କ୍ରାଇମ

ସହକାରୀ ଜିଲ୍ଲାପାଳ ସସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା: ସ୍ୱାମୀଙ୍କୁ ପୁଲିସର ଦୁଇ ଘଣ୍ଟା ପଚରାଉଚରା – Utkal Mail


ରାଉରକେଲା: ସହକାରୀ ଜିଲ୍ଲାପାଳ ସସ୍ମିତା ମିଂଜଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀ ସୁଶୀଲ ଟପ୍ନୋଙ୍କୁ ଆଜି ଏସପି ଅଫିସରେ ଜେରା କରାଯାଇଛି। ତଦନ୍ତକାରୀ ଅଧିକାରୀ ଡିଏସପି ବନିତା ମାଝୀ ସୁଶୀଲଙ୍କୁ ଘଟଣା ସମ୍ପର୍କରେ ପ୍ରାୟ ଦୁଇ ଘଣ୍ଟା ଧରି ପଚରାଉଚରା କରିଥିବା ଜଣାଯାଇଛି। ସୁଶୀଲ ଟପ୍ନୋ ଛତିଶଗଡ଼ରେ ଏକ ବ୍ୟାଙ୍କରେ କାର୍ଯ୍ୟରତ ଥିବା ଜଣାଯାଇଛି।

ଡିଏସ୍‌ପି ବନୀତା ମାଝୀଙ୍କ ନେତୃତ୍ବରେ ତଦନ୍ତ ଜାରି ରହିଥିବାବେଳେ ନିର୍ଦ୍ଦିଷ୍ଟ କେବେ ଶେଷ ହେବ ଓ ଅଭିଯୁକ୍ତ ଧରାପଡ଼ିବେ, ତାହା ସ୍ପଷ୍ଟ ହୋଇନି। ଏନେଇ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର ପ୍ରତିକ୍ରିୟା ରଖିଥିଲେ। ତଦନ୍ତ ସଂପୂର୍ଣ୍ଣ ମୁକ୍ତ ଓ ନିରକ୍ଷେପ ହେଉଥିବା ନେଇ ପ୍ରତ୍ରିକ୍ରିୟା ରଖିଥିଲେ। ପରିବାର ସଦସ୍ୟଙ୍କ ଅଭିଯୋଗକ୍ରମେ ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ପରାଗ ହର୍ଷଦ ଗାଭାଲି ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ପଚରାଉଚରା କରିଯିବ କି ବୋଲି ପ୍ରଶ୍ନ ହେବାରୁ କହିଲେ, ପ୍ରକ୍ରିୟାରେ ଯାହା ନାଁରେ କିଛି ବି ଅଭିଯୋଗ ଆସିବ, ତାଙ୍କୁ ଜେରା କରାଯିବ ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ମାସ ୧୯ ତାରିଖରେ ସେନସରୀ ପାର୍କ ପୋଖରୀରୁ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର କରାଯିବାପରେ ଯୋଜନାବଦ୍ଧଭାବେ ହତ୍ୟା କରିଥିବା ମୃତକଙ୍କ ଭାଇ ସନ୍ଦୀପ ମିଞ୍ଜ ଅଭିଯୋଗ ଆଣିଥିଲେ। ମୃତଦେହ ଉଦ୍ଧାର ହେବାର ପୂର୍ବ ଦିନ, ଅର୍ଥାତ୍‌ ସେପ୍ଟେମ୍ବର ୧୮ ତାରିଖରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗୁରୁଣ୍ଡିଆ ବିଡିଓ ବେର୍ନାଦେଥ୍‌ ଲାକ୍ରା ଓ ଗୁରୁଣ୍ଡିଆ ସିଡିପିଓ ଫୁଲଜେନସିଆ ଏକ୍କା ମୃତକଙ୍କ ଘରକୁ ଯାଇଥିଲେ। ତେବେ ସୁସ୍ମିତା ଘରେ ନ ଥିବାରୁ ତାଙ୍କ ମା’ ଓ ଭାଇଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏଣୁ ସମଗ୍ର ଘଟଣା ପଛରେ ଅନେକ ରହସ୍ୟ ଲୁଚି ରହିଥିବା ଠାଉରାଇ ସନ୍ଦୀପ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଗୁରୁଣ୍ଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସିଡିପିଓଙ୍କ ନାଁରେ ପ୍ଲାଣ୍ଟ୍‌ସାଇଟ୍‌ ଥାନାରେ ଏତଲା ଦେଇଥିଲେ। ତେବେ ପୁଲିସ ମାମଲା ରୁଜୁ କରିନଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button