ଜୀବନଶୈଳୀ

ଟମାଟର ରେ ଚାହୁଁନଥିବା ବାଳଗୁଡିକୁ ହଟାଇ ବା ପାଇଁ ଏପରି ଉପାୟ ଆଗରୁ କେବେ ଦେଖି ନଥିବେ

ବାଳ ଏକ ଏମିତି ଜିନିଷ ହୋଇଥାଏ ଯାହାକୁ ଲୋକମାନେ ନିଜ ମୁଣ୍ଡ ଉପରେ ଅଧିକ ମାତ୍ରାରେ ଚାହିଁଥାନ୍ତି କିନ୍ତୁ ଶରୀରର ଅନ୍ୟ ଜାଗାରେ ଏହାକୁ ହଟାଇବା ପାଇଁ ଚାହଁନ୍ତି । ଖାସକରି ମହିଳାମାନଙ୍କୁ ନିଜ ଶରୀରରେ ଚାହୁଁନଥିବା ବାଳ ଥିବାର ସେ ପସନ୍ଦ କରନ୍ତି ନାହିଁ । ମହିଳାମାନଙ୍କର ହାତରେ ବା ଗୋଡରେ ଏହି ପ୍ରକାରର ବାଳ ରହିବା ଶୋଭା ଦେଇନଥାଏ । ହାତ ଗୋଡ ଛଡା କେତେଥର ମୁହଁ ରେ ବି ହାଲକା ବାଳ ବାହାରି ଆସିଥାଏ ।

ପୁରୁଷମାନେ ଏହି ବାଳକୁ ସେବିଙ୍ଗ କରି ହଟାଇ ଦେଇଥାନ୍ତି ,ଆଜିକାଲି ବଡ ଦାଢି ରଖିବାର ଫେସନ ବି ଚାଲିଛି ।

ମହିଳାମାନେ କିନ୍ତୁ ଏହି ବାଳକୁ ସବୁବେଳେ ରେଜର୍ରେ ହଟାଇବା ଠିକ ହୋଇନଥାଏ ,ଏହା ଦ୍ଵାରା ବାଳ ଆହୁରି ଜଲ୍ଦି ଫେରିଆସିଥାଏ । ଏଥିରୁ ଛୁଟକାରା ପାଇବା ପାଇଁ ମହିଳାମାନେ ଅଧିକା ୱାକ୍ଶିଙ୍ଗରେ ସାହାରା ନେଇଥାନ୍ତି । ସବୁ ମହିଳାମାନଙ୍କୁ ଘରେ ହିଁ ୱାକ୍ସିଙ୍ଗ କରିବା ଆସିନଥାଏ । ଏଥିପାଇଁ ସେ ବିଉଟିପାଲର ଯାଇଥାନ୍ତି । ବିୟୁଟି ପାଲର ସହିତ ଦୁଇଟି ସମସ୍ୟା ରହିଥାଏ । ପ୍ରଥମ ହେଉଛି ସେଠାକୁ ସବୁବେଳେ ଗଲେ ବହୁତ ଖର୍ଚ ହୋଇଥାଏ ଏବଂ ଦିତୀୟ ହେଉଛି କେତେ ଥର ଏମିତି ହୋଇଥାଏ କି ପାଲର ବହୁତ ଭିଡ ଥାଏ ସେଥିପାଇଁ ସେମାନଙ୍କୁ ଅପେକ୍ଷା କରିବାକୁ ପଡିଥାଏ ସେଥିରେ ବହୁତ ଟାଇମ ବରବାଦ ହୋଇଥାଏ । ଏହାକୁ ଆଖିରେ ରଖି ଆଜି ଆମେ ଆପଣଙ୍କୁ ଘରେ ହିଁ ଆପଣଙ୍କର ଚେହେରାରେ ବା ଶରୀରରେ ଯେଉଁ ବାମ ଆପଣ ଚାହୁଁନାହାନ୍ତି ତାହାକୁ ହଟାଇ ପାରିବେ ।

ଟମାଟର ରେ ହଟାନ୍ତୁ ମୁହଁର ଚାହୁଁନଥିବା ବାଳ

ଚେହେରାରେ ଚାହୁଁନଥିବା ବାଳକୁ ହଟାଇବା ପାଇଁ ଆଜି ଆମେ ଟମାଟର ଏବଂ କିଛି ଅନ୍ୟ ସାମଗ୍ରୀ ବ୍ୟବହାର କରିବା । ଏହାର କିଛି ସାଇଡଇଫେକ୍ଟ ହେଇନଥାଏ ଏବଂ ଏହା ଆପଣଙ୍କ ସ୍କିନକୁ ନୁକସାନ ବି ପହଞ୍ଚାଇ ନଥାଏ । ଚାହୁଁନଥିବା ବାଳକୁ ହଟାଇବା ପାଇଁ ଟମାଟର ର ଏକ ପେଷ୍ଟ ତିଆରି କରିବାକୁ ହେବ । ଏହାକୁ ତିଆରି କରିବା ପାଇଁ ୪ଟି ଜିନିଷର ଆବଶ୍ୟକତା ଅଛି । ଟମାଟର ,କଞ୍ଚା କ୍ଷୀର ,ମହୁ ଏବଂ ଜିଲେଟିନ ପାଉଡର । ପ୍ରଥମେ ୨-୩ଟି ତମାତରକୁ ଗ୍ରାଇଣ୍ଡରରେ ପେଷି ତାର ରସ ତିଆରି କରନ୍ତୁ ।

ଏବେ ଏକ ଷ୍ଟିଲର ପାତ୍ର ନିଅନ୍ତୁ ଏବଂ ସେଥିରେ ଦୁଇ ବଡ ଚାମଚ ଟମାଟର ରସ ନିଅନ୍ତୁ, ଏକ ଚାମଚ କ୍ଷିର, ଏକ ଚାମଚ ମହୁ ଏବଂ ଏକ ଚାମଚ ଜିଲେଟିନ ପାଉଡର ମିଶାନ୍ତୁ । ଏହାକୁ ମିଶାଇବା ପରେ ଏକ ବଡ ଷ୍ଟିଲ ପାତ୍ରରେ ପାଣି ଗରମ କରିବାକୁ ରଖନ୍ତୁ । ପାଣି ଗରମ ହେବା ପରେ ତିଆରି କରିଥିବା ପେଷ୍ଟକୁ ସେହି ପାତ୍ର ସହିତ ଗରମ ପାଣିରେ ରଖିଦିଅନ୍ତୁ ।

ଯେତବେଳେ ଏହି ମିଶ୍ରଣ ଭଲଭାବରେ ତରଳି ଯିବ ତାହାକୁ ବାହାରକୁ ନେଇଆସିବେ ଏବଂ ଏକ ବ୍ରସ ସାହାଯ୍ୟରେ ସେହି ବାଳ ଉପରେ ଲଗାଇବେ । ଏହାକୁ ଶୁଖିବା ପର୍ଯ୍ୟନ୍ତ ରଖନ୍ତୁ ଏବଂ ଶୁଖିବା ପରେ ଏହାକୁ ବିପରୀତ ଦିଗ ରେ ବାହାର କରନ୍ତୁ । ଏହା ସହିତ ଆପଣ ଚାହୁଁନଥିବା ବାଳ ବି ବାହାରି ଆସିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button