ଓଡିଶା

ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର, ସ୍ୱାସ୍ଥ୍ୟସେବା ସ୍ୱାଭାବିକ

ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର। ଆଜିଠୁ ସ୍ବାସ୍ଥ୍ୟସେବା ସ୍ବାଭାବିକ। ୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସଂଘ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନର୍ସିଂ ସଂଘ ସାଧାରଣ ସଂପାଦକ । ନର୍ସିଂ କର୍ମଚାରୀମାନଙ୍କ ସହ ଆଲୋଚନା ସକରାତ୍ମକ ଓ ଫଳପ୍ରଦ ରହିଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଆନ୍ଦୋଳନରୁ ଓହରି କାମରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ସେମାନେ ମାନି ନେଇଛନ୍ତି । ସେମାନଙ୍କର ଦାବି ଉପରେ ତଜର୍ମା ପାଇଁ ଅନ୍ତବିଭାଗୀୟ କମିଟି ଗଠନ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ। ତେବେ ୧୦ଦଫା ଦାବି ପୂରଣ ପାଇଁ ନର୍ସିଂ କର୍ମଚାରୀମାନେ ଚାରି ଦିନ ଧରି ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ। ସରକାର ସେମାନଙ୍କ ବିରୁଦ୍ଧରେ ଏସମା ଲାଗୁ କରିଥିଲେ ମଧ୍ୟ ଆନ୍ଦୋଳନରୁ ଓହରି ନଥିଲେ ।  ନର୍ସିଂ ଅଫିସର ଆନ୍ଦୋଳନ ଯୋଗୁଁ ରାଜ୍ୟରେ ବ୍ୟାପକ ଭାବେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା  ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button