ଦେଶ ବିଦେଶ

୪ ବର୍ଷରେ ୧୫ ଥର; ଦୁଷ୍କର୍ମ ଅପରାଧୀ ରାମ ରହିମକୁ ପୁଣି ମିଳିଲା ପାରୋଲ ଅନୁମତି

ଜେଲରୁ ବାହାରିବେ ଦୁଷ୍କର୍ମ ମାମଲାର ଦୋଷୀ ରାମ ରହିମ। ହରିୟାଣା ବିଧାନସଭା ନିର୍ବାଚନ ମାହୋଲ ମଧ୍ୟରେ ତାଙ୍କୁ ପୁଣି ଥରେ ପାରୋଲ ମିଳିଛି। ନିର୍ବାଚନ ଆୟୋଗ କିଛି ସର୍ତ୍ତ ରଖି ତାଙ୍କୁ ପାରୋଲ ପାଇଁ ଅନୁମତି ଦେଇଛନ୍ତି।

ଦୁଇ ଜଣେ ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଚାରି ବର୍ଷ ହେବ ଜେଲରେ ଅଛନ୍ତି ରାମ ରହିମ।

ମାତ୍ର ଏହି ଚାରି ବର୍ଷ ମଧ୍ୟରେ ତାଙ୍କୁ ୧୫ ଥର ପାରୋଲ ମିଳିଳାଣି। ଗତ ୯ ମାସ ମଧ୍ୟରେ ସେ ତିନି ଥର ଜେଲରୁ ବାହାରିଥିଲେ।

ସେପ୍ଟେମ୍ବର ୨୯ରେ ପୁଣି ଥରେ ପାରୋଲ ପାଇଁ ଆବେଦନ କରିଥିଲେ। କିନ୍ତୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ସେ ଆବେଦନକୁ ନିର୍ବାଚନ କମିଶନଙ୍କୁ ପଠାଇ ଦେଇଥିଲେ। ନିର୍ବାଚନ କମିଶନ କାରଣ ପଚାରିବା ପରେ ବିଚାର ବିମର୍ଶ କରି ସର୍ତ୍ତ ରଖି ଅନୁମତି ଦେଇଛନ୍ତି।

ଅକ୍ଟୋବର ୫ରେ ହରିୟାଣା ନିର୍ବାଚନ ଥିବାବେଳେ ରାମ ରହିମଙ୍କୁ ଏଥିରେ କୌଣସି ପ୍ରକାର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଅଂଶଗ୍ରହଣ କରିବାକୁ ବାରଣ କରିଛନ୍ତି ନିର୍ବାଚନ ଆୟୋଗ। ଏଥିସହ ସୋଶାଲ ମିଡିଆ ପ୍ରଚାର କିମ୍ବା କୌଣସି ନିର୍ବାଚନ ପ୍ରଚାର ରାଲିରେ ସାମିଲ ନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ନିର୍ବାଚନ ସମୟରେ ରାମ ରହିମ ପାରୋଲରେ ଆସିବା ନୂଆ କଥା ନୁହେଁ, ସେ ଲୋକସଭା ନିର୍ବାଚନ ପୂର୍ବରୁ ଜାନୁଆରୀ ୧୯ରେ ପାରୋଲରେ ଆସିଥିଲେ। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ଜେଲରୁ ବାହାରିଥିଲେ। ଗତ ମାସ ମଧ୍ୟ ତାଙ୍କୁ ୨୧ ଦିନିଆ ପାରୋଲ ଅନୁମତି ମିଳିଥିଲା। ଅଗଷ୍ଟ ୧୩ରେ ସେ ପାରୋଲରେ ଆସିଥିଲେ।

ବର୍ତ୍ତମାନ ସେ ହରିୟାଣାର ରୋହତକର ସୁନାରିଆ ଜେଲରେ ଅଛନ୍ତି। ସିରସା ଆଶ୍ରମରେ ଦୁଇଜଣ ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button