ଦେଶ ବିଦେଶ

ବିଶ୍ବର କୌଣସି ଶକ୍ତି ସନାତନ ଧର୍ମକୁ ଲୋପ କରିପାରିବ ନାହିଁ : ରାଜନାଥ – Utkal Mail


ନୂଆଦିଲ୍ଲୀ : ସନାତନ ଧର୍ମ କୁ ନେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବୟାନ ପରେ ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ବିଜେପି ପ୍ରାୟ ପ୍ରତିଦିନ ‘ଇଣ୍ଡିଆ’ ମେଣ୍ଟକୁ ଟାର୍ଗେଟ କରିଚାଲିଛି ।

ଶନିବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏ ସମ୍ପର୍କରେ ଏକ ବୟାନ ଦେଇଛନ୍ତି । ଡିଏମକେ ନେତାଙ୍କ ବୟାନକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ସେ କହିଛନ୍ତି, ସନାତନ ଧର୍ମ ଅନନ୍ତ, ବିଶ୍ୱର କୌଣସି ଶକ୍ତି ଏହାକୁ ନଷ୍ଟ କରିପାରିବ ନାହିଁ।  ସନାତନ ଧର୍ମ ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଛି, ଅର୍ଥାତ୍ ସମଗ୍ର ବିଶ୍ୱ ହେଉଛି ଆମ ପରିବାର, ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ଆରଏସଏସ ଯୁଗ୍ମ ମହାସଚିବ ମନମୋହନ ବୈଦ କହିଥିଲେ ଯେ ସନାତନ ସଭ୍ୟତା ଏକ ଆଧ୍ୟାତ୍ମିକ ଗଣତନ୍ତ୍ର । ସନାତନ ଧର୍ମର ଅର୍ଥ ଆମେ ଆଜିକାଲି ବୁଝୁଥିବା ଧର୍ମ ନୁହେଁ। ସନାତନ ସଭ୍ୟତା ଏକ ଆଧ୍ୟାତ୍ମିକ ଗଣତନ୍ତ୍ର । ଯେଉଁମାନେ ସନାତନଙ୍କ ବିଷୟରେ ବୟାନ ଦିଅନ୍ତି ସେମାନେ ପ୍ରଥମେ ଏହି ଶବ୍ଦର ଅର୍ଥ ବୁଝିବା ଦରକାର।

କିଛି ଦିନ ତଳେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନିନ୍ଦା କରିବା ସହ ତାହାର ବିଲୋପ କରାଯିବା ଉଚିତ ବୋଲି କହିଥିଲେ । ଏହାକୁ ନେଇ ସାରା ଦେଶରେ ବିବାଦ ଦେଖାଦେଇଥିଲା ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button