ବିଚାର

ଯେତେ ଖରାପ ଭାଗ୍ୟ ରହିଲେ ମଧ୍ୟ ଘରେ ଏହି ୫ଟି ଶୁଭ କାର୍ଯ୍ୟ ଅବଶ୍ୟ କରନ୍ତୁ, ଭାଗ୍ୟ କବାଟ ଖୋଲିବ ଏବଂ ଆପଣଙ୍କ ଜୀବନ ସୁଖମୟ ହବ

ଆପଣମାନେ କେତେକ ଲୋକଙ୍କୁ ଏହା କହୁଥିବାର ଶୁଣି ଥିବେ ଯେ ଆମ ଭାଗ୍ୟ ଖରାପ ଆମ ସହ ଏମିତି କାହିଁକି ହଉଛି ? କେତେକ ଲୋକ ଏହାକୁ ନିଜ ଭାଗ୍ୟ ମାନି ପରିଶ୍ରମ କରିବା ଛାଡି ଦିଅନ୍ତି ବା କେତେକ ଲୋକଙ୍କ ଲଗାତାର ପରିଶ୍ରମ ବ୍ୟର୍ଥ ହୋଇ ଥାଏ । କିନ୍ତୁ କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ଜ୍ୟୋତିଷ ଶାସ୍ତ୍ର ରେ ସବୁ ପ୍ରକାର ସମସ୍ୟା ନିବାରଣ ଅଛି ।

ଯେକୌଣସି ଗ୍ରହ ବା ଭାଗ୍ୟ ଦୋଷ ହେଲେ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ରେ ଆପଣଙ୍କୁ ଏହାର ଉପାୟ ମିଳି ଯିବ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯଦି ଆପଣ ଘରେ ଏହି କାର୍ଯ୍ୟ ଗୁଡିକ କରନ୍ତି ତେବେ ଆପଣଙ୍କ ଭାଗ୍ୟ ଦୋଷ କଟି ଯିବ ଏବଂ ଆପଣଙ୍କୁ ସୁଖ ପ୍ରାପ୍ତ ହବ, ତେବେ ଆସନ୍ତୁ ଏହି ୫ଟି କାମ ବିଷୟରେ ଜାଣିବା ଯାହା କରିବା ଅତି ଆବଶ୍ୟକ ଅଟେ ।

– ଅମାବାସ୍ୟା ଦିନ ପୂର୍ବଜଙ୍କ ପୂଜା :

ଘର ବଡ ମାନଙ୍କ ଆଶୀର୍ବାଦ ଆପଣଙ୍କ ପାଇଁ ଅତି ଆବଶ୍ୟକ ହୋଇ ଥାଏ ସେଥିପାଇଁ ଚେଷ୍ଟା କରନ୍ତୁ ଯେ ପ୍ରତି ମାସ ଅମାବାସ୍ୟା ଦିନ ପୂର୍ବଜମାନଙ୍କ ପାଇଁ ବିଶେଷ ପୂଜା ଆୟୋଜନ କରନ୍ତୁ ଯାହା ଦ୍ଵାରା ତାଙ୍କ ଆଶୀର୍ବାଦ ସଦେବ ଆପଣଙ୍କ ସହ ରହୁ ଏବଂ ସବୁ କାର୍ଯ୍ୟ ରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେଉ ।

– ଘର ଦେବୀ ଦେବତାଙ୍କୁ ପୂଜା କରନ୍ତୁ :

କୁହା ଯାଏ ଯେ ସବୁ କୁଳ ର ଗୋଟେ ଆରାଧ୍ୟ ଦେବତା ହୋଇ ଥାନ୍ତି, ଏହି ଆରାଧ୍ୟ ଦେବତାଙ୍କ ପୂଜା ପୁରା ଘର ଲୋକଙ୍କୁ ନିଷ୍ଠା ରେ କରିବା ଉଚିତ ।

– ତିଜୋରି ପାଖରେ ଆଇନା :

ବାସ୍ତୁ ଶାସ୍ତ୍ର କଥା ଆପଣ ସମସ୍ତେ ଜାଣି ଥିବେ ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ତିଜୋରି ଉପରେ ବା ତଳେ ଅଇନା ଲଗେଇବା ଆବଶ୍ୟକ ହୋଇ ଥାଏ, ଏହା ଦ୍ଵାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇ ଥାଏ । ଏହି ଉପାୟ କଲେ ଆପଣଙ୍କ ରୋଜଗାର ବଢିବାକୁ ଲାଗିବ ଏବଂ ଆପଣ ବହୁତ ଧନ ପ୍ରାପ୍ତ କରିବେ ।

– ଗରିବ ଲୋକଙ୍କୁ ଦାନ ଦିଅନ୍ତୁ :

ଆଗ କାଳ ଲୋକ କହୁଥିଲେ ଘରେ ଆସିଥିବା ଗରିବ ଭିକାରୀକୁ ଖାଲି ହାତ ଫେରେଇବା ଉଚିତ ନୁହଁ, ଆପଣଙ୍କ ଘରେ ଯିଏ ଆସିଲେ ମଧ୍ୟ ତାଙ୍କୁ କିଛି ନା କିଛି ଦାନ ଦିଅନ୍ତୁ ଏହା ଆପଣଙ୍କ ଭବିଷ୍ୟ ପାଇଁ ଭଲ ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button