ଦେଶ ବିଦେଶ

ବଢ଼ିଲା ଆଦାନୀଙ୍କ ଅଡ଼ୁଆ; ଆମେରିକାର ଅଭିଯୋଗ ପରେ ଡିଲ୍‌ ବାତିଲ୍‌ କଲା କେନିଆ

ଆମେରିକାର ନ୍ୟାୟ ବିଭାଗର ଆମେରିକୀୟ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ କମିଶନ ଆଦାନୀଙ୍କ ବିରୁଦ୍ଧରେ ଲାଞ୍ଚ ଦେଉଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଆଦାନୀ ଗ୍ରୁପ୍ ପାଇଁ ଆଉ ଏକ ଖବର ଆସିଛି ଯାହା ଗ୍ରୁପ୍ ଊପରେ ନକାରାତ୍ମକ ପ୍ରଭାବ ପକାଇଛି। କେନିଆ ସରକାର ଆଦାନୀ ଗ୍ରୁପ୍ ସହିତ ଦେଶର ମୁଖ୍ୟ ବିମାନ ବନ୍ଦରର ଚୁକ୍ତି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ୭୩୬ ମିଲିୟନ ଡଲାର ମୂଲ୍ୟର ଏକ ପ୍ରସ୍ତାବିତ ଚୁକ୍ତି ମଧ୍ୟ ବାତିଲ କରିଛନ୍ତି।

କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଶୁକ୍ରବାର କହିଛନ୍ତି ଯେ ଆଦାନୀ ଗ୍ରୁପକୁ ଦେଶର ମୁଖ୍ୟ ବିମାନବନ୍ଦରର ନିୟନ୍ତ୍ରଣ ଦେବାପାଇଁ ହୋଇଥିବା ଡିଲ୍‌ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଆମେରିକାରେ କମ୍ପାନୀର ପ୍ରତିଷ୍ଠାତା ଗୌତମ ଆଦାନୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଯୋଗୁ ଏହି କେନିଆ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ବ୍ୟତୀତ ୱିଲିୟମ୍ ରୁଟୋ ଆଦାନୀ ଗ୍ରୁପ୍ ସହିତ ଆଉ ଏକ ଚୁକ୍ତି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅଧୀନରେ ୭୩୬ ମିଲିୟନ ଡ଼ଲାର ମୂଲ୍ୟର ୩୦ ବର୍ଷର ସରକାରୀ-ବେସରକାରୀ ଭାଗିଦାରୀ ଚୁକ୍ତି ବାତିଲ କରାଯାଉଛି, ଯାହା ଗତ ମାସରେ ଆଦାନୀ ଗ୍ରୁପର ଏକ ୟୁନିଟ୍ ସହିତ ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ଆଦାନୀ ଗ୍ରୁପ୍ କମ୍ପାନୀ କେନିଆରେ ବିଦ୍ୟୁତ୍ ଟ୍ରାନ୍ସମିସନ ଲାଇନ ନିର୍ମାଣ କାର୍ଯ୍ୟ କରିବାର ଥିଲା।

ୱିଲିୟମ୍ ରୁଟୋ କହିଛନ୍ତି, ମୁଁ ତୁରନ୍ତ ପ୍ରଭାବରେ “ପରିବହନ ମନ୍ତ୍ରଣାଳୟ ଏବଂ ଶକ୍ତି ଓ ପେଟ୍ରୋଲିୟମ ମନ୍ତ୍ରଣାଳୟ ସହିତ ଆଦାନୀ ଗ୍ରୁପ୍‌ର କ୍ରୟ ପ୍ରକ୍ରିୟାକୁ ବନ୍ଦ କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି।’ ସହଯୋଗୀ ଦେଶ ତଥା ଅନୁସନ୍ଧାନକାରୀ ସଂସ୍ଥା ତରଫରୁ ସୂଚନା ପାଇବା ପରେ ଆମେ ଏପରି ପଦକ୍ଷେପ ଗ୍ରହଣ କରିଛୁ। ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ ‘ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ ଗୌତମ ଆଦାନୀ ଏବଂ ଅନ୍ୟ ୭ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି ଯେ, ସେ ଭାରତର ସରକାରୀ ଅଧିକାରୀଙ୍କୁ ୨୬୫ ମିଲିୟନ ଡଲାର ଲାଞ୍ଚ ଦେଇଛନ୍ତି। ଆଦାନୀ ଗ୍ରୁପ୍ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ଏବଂ ଏହା ସମସ୍ତ ଆଇନଗତ ବାଟକୁ ଅନୁସରଣ କରିବ ବୋଲି କହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button