା ପର୍ଯ୍ୟନ୍ତ ସେ ନିଜ ରୁମ୍ କବାଟ ଖୋଲି ନ ଥିଲେ।

ପଡ଼ୋଶୀମାନେ ବହୁ ସମୟ କବାଟ ବାଡ଼େଇବା ପରେ ବି ମୋନାଲିସା କବାଟ ନ ଖୋଲିବାରୁ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ମୋନାଲିସାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା।

ଏନେଇ ପୁଲିସ୍ ତୁରନ୍ତ ମୋନାସିଲାଙ୍କ ପରିବାରବର୍ଗଙ୍କୁ ଖବର ଦେଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସେମାନେ ଭୋଗରାଇରେ ପହଞ୍ଚି ନ ଥିବା ଜଣାଯାଇଛି। ପୁଲିସ୍ ଏହି ଘଟଣାର ତନାଘନା ଆରମ୍ଭ କରିଥିବା ବେଳେ ତାଙ୍କର ଏପରି ମୃତ୍ୟୁର କାରଣ ଜଣାପଡ଼ିନି। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟା ମାମଲା ଓ ଏହା ପଛର କାରଣ କ’ଣ ତାହାର ତଦନ୍ତ ଆରମ୍ଭ କରୁଛି ପୁଲିସ୍ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button