କ୍ରାଇମ

ଦୁଇ ଫେରାର ବ୍ରାଉନସୁଗାର ବେପାରୀଙ୍କୁ ବାନ୍ଧିଲା ଏସଟିଏଫ୍ ଟିମ୍ – Utkal Mail


ଭୁବନଶ୍ବେର: ଏସଟିଏଫ୍ କବଜାରେ ଫେରାର ବ୍ରାଉନସୁଗାର ବେପାରୀ। ତାକୁ ଏସଟିଏଫ୍ ଟିମ୍ ଗିରଫ କରିବାରେ ସଫଳ ହୋଇଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧାଠାରେ ଏସଟିଏଫ୍ ଟିମ୍ ଚଢ଼ଉ କରି ଫେରାର ବ୍ରାଉନସୁଗାର ବେପାରୀ ମହମ୍ମଦ ସଦାମକୁ ଧରିଛି। ତାର ଘର ପିପିଲି ଥାନା ଅଧୀନ ଦାନଗୋହିରି ଗାଁରେ ବୋଲି ଜଣାଯାଇଛି। ତା ନିକଟରୁ ୩ କେଜି ୧୧୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଏହାଛଡ଼ା ତା ନିକଟରୁ ୩ଟି ୭ ଏମଏମ୍ ପିସ୍ତଲ, ଗୁଳି, ଗୋଟିଏ ଖୋକା ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତ ମହମ୍ମଦ ସଦାମ ଆଗରୁ ଏକାଧିକ ବାର ଏସଟିଏଫକୁ ଚକମା ଦେଇ ଖସିପଳାଇବାରେ ସକ୍ଷମ ହୋଇଥିଲା।
ସେ ଅନ୍ୟତମ ଶିବ ପ୍ରସାଦ ଦାସକୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିର ମୁଖ୍ୟ ଯୋଗାଣକାରୀ ଥିବା ଜଣାଯାଇଛି। ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ଠିକ୍ ସେହିପରି ଗୁପ୍ତଚର ଆଧାରରେ ଏନଡିପିଏସ୍ ଆକ୍ଟ ୧୯୮୫ ଆଧାରରେ ଅନ୍ୟ ଜଣେ ଫେରାର ବ୍ରାଉନସୁଗାର ବେପାରୀକୁ ବି ଗିରଫ କରିଛି ଏସଟିଏଫ୍ ଟିମ୍। ଅଭିଯୁକ୍ତ ହେଲେ ଚିତ୍ତରଂଜନ ବେହେରା। ତାଠାରୁ ୧୦୯୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। |
ତାର ଘର ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଗୋପାଳପ୍ରସାଦରେ ବୋଲି ଜଣାଯାଇଛି। ଗିରଫ ଅଭିଯୁକ୍ତ ଜଣକ ପୂର୍ବରୁ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ହେଲେ ଏଥର ଧରାପଡ଼ିବା ପରେ ଚିତ୍ତରଂଜନ ବେହେରାକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button