ଜୀବନଶୈଳୀ

ସକାଳର ୪ ଟି ଭଲ ଅଭ୍ଯାସ, ବଦଳାଇ ଦେବ ଆପଣଙ୍କର ସଂପୂର୍ଣ୍ଣ ଜୀବନ ! ସଫଳତା ପାଇବା ପାଇଁ କରନ୍ତୁ ଏହି କାର୍ଯ୍ୟ ! Motivational Speech

ନମସ୍କାର ବନ୍ଧୁଗଣ , ଭବିଷ୍ୟତ ସୁନ୍ଦର କରିବା ପାଇଁ ବର୍ତ୍ତମାନ କୁ ସଜାଡିବା ଉଚିତ୍ । ଅତୀତ ର ସମସ୍ତ ବିଷୟ କୁ ବର୍ତ୍ତମାନ  ଯେପରି ନ କରୁ ଏହି ଚେଷ୍ଟା ପ୍ରତ୍ଯେକ ମଣିଷ କରିଥାଏ । ଆମ ଦେଶ ର ଜଣେ ମହାନ ପୁରୁଷ ଏହା କହିଛନ୍ତି  ଯେ ଆପଣ ନିଜର ଭବିଷ୍ୟତ କୁ ବଦଳାଇ ପାରିବେ ନାହିଁ କିନ୍ତୁ ନିଜର ଅଭ୍ୟାସ କୁ ବଦଳାଇ ପାରିବେ ଏବଂ ନିଶ୍ଚିତ ରୂପରେ ଆପଣଙ୍କ ଅଭ୍ୟାସ ଆପଣଙ୍କ ଭବିଷ୍ୟତ କୁ ପରିବର୍ତ୍ତନ କରିଥାଏ ।

ତେଣୁ ଆମକୁ ନିଜର ଖରାପ ଅଭ୍ୟାସ କୁ ପରିବର୍ତ୍ତନ କରିବା ଉଚିତ୍ ହୋଇଥାଏ । ଜୀବନ ର ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ସକାଳ ସମୟ ଯଦି ଆମେ ଏହି ସମୟରେ ନିଜର କାମ କୁ କର୍ତ୍ତବ୍ୟ ପୂର୍ଣ୍ଣ ଭାବରେ କରିଥାଉ , ତେବେ ଦିନ ସାରା ଏହାର ପ୍ରଭାବ ଆମ ଉପରେ ରହିଥାଏ । ତେଣୁ ମୁଁ ଆଜି ଆପଣଙ୍କୁ ସକାଳ ସମୟରେ ଏହି ଚାରୋଟି କାର୍ଯ୍ୟ କୁ ବଦଳାଇବା ଦ୍ଵାରା ଆପଣ ଆପଣଙ୍କ ଜୀବନରେ ପରିବର୍ତ୍ତନ ଦେଖିଥାନ୍ତି ।

ଏହି 4 ଟି ବିଷୟ କୁ କରିବା ଦ୍ଵାରା ଆପଣ ଜୀବନରେ ଯେକୋଣସି ବିଷୟ କୁ ହାସଲ କରିଥାନ୍ତି । ଆସନ୍ତୁ ଜାଣିବା ଏହି 4 ଟି ବିଷୟ ସମ୍ବନ୍ଧରେ । 1- ଅନେକ ଲୋକମାନେ କଣ କରିଥାନ୍ତି ନା ଆଲାରାମ୍ ଘଣ୍ଟି ବାଜିଲା ପରେ ଏହାକୁ ବନ୍ଦ କରି କିଛି ସମୟ ପାଇଁ ଶୋଇଥାନ୍ତି । ଏହା ହେଉଛି ଆପଣଙ୍କ ଜୀବନ ର ଖରାପ ଅଭ୍ୟାସ କାରଣ ଯଦି ଆପଣ କିଛି ସମୟ ର ନିଦ ପାଇଁ ଶୋଇପଡିଥାନ୍ତି , ଏହା ଆପଣଙ୍କୁ ଦୈନନ୍ଦିକ ଜୀବନରେ ଉପରେ ଏଆହର ଖରାପ ପ୍ରଭାବ ପକେଇଥାଏ ।

ଆପଣଙ୍କୁ ଦିନ ସାରା ଅଳସୁଆ ଲାଗିଥାଏ ମାନ୍ଦା ସହିତ କାମ କରିଥାନ୍ତି । ତେଣୁ ନିଜର ନିୟମ ଅନୁସାରେ ନିଜର ଜୀବନ ଶୈଳୀ କୁ ପାଳନ କରିବା ଦ୍ଵାରା ଆପଣ ଜୀବନରେ ସଫଳତା ପାଇଥାନ୍ତି । 2 – ଯେଉଁ ଲୋକମାନେ ସକାଳ ଉଠିଲା ପରେ ପ୍ରଥମେ ନିଜର ମୋବାଇଲ କୁ ଦେଖିଥାନ୍ତି । ଏହା ଦ୍ଵାରା ଆପଣଙ୍କ କ୍ଷତି ହୋଇଥାଏ । କାରଣ ଉଠିଲା ପରେ ଆପଣଙ୍କ ମସ୍ତିସ୍କ ଶାନ୍ତି ରହିଥାଏ , ଏହି ସମୟ ରେ ନିଜ ସହିତ କିଛି ସମୟ ଅତିବାହିତ କରିବା ଉଚିତ୍ ।

ମୋବାଇଲ ରେ ଆସୁଥିବା ଖବର ଶୁଣିବା ଦ୍ଵାରା ଆପଣଙ୍କ ଦିନ ଚିନ୍ତା ରେ କଟିଥାଏ । ତେଣୁ ଯେଉଁ ମାନେ ଉଠିଲା ପରେ ନିଜ ସହିତ କିଛି ସମୟ ଅତିବାହିତ କରନ୍ତି ସେମାନେ ଜୀବନ ରେ ସଫଳତା ପାଇଥାନ୍ତି । 3 – ଆପଣଙ୍କୁ ସକାଳୁ ଉଠିଲା ପରେ ପ୍ରଥମେ ନିଜର ଶଯ୍ୟା କୁ ସଜାଡିବା ଉଚିତ୍ । କାରଣ ଯେଉଁ ମାନେ ଏହାକୁ କରିଥାନ୍ତି ତେବେ ସେମାନେ ନିଜର ଦିନ ର ପ୍ରଥମ କାମ କୁ କରିଥାନ୍ତି ଏବଂ ଦିନ ର ସବୁ କାମ କୁ ଶିଘ୍ର କରିବାର କ୍ଷମତା ରଖିଥାନ୍ତି ।

4 – ସକାଳୁ ଉଠିଲା ପରେ ଆମ ବ୍ୟାୟାମ କରି ନିଜର ଶରୀର କୁ ଦିନ ସାରା ର କାମ ପାଇଁ ପ୍ରସ୍ତୁତ କରିବା ଉଚିତ୍ । ଯେଉଁ ଲୋକମାନେ ନିଜର ଦୈନନ୍ଦିକ ଜୀବନରେ ଏହି 4 ଟି ବିଷୟ କୁ ସଜାଡିଥାନ୍ତି । ସେମାନେ ଜୀବନରେ ଶୀଘ୍ର ସଫଳତା କୁ ଦେଖିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button