ଓଡିଶା

ଇଭେଣ୍ଟ ବାହାନାରେ ରାଜା ଆଉ ତା ସ୍ତ୍ରୀ ଝିଅ ମାନଙ୍କୁ ଉତ୍ତର ପ୍ରଦେଶ ନେଇ ଖରାପ କାମ କରାଉଛନ୍ତି, ସେମାନେ ମନା କରିବାରୁ ସେମାନଙ୍କୁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ତିନି ଦିନ ପୂର୍ବରୁ ଗୋଟିଏ ଝିଅର ପରିବାର ଲୋକେ ଏକ ସମାଜସେବୀ ଙ୍କ ପାଖକୁ ଗଲେ ଏବଂ ତାଙ୍କୁ କହିଲେ ଯେ ମାଡାମ ଆମ ଝିଅ ଗୋଟିଏ ଇଭେଣ୍ଟ ଗୃପ ସାଙ୍ଗରେ ୟୁପି ଯାଇଥିଲା ଏବଂ ସେଠାରେ ସେ ଏକ ଅଲଗା ନମ୍ବରରେ ଫୋନ କରିଛି ଯେ ଆମକୁ ଏଠାରୁ ରେସକ୍ୟୁ କରାଯାଉ, ଆମକୁ ସେମାନେ ଏଠାରେ ବନ୍ଧ କରି ରଖିଛନ୍ତି ଅଥବା ଟ-ରଚ-ର କରୁଛନ୍ତି ।

ଏହା ପରେ ସମାଜସେବୀ ଯେତେବେଳେ ଝିଅର ପରିବାର ଲୋକକୁ ନେଇ ନୟାପଲ୍ଲୀ ଥାନାକୁ ଗଲେ, ଏହା ପୂର୍ବରୁ ସେହି ଝିଅକୁ ଗୋଟିଏ ଭି-ଡି-ଓ କରିବାକୁ କହିଥିଲେ ସମାଜସେବୀ । ଓଡିଶାର ଭଦ୍ରକର ରାଜା ବୋଲି ଗୋଟିଏ ପିଲା ଏବଂ ତାହାର ସ୍ତ୍ରୀ ସେମାନେ ଇଭେଣ୍ଟରେ ଲଗାନ୍ତି । ଦିନକୁ ୫୦୦ ଟଙ୍କା ଲେଖାଏଁ ଦେଉଥିଲେ ଝିଅ ମାନଙ୍କୁ । ଏହା ପରେ ସେମାନେ ଅକ୍ଟୋବର ୧୩ ତାରିଖରୁ ୟୁପି ନେଇଯାଇଥିଲେ ଏବଂ କହିଥିଲେ ଯେ ପ୍ରତିଦିନ ୨୦୦୦ ଟଙ୍କା ଦେବେ ।

ପାରିବାରିକ ଆର୍ଥିକ ଅବସ୍ଥା ପାଇଁ ଝିଅ ସବୁ ସେଟାକୁ ଯାଉଥିଲେ । ୧୪ ରୁ ୧୫ ଟି ଇଭେଣ୍ଟ ରେ ତାଙ୍କ ସହିତ ଭଲରେ ବ୍ୟବହାର କରାଯାଇଥିଲା । ୯୦୦୦ ଟଙ୍କା ସେମାନଙ୍କୁ ଆଡଭାନ୍ସ ମଧ୍ୟ ଦିଆ ଯାଇଥିଲା । ଏହାପରେ ଏହି ଝିଅ ମାନଙ୍କୁ ନାଚିବା ସହିତ ବାଧ୍ୟ କରାଯାଇଥିଲା ସେ-କସୱାର୍କ କରିବା ପାଇଁ । ଯେତେବେଳେ ଏମାନେ ମନାକରିଛନ୍ତି ସେତେବେଳେ ଏମାନଙ୍କ ଠାରୁ ମୋବାଇଲ ଛଡାଇ ନିଆଯାଇଥିଲା ତଥା ଅନେକ ପ୍ରକାରର ଟ-ର୍ଚ-ଅର ମଧ୍ୟ କରାଯାଇଥିଲା ।

ଖାଇବାକୁ ଦିଆଯାଇନଥିଲା । ଏହା ସହିତ ବିଭିନ୍ନ ଶାରୀରିକ ନିର୍ଯ-ଆତ-ନା ଦିଆଯାଇଥିଲା । ଏହା ପରେ ସେଠାରେ ଜଣେ ଓଡିଆ ଯୁବକ ଥିଲେ ଯିଏ ସେଠାରେ ରୋଷେଇ କରୁଥିଲେ । ସେଠାରେ ତାଙ୍କ ମୋବାଇଲରୁ ଏହି ଝିଅମାନେ ଘରକୁ କଣ୍ଟାକ୍ଟ କରିଥିଲେ । ଏହା ପରେ ନୟାପଲ୍ଲୀ ଥାନାକୁ ଯାଇ ସେମାନଙ୍କୁ ରାତି ୧୨ ଟା ସୁଦ୍ଧା ରେସକ୍ୟୁ କରାଗଲା ।

ସମାଜସେବୀ ଗୋଟିଏ ଗୁରୁତ୍ଵପୂର୍ଣ୍ଣ କଥା ଏଠାରେ କହିଛନ୍ତି ଯେ ଝିଅ ମାନେ ଉଦ୍ଧାର ହେଲେ ସେଠାରେ ମାତ୍ର ଧରାଯାଇଥିବା ଜ୍ଞାଙ୍ଗ ର ଅନ୍ୟ ଜ୍ଞାଙ୍ଗ ଲୋକମାନେ ସେଠାରେ ଉପସ୍ଥିତ ଥିଲେ ଏବଂ ଝିଅମାନେ ବହୁତ ଡଋଯାଇଥିଲେ । ପୁଣି ସମାଜସେବୀ ଙ୍କ କହିବା ମୁତାବକ ପୋଲିସ ପ୍ରୋଟେକ୍ସନ ସହିତ ପ୍ରାୟ ରାତି ୨ ଘଟିକା ସମୟରେ ଝିଅମାନେ ଆସି ଭୁବନେଶ୍ଵରରେ ପହଞ୍ଚିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button