ମାତ୍ର ୫୦ ସେକେଣ୍ଡେରେ ବିକ୍ରି ହୋଇଗଲା ଦିଲଜିତ ଦୋସାଞ୍ଜଙ୍କ ସୋ’ ଟିକେଟ୍

ପଞ୍ଜାବୀ ସିଙ୍ଗର ଦିଲଜିତ ଦୋସାଞ୍ଜଙ୍କ ଲୋକପ୍ରିୟତା ଏବେ ଆକାଶଛୁଆଁ ହୋଇଛି । ତାଙ୍କର ବିଭିନ୍ନ କନସର୍ଟରେ ପ୍ରବଳ ଗହଳି ହେଉଛି । ନିକଟରେ ସେ ଦିଲ୍ଲୀ, ଜୟପୁର, ହାଇଦ୍ରାବାଦ, ଅହମଦାବାଦ ଓ ଲକ୍ଷ୍ନୌ ଭଳି ବଡ଼ ବଡ଼ ସହରରେ ନିଜ ସୋ କରିଛନ୍ତି । ସବୁଠି ଫ୍ୟାନମାନଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଏବେ ସେ ମୁମ୍ବାଇର କନସର୍ଟ କରିବାକୁ ଯାଉଛନ୍ତି । ଆଉ ବିଶ୍ବାସ କରିବେନି ଏହି ସୋ ଦେଖିବା ପାଇଁ ଯେତେବେଳେ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେଲା ମାତ୍ର ୫୦ ସେକେଣ୍ଡ ଭିତରେ ସବୁଯାକ ଟିକେଟ୍ ବିକ୍ରି ହୋଇଗଲା ।
ଗତକାଲି ଜମାଟୋ ଜରିଆରେ ଦିଲଜିତଙ୍କ ସୋ’ର ଟିକେଟ୍ ବିକ୍ରୀ କରାଯାଇଥିଲା । ମୁମ୍ବାଇରେ ତାଙ୍କର ଫ୍ୟାନମାନେ ତୁରନ୍ତ କିଣି ନେିଥିଲେ ସବୁ ଟିକେଟ୍ । ଏଥିରେ ଦିଲଜିତ ନିଜେ ମଧ୍ୟ ଆଶ୍ଚର୍ଯ୍ୟ । ଏହି ସୋ’ର ସିଲଭର ବର୍ଗ ଟିକେଟ୍ ମୂଲ୍ୟ ହେଉଛି ୪ ହଜାର ୯୯୯ ଟଙ୍କା । ଯାହା କେବଳ ୫୦ ସେକେଣ୍ଡରେ ବିକ୍ରି ହୋଇଗଲା । ସେହିପରି ଗୋଲଡ୍ କକ୍ୟାଟେଗୋରୀ ଟିକେଟ୍ ୬ ମିନିଟରେ ଖଲାସ ହୋଇଗଲା । ଏବେ କେବଳ ଫ୍ୟାନପିଟ୍ ଏବଂ ଏମଆଇପି ଲାଉଞ୍ଜ ବା ଷ୍ଟାଣ୍ଡିଂ ଟିକେଟ୍ ବାକି ରହିଛି । ଯାହାର ମୂଲ୍ୟ ୨୧ ହଜାର ୯୯୯ ଏବ୦ ୬୦ ହଜାର ଟଙ୍କା । ମୁମ୍ବାଇରେ ଆସନ୍ତା ଡିସେମ୍ବର ୧୧ ତାରିଖରେ ଦିଲଜିତଙ୍କ ସୋ ରହିଛି ।