ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ମୋଦୀଙ୍କ କୁଏତ୍ ଗସ୍ତ ଶେଷ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁଇ ଦିନିଆ କୁଏତ୍ ଗସ୍ତ ଶେଷ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ସୁଦୃଢ ପାଇଁ ଚୁକ୍ତିନାମା ସ୍ୱାକ୍ଷର ସରିଛି । ଏହି ସମୟରେ କୁଏତର ପ୍ରଧାନମନ୍ତ୍ରୀ ଶେଖ୍ ଅହମ୍ମଦ ଅଲ୍ ଅବଦୁଲ୍ଲା ଅଲ୍-ଅହମ୍ମଦ ଅଲ୍-ସବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିମାନବନ୍ଦରରେ ଆସି ବିଦାୟ ଦେଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ପ୍ରତିନିଧି ସ୍ତରୀୟ ଆଲୋଚନାରେ ଦୁଇ ପ୍ରଧାନମନ୍ତ୍ରୀ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ପ୍ରତିରକ୍ଷା, ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଏକ ରୋଡମ୍ୟାପ୍ ଉପରେ ଆଲୋଚନା କରିଥିଲେ । ଯାହା ଦ୍ୱାରା ପ୍ରତିରକ୍ଷା ଉପକରଣ ଯୋଗାଣ, ଯୁଗ୍ମ ଅଭ୍ୟାସ, ପ୍ରଶିକ୍ଷଣ, କର୍ମଚାରୀ ଓ ବିଶେଷଜ୍ଞଙ୍କ ସେବା ର ଆଦାନ ପ୍ରଦାନ ଏବଂ ଗବେଷଣା ଓ ବିକାଶ କ୍ଷେତ୍ରରେ ସହଯୋଗ ମିଳିବ । କ୍ରୀଡ଼ା, ସଂସ୍କୃତି ଏବଂ ସୌର ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଅନ୍ୟାନ୍ୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଏହି ବୈଠକରେ ଭାରତୀୟ ଉପସାଗରୀୟ ସହଯୋଗ ପରିଷଦର ଅଧ୍ୟକ୍ଷତା ମାଧ୍ୟମରେ ପ୍ରଭାବଶାଳୀ ଗୋଷ୍ଠୀ ସହିତ ସହଯୋଗକୁ ତୀବ୍ର କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଆଇଟି, ଫାର୍ମାସ୍ୟୁଟିକାଲ୍ସ, ଫିନଟେକ୍, ଭିତ୍ତିଭୂମି ଏବଂ ନିରାପତ୍ତା ଉପରେ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କୁଏତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button