କ୍ରାଇମ

ଖାଦ୍ୟ ଭଲ ନଲାଗିବାରୁ ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ – Utkal Mail


ଥାନେ: ମହାରାଷ୍ଟ୍ରର ଥାନେରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମାଆ ସ୍ବାଦିଷ୍ଟ ଖାଦ୍ୟ ନବନାଇଥିବା କାରଣରୁ ତାଙ୍କ ପୁଅ ତାଙ୍କୁ ଜୀବନରୁ ମାରି ଦେଇଥବା ଅଭିଯୋଗ ହୋଇଛି।

ମାଆ ଖାଇବା ଦେବା ପରେ ଭଲ ଲାଗୁନାହିଁ ବୋଲି କହି ପ୍ରଥମେ ପୁଅ ଯୁକ୍ତି କରିବା ଆରମ୍ଭ କରିଥିଲା। ଯୁକ୍ତିତର୍କ ବଢ଼ିଯିବାରୁ ପୁଅ ମାଆଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟିଦେଲା। କିଛି ସମୟ ମଧ୍ୟରେ ରକ୍ତସ୍ରାବ ହେବାରୁ ମାଆ ‌ସେଠାରେ ଠଳି ପଡ଼ିଲେ ଓ ତାଙ୍କର ମୃତ୍ୟୁ ଘଟିଛି।

ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁଯାୟୀ, ପଡ଼ୋଶୀମାନେ ଏ ସଂକ୍ରାନ୍ତରେ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇବା ପରେ ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ମୁରବାଦର ବେଲି ଗ୍ରାମର। ଜାଣିବାକୁ ମିଳିଛି ଯେ ବିଭିନ୍ନ କଥାକୁ ନେଇ ମାଆ ଓ ପୁଅ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ହେଉଥିଲା। ରବିବ‌ାର ସଂଧ୍ୟାରେ ଯେବେ ୫୫ ବର୍ଷୀୟା ମହିଳା ତାଙ୍କ ପୁଅକୁ ଖାଦ୍ୟ ଖାଇବାକୁ ଦେଲେ ତ ଚାଖିବା ପରେ ପୁଅ ରାଗରେ କମ୍ପି ଉଠିଲା।

ସେ ମାଆଙ୍କୁ ପଚାରିଲା କି ଏମିତି ଖାଇବା କାହିଁକି କରିଛୁ? କାହିଁକି ଭଲ କଲୁନି? ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା।ତାପରେ ପୁଅ ସଙ୍ଗେ ସଙ୍ଗେ ମାଆଙ୍କୁ ଆକ୍ରମଣ କରିବାରେ ଲାଗିପଡ଼ିଲା। ଘଟଣାସ୍ଥଳରେ ହିଁ ମାଆଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ପୁଅ ମାଆକୁ ହତ୍ୟା କରିବା ପରେ ମେଞ୍ଚେ ନିଦ ବଟିକା ଖାଇ ଶୋଡ଼ପଡ଼ିଥିବା ସୂଚନା ରହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button