ମନୋରଞ୍ଜନ

ପତ୍ନୀମାନଙ୍କ ଏହି ଭୁଲ୍‌ ପାଇଁ ‘ବିଗ୍‌ବସ୍‌’ ଯାଉ ଯାଉ ରହିଗଲେ ୟୁଟ୍ୟୁବର୍‌ ଅର୍ମାନ ମଲ୍ଲିକ! – Utkal Mail


ମୁମ୍ବାଇ: ରାତିପାହିଲେ ଦେଖିବାକୁ ମିଳିବ ଦେଶର ସବୁଠାରୁ ବଡ଼ ରିୟଲିଟି ସୋ’ ‘ବିଗ୍‌ବସ୍‌-୧୭’। ଏହି ସୋ’ରେ ଏଥର ୟୁଟ୍ୟୁବର୍ସମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବା ଖବର ରହିଥିଲା। ସବୁଠାରୁ ଆଗରେ ରହିଥିଲା ୟୁଟ୍ୟୁବର୍ସ ଅର୍ମାନ ମଲ୍ଲିକ ଓ ତାଙ୍କ ପ୍ରଥମ ପତ୍ନୀ ପାୟଲଙ୍କ ନାମ। ଆପଣ ଜାଣନ୍ତିଙ୍କ ଅର୍ମାନଙ୍କର ପାୟଲ ଓ କୃର୍ତ୍ତିକାଙ୍କ ନାମରେ ଦୁଇ ଜଣ ପତ୍ନୀ ଅଛନ୍ତି। ସେ ନିଜର ଦୁଇ ପତ୍ନୀଙ୍କୁ ନେଇ ଖୁବ୍‌ ଜଣାଶୁଣା।

ହେଲେ ଏବେ ଶୁଣିବାକୁ ମିଳୁଛି ଯେ ଅର୍ମାନଙ୍କୁ ‘ବିଗ୍‌ବସ୍‌’ ଗୃହରେ ଦେଖିବାକୁ ମିଳିବନି। ତାହାର କାରଣ ବି ତାଙ୍କର ଦୁଇ ପତ୍ନୀ। କାରଣ ‘ବିଗ୍‌ବସ୍‌’ର ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପ୍ରତିଦ୍ବନ୍ଦ୍ବୀମାନଙ୍କ ନାମ ପ୍ରକାଶ ନକରିବାକୁ ଏକ ନିୟମ ରହିଥାଏ। ଏପରିକି ଯେଉଁ ପ୍ରତିଦ୍ବନ୍ଦ୍ବୀମାନେ ସ୍ବାକ୍ଷର କରନ୍ତି, ସେମାନଙ୍କୁ ଏ ସଂପର୍କରେ ପୂର୍ବରୁ ଅବଗତ କରାଯାଇଥାଏ।

 

ମାତ୍ର ଅର୍ମାନଙ୍କ ଦୁଇ ପତ୍ନୀ ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷାରେ ଅନେକ ଥର ‘ବିଗ୍‌ବସ୍‌’ର ଚର୍ଚ୍ଚା ନିଜ ଚ୍ୟାନେଲ୍‌ରେ କରିଛନ୍ତି। ‘ଆମେ ବିଗ୍‌ବସ୍‌ ଯିବୁ କି ନାହିଁ?’, ‘ବିଗ୍‌ବସ୍‌ରେ ଅର୍ମାନଙ୍କ ସହ ତାଙ୍କର କେଉଁ ପତ୍ନୀ ଯିବ ଅନୁମାନ କରନ୍ତୁ’। ଏପରି ସବୁ କଥା କହିବା ପ‌ରେ ଏକରକମର ସ୍ପଷ୍ଟ ହୋଇ ଯାଇଥିଲା ଯେ ଅର୍ମାନ ‘ବିଗ୍‌ବସ୍‌’ ଯାଉଛନ୍ତି ବୋଲି। ଯେଉଁ କାରଣରୁ ତାଙ୍କୁ ଶେଷ ମୁହୂର୍ତ୍ତରେ ସୋ’ରୁ ବାଦ୍‌ ଦିଆଯାଇଛି। ଆବଶ୍ୟ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ମାତ୍ର ଏପରି ଆଲୋଚନା ଏବେ ଶୁଣିବାକୁ ମିଳୁଛି।




Related Articles

Leave a Reply

Your email address will not be published. Required fields are marked *

Back to top button