ମନୋରଞ୍ଜନ

ମନି ଲଣ୍ଡରିଂ ମାମଲାରେ ଫସିଲେ ବିଜୟ ଦେବରକୋଣ୍ଡା, ‘ଲାଇଗର’ରେ ବ୍ୟବହୃତ ହୋଇଛି ବିଦେଶୀ ଫଣ୍ଡି

ନୂଆଦିଲ୍ଲୀ : ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଅଡୁଆରେ ଫସିଛନ୍ତି। ଫିମାର ନିୟମ ଭାଙ୍ଗିବା ଅଧୀନରେ ବିଜୟଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରିପୋର୍ଟ ତଲବ କରିଛି। ମନି ଲଣ୍ଡରିଂ କେସ୍‌ରେ ବିଜୟଙ୍କ ନାମ ସାମିଲ ଥିବା କୁହାଯାଉଛି। ଲାଇଗର ଫିଲ୍ମକୁ ନେଇ ଅଭିନେତା ଇଡି ଜାଲରେ ପଡ଼ିଥିବାର ଦେଖାଯାଇଛି। କୁହାଯାଉଛି କି, ଫିଲ୍ମର ନିର୍ମାଣ ଏବଂ ପ୍ରଚାର ପ୍ରସାରରେ କଳା ଧନ ବ୍ୟବହୃତ ହୋଇଛି। ଏ ନେଇ ଇଡି ଏକ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରି ଦେଇଛି।

ଧର୍ମା ପ୍ରଡକ୍ସନସ୍‌ ବ୍ୟାନରରେ ତିଆରି ହୋଇଥିବା ଫିଲ୍ମ ‘ଲାଇଗର’ ଏକ ବଡ଼ ବଜେଟ୍‌ର ଫିଲ୍ମ ଥିଲା। ରିପୋର୍ଟ ମୁତାବକ, ଫିଲ୍ମ ପାଖାପାଖି ୧୨୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବକ୍ସ ଅଫିସ୍‌ରେ ନିଜର ମୂଲ୍ୟ ସୁଦ୍ଧା ସଂଗ୍ରହ କରିବାରେ ସଫଳ ହୋଇପାରି ନ ଥିଲା। ଫିଲ୍ମ ମୋଟ ୬୦.୮୦ କୋଟିର ଆୟ କରିଥିଲା। କିନ୍ତୁ ଫିଲ୍ମର ପ୍ରମୋସନ ଜୋର୍‌ସୋରରେ କରାଯାଇଥିଲା। କାହିଁକି ନା, ଫିଲ୍ମ ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ୍‌ ହୋଇଥିଲା। ଏଥିପାଇଁ ଦୁଇ ରାଜ୍ୟରେ ଫିଲ୍ମର ପବ୍ଲିସିଟି ପାଇଁ ଖୁବ୍‌ ପଇସା ବୁହାଯାଇଥିଲା। ତଥାପି ଫିଲ୍ମ ଦର୍ଶକ ଜୁଟାଇବାରେ ସଫଳ ହୋଇପାରି ନ ଥିଲା।

ଖବର ମୁତାବକ, ଇଡିକୁ ଅଭିଯୋଗ ମିଳିଥିଲା କି, ଫିଲ୍ମରେ କଳା ଧନ ସମେତ ବିଦେଶୀ ଫଣ୍ଡିଂର ବ୍ୟବହାର ହୋଇଛି। ଏହାକୁ ନଜରରେ ରଖି ଇଡି ବିଜୟ ଦେବରକୋଣ୍ଡାଙ୍କୁ ସମନ ପଠାଇଛି। ବିଜୟଙ୍କ ପୂର୍ବରୁ ଇଡି ୧୭ ନଭେମ୍ବରରେ ପ୍ରଯୋଜକ ଚାର୍ମି କୌର ଓ ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କୁ ମଧ୍ୟ ପଚରାଉଚରା ପାଇଁ ଅଫିସ୍‌ ଡକାଇଥିଲା। ଏଥି ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଜୟ ଦେବରକୋଣ୍ଡାଙ୍କୁ ଫିଲ୍ମ ପାଇଁ କରାଯାଇଥିବା ଇନ୍‌ଭେଷ୍ଟମେଣ୍ଟ ଏବଂ ଏହାର ଟିମ୍‌କୁ ଦିଆଯାଇଥିବା ପଇସା ବିଷୟରେ ପଚରାଉଚରା କରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button