ବ୍ରେକପ ପରେ ଯଦି ଆଉଥରେ ହୁଏ ପ୍ରେମ ତାହେଲେ ମନେ ରଖନ୍ତୁ ଏହି ସବୁ କଥା – ନଚେତ ପଡିବେ ଅସୁବିଧାରେ

ପ୍ରାୟତଃ କେତେ ଲୋକ ବ୍ରେକପ ପରେ କାହାକୁ ଭଲ ପାଇଯାନ୍ତି, ଏହା ଜରୁରୀ ତ ନୁହେଁ କି ବ୍ରେକପ ପରେ ଦୁଃଖ ରେ ରହିବା ନିହାତି ଅବଶ୍ୟକ । ଯଦି ଆପଣ ବ୍ରେକପ ତୁରନ୍ତ ପରେ କାହାକୁ ମନ ଦେଇଛନ୍ତି ତାହେଲେ ଆପଣଙ୍କୁ କିଛି କଥା ନେଇ ଆହୁରି ସତର୍କ ରହିବାକୁ ପଡିବ । ନୂଆ ସମ୍ବନ୍ଧକୁ ଆଗକୁ ନେବା ପାଇଁ ଆପଣଙ୍କୁ କିଛି ବିଶେସ କଥା ର ଧ୍ୟାନ ରଖିବାକୁ ପଡିବ, ଆସନ୍ତୁ ଜାଣିବା ଏହି ବିଶେଷ କଥାଗୁଡିକ ।
ଅତୀତ କୁ ଭୁଲି ଯାନ୍ତୁ :

କେତେ ଥର ଯେତେବେଳେ ଆମ ସହ ଅତୀତ ରେ କିଛି ଭଲ ନ ହୋଇଥାଏ ତାହେଲେ ଆମେ ଭାବୁ ଆଗୁକୁ ବି ଏମିତି ହି ହବ କିନ୍ତୁ ଏମିତି ଭାବିବା ଭୁଲ ଅଟେ । ଆପଣଙ୍କ ଅନୁଭବ ଖରାପ ହୋଇପାରେ କିନ୍ତୁ ଆସନ୍ତା ସମୟ ପାଇଁ ଭଲ ଭାବନ୍ତୁ ନିଶ୍ଚୟ କିଛି ନା କିଛି ଭଲ ହବ ।
ତୁଳନା କରନ୍ତୁ ନାହିଁ :
ଆମେ ସମସ୍ତେ କେବେ ନା କେବେ ନିଜ ଅତୀତ କୁ ନିଜ ବର୍ତ୍ତମାନ ସହ ତୁଳନା କରିଥାଉ କିନ୍ତୁ ଏହା କରିବା ଭୁଲ ଅଟେ । ପ୍ରାୟତଃ ଲୋକ ନିଜ ବର୍ତ୍ତମାନ ପାର୍ଟନର କୁ ନିଜ ଏକ୍ସ ପାର୍ଟନର ସହ ତୁଳନା କରନ୍ତି ଏହା ପୂର୍ଣ୍ଣ ରୂପ ରେ ଭୁଲ କାହିଁକିନା ସମସ୍ତେ ଅଲଗା ଅଲଗା ଥାନ୍ତି ଏବଂ ତୁଳନା କଲେ ଆପଣ କେବେ ନିଜ ଜୀବନ ରେ ଆଗକୁ ବଢି ପାରିବେନି ।

ତରତର ହୁଅନ୍ତୁ ନାହିଁ :
ବ୍ରେକପ ପରେ ମନ ଭିତରେ ବହୁତ ପ୍ରକାର ନକାରାତ୍ମକତା ଆସିଯାଇଥାଏ ଯାହା ଦ୍ଵାରା ଆମ ନୂଆ ସମ୍ବନ୍ଧ ପ୍ରଭାବିତ ହୋଇଥାଏ ସେଥିପାଇଁ ନୂଆ ସମ୍ବନ୍ଧ ରେ କିଛି ବି ତରତର ହୋଇ କରିବା ଉଚିତ ନୁହେଁ ।

ପୁରୁଣା ସମ୍ବନ୍ଧ ରେ ଫେରିବା କଥା ଭାବନ୍ତୁ ନାହିଁ :
ଯଦି ଆପଣ ନିଜ ଏକ୍ସ ପାଖକୁ ଫେରିବାକୁ ଚାହୁଁଛନ୍ତି ତାହେଲେ ଆପଣ ନିଜେ ଭାବନ୍ତୁ ଯଦି ସେହି ସମ୍ବନ୍ଧ ଠିକ ଥିଲା ତାହେଲେ ଆପଣ ତାକୁ ଭାଙ୍ଗିଲେ କାହିଁକି ଏବଂ କଣ ଆପଣ ପୁଣି ସେହି ଲୋକ ସହ ଖୁସି ରେ ରହିପାରିବେ, ସବୁ ଭାବିଚିନ୍ତି ଯଦି ବ୍ରେକପ କରିଛନ୍ତି ତାହେଲେ ପଛକୁ ଫେରିବା ଆବଶ୍ୟକ ନାହିଁ।

ନୂଆ ସମ୍ବନ୍ଧ ଉପରେ ଧ୍ୟାନ ଦିଅନ୍ତୁ :
ନିଜ ନୂଆ ସମ୍ବନ୍ଧ କୁ ସୁଖମୟ କରିବାକୁ ଚେଷ୍ଟା କରନ୍ତୁ, ନିଜ ପାର୍ଟନର ସହ ସମୟ ବିତାନ୍ତୁ । ନୂଆ ସମ୍ବନ୍ଧରେ ଖୁସି ଖୋଜନ୍ତୁ ଆପଣ ନିଜ ପୁରୁଣା ସମ୍ବନ୍ଧ କୁ ଭୁଲି ପାରିବେ ।




