ସ୍ୱାସ୍ଥ୍ୟ

ପ୍ରତିଦିନ ସୂର୍ଯ୍ୟ କିରଣରେ ବସନ୍ତୁ, ମିଳିବ ଏହିସବୁ ଫାଇଦା

ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଶୀତଋତୁ | ଶୀତ ଆସିବା ମାତ୍ରେ ଲୋକମାନେ ସୂର୍ଯ୍ୟକିରଣରେ ବା ଖରାରେ ବସିବାକୁ ପସନ୍ଦ କରନ୍ତି, କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ଆଦୌ ସୂର୍ଯ୍ୟ କିରଣରେ ବସିବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ଆପଣ ଜାଣନ୍ତି କି ସୂର୍ଯ୍ୟ କିରଣ ଆମ ଶରୀର ପାଇଁ କେତେ ଉପକାରୀ? ପ୍ରତିଦିନ ଆମକୁ ଅତି କମରେ ୧୦ ମିନିଟ୍ ସୂର୍ଯ୍ୟ କିରଣରେ ବସିବା ଉଚିତ୍, କାରଣ ଏହା ଦ୍ୱାରା ଆମ ଶରୀରକୁ ଭିଟାମିନ୍-ଡି ର ପୋଷକ ତତ୍ତ୍ୱ ମିଳିଥାଏ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ କିରଣରେ ବସିବା ଦ୍ୱାରା ଆମକୁ କଣ ଫାଇଦା ମିଳିଥାଏ…

-ଶୀତ ଦିନେ ସୂର୍ଯ୍ୟ କିରଣ ଆମ ଶରୀର ପାଇଁ ଖୁବ୍ ଆବଶ୍ୟକ। ଅତ୍ୟଧିକ ଥଣ୍ଡା ହେତୁ ଅନେକ ଲୋକ କମ୍ବଳରୁ ବାହାରକୁ ମଧ୍ୟ ବାହାରିନଥାନ୍ତି | ଯାହା ଫଳରେ ସେହି ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ|  ସୂର୍ଯ୍ୟ କିରଣ ନ ପାଇବାରୁ ସେମାନଙ୍କ ଶରୀରରେ ଭିଟାମିନ୍ ଡିର ଅଭାବ ଦେଖାଯାଇଥାଏ।  ଯଦି ଆପଣ ପ୍ରତିଦିନ ୧୦ ମିନିଟ୍ ପର୍ଯ୍ୟନ୍ତ ଖରାରେ ବସନ୍ତି ତେବେ ଆମଣଙ୍କ ମାନସିକ ଦୁଃଚିନ୍ତା ବା ଉଦାସୀନତା କମ ହୋଇଥାଏ।

-ଆପଣଙ୍କ ଶରୀରରେ ଭିଟାମିନ୍ ଡି ର ଅଭାବ ଥିଲେ ଆପଣ ସୂର୍ଯ୍ୟକିରଣରେ ବସିବା ଉଚିତ୍।  ସୂର୍ଯ୍ୟକିରଣ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ, ତେଣୁ ଆପଣ ଏହାକୁ ଗ୍ରହଣ କରିବା ଉଚିତ୍।

-ଯଦି ଆପଣ ସୂର୍ଯ୍ୟକିରଣରେ ବସନ୍ତି, ତେବେ ଆପଣ ନିଜକୁ ଖୁସି ଅନୁଭବ କରିବେ ଏବଂ ଏହା ଶରୀରରୁ ଥକ୍କାପଣ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

-ଯଦି ଆପଣ ଠିକ୍ ଭାବରେ ଶୋଇପାରୁ ନାହାଁନ୍ତି ତେବେ ଏହା ଦ୍ୱାରା ଆପଣ ଅନେକ ଅସୁବିଧାରେ ପଡିବେ | ଏଥିପାଇଁ ଆପଣ ସୂର୍ଯ୍ୟକିରଣରେ ବସିବା ଉଚିତ | ଏପରି କରିବା ଦ୍ୱାରା ନିଦ ଭଲ ହୋଇଥାଏ ଓ ମାନସିକ ଶାନ୍ତି ବି ମିଳିଥାଏ ।

-ଏସବୁ ବ୍ୟତୀତ ଖରାରେ ବସିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ | ତେଣୁ ପ୍ରତିଦିନ ସୂର୍ଯ୍ୟ କିରଣରେ ରହିବା ଉଚିତ୍ | ଏହା ଆପଣଙ୍କୁ କର୍କଟ ଭଳି ବଡ ବଡ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button