ସ୍ୱାସ୍ଥ୍ୟ

ଫ୍ୟାଟି ଲିଭର ରୋଗ କେମିତି ରୋକିବେ? ଜାଣନ୍ତୁ ଏହାର ଚିକିତ୍ସା

ବନ୍ଧୁଗଣ ଆପଣ ଜାଣିଥିବେ ବର୍ତମାନ ଅଧିକାଂଶ ବ୍ୟକ୍ତି ଲିଭର ଜନିତ ସମସ୍ୟାରେ ପୀଡିତ ହେଉଛନ୍ତି, ଲିଭର ଆମ ଶରୀରର ଏକ ମୁଖ୍ୟ ଆର୍ଗାନ ଅଟେ, ଏହା ଆମ ଶରୀରର ଅନେକ କାର୍ଯ୍ୟ ତୁଲାଇ ଥାଏ |ଆପଣ ଯଦି ଆପଣଙ୍କ ଶାରୀର ଭିତର ଥିବା ଅର୍ଗାନ ଗୁଡିକ ପ୍ରତି ସଚେତନ ନରହିବ କିମ୍ବା ଆପଣଙ୍କ ଖାଦ୍ୟରେ ଯଦି ବାଲାନ୍ସ ନରଖିବ ତେବେ ଆପଣକୁ ଅନେକ ସମସ୍ୟା ଭୋଗ କରିବା ପାଇଁ ପଡିଥାଏ |ମୁଁ ଆଜି ଆପଣଙ୍କୁ ଫାଟି ଲିଭର ବିଷୟରେ ଜଣେଇବି ଯାହା ଦ୍ଵାର ଆପଣ ଅନେକ ସମସ୍ୟା ଭୋଗ କରିଥାନ୍ତି |ଫାଟି ଲିଭର ଯଦି ହୋଇଥାଏ ତେବେ ବ୍ୟକ୍ତି ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଫାଟି ଲିଭର କଣ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଫାଟି ଲିଭର କାରଣ :-ଯଦି ଆପଣଙ୍କ ଶରୀରରେ ଫେଟ ଅଧିକ ହୋଇଯାଏ ତେବେ ଆପଣଙ୍କ ଲିଭର ମଧ୍ୟ ଚର୍ବି ଜମା ହବାର ବହୁତ ଚାନ୍ସ ରହିଥାଏ,ଏହା ସହିତ ଏହି ଫାଟି ଲିଭର ଅଧିକ ଡାଇବେଟିସ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଖରେ ଦେଖାଯାଏ |ଯଦି ବ୍ୟକ୍ତି ଥରେ ଓବେସିଟି ସହିତ ଯଦି ବ୍ୟକ୍ତି କୌଣସି ସର୍ଜରୀ କିମ୍ବା ଅନ୍ୟ ମେଡିକେସନ ପାଇଁ ମଧ୍ୟ ଲିଭରରେ ଫେଟ ଜମା ହୋଇଯାଏ |

ଲକ୍ଷଣ :-ଫାଟି ଲିଭର ଥିଲେ ଏହାର ଲକ୍ଷଣ ଶୀଘ୍ର ଜଣା ପଡ଼ିନଥାଏ, କାରଣ ଯଦି ଅଲକହୋଲିକ କିମ୍ବା ନନ ଅଲକହୋଲିକ ଇନଫେକ୍ସନ ଲିଭରରେ ହୋଇଥାଏ ତେବେ ମଧ୍ୟ ଏହାର ଲକ୍ଷଣ ଶୀଘ୍ର ଜଣାପଡି ନଥାଏ |ଶରୀରରେ ଫେଟ ଅଧିକ ହେଲେ ତାହା ଲିଭରରେ ମଧ୍ୟ ଜମା ହୋଇଯାଏ ଯାହାଦ୍ୱାରା ଲିଭର ଭଲରେ କାମ କରିନଥାଏ |ଏହି ସମସ୍ୟା ଥିଲେ ଅଧିକ ସମୟ ଭୋକ କମ ଲାଗିବା ସହିତ ବ୍ୟକ୍ତିଙ୍କୁ ବେଳେ ବେଳେ ପେଟରେ ଯନ୍ତ୍ରଣା ଅନୁଭବ ମଧ୍ୟ ହୋଇଥାଏ |

ଚିକିତ୍ସା :-ଯଦି ଆପଣଂକର ଅଲକହୋଲିକ ଫେଟି ଲିଭର ଜନିତ ସମସ୍ୟା ରହିଛି ତେବେ ଆପଣ ଏଥିପାଇଁ ଡାକ୍ତର ପରାମର୍ଶ ନେବା ସହିତ ଅଲକାହଲ ନେବା ବନ୍ଦ କରିଦିଅନ୍ତୁ |ଏହା ସହିତ ଆପଣ ଯଦି ନନ ଅଲକହୋଲିକ ଫେଟି ଲିଭରରେ ପୀଡିତ ଅଛନ୍ତି ତେବେ ନିଜର ଲାଇଫ ଷ୍ଟାଇଲରେ ପରିବର୍ତନ ଆଣିବା ସହିତ ଡାକ୍ତରଙ୍କ ପରାମର୍ଶରେ ଔଷଧ ମଧ୍ୟ ସେବନ କରନ୍ତୁ |ଏହା ସହିତ ଆପଣ ପ୍ରତ୍ୟେକ ଦିନେ ଅଧିକ ପାଣି ପିଇବା ସହିତ ଆପଣ ନିଜ ଶରୀର ଫେଟ କମିବା ପାଇଁ ଚେଷ୍ଟା କରନ୍ତୁ,ପରେ ଫେଟ ଜାତୀୟ ଖାଦ୍ୟ ସହିତ ଜଙ୍କ ଫୁଡ ଆଦିକୁ ତ୍ୟାଗ କରିବା ସହିତ ସବୁଜ ପନିପରିବା ସହିତ ଅଧିକ ଫାଇବା ଜାତୀୟ ଖାଦ୍ୟ ସହିତ ଫଳ ମୂଳ ଖାଇବା ପାଇଁ ଚେଷ୍ଟା କରନ୍ତୁ |ସର୍ବଦା ସ୍ଲିମ ରହିବା ସହିତ ଆପଣ ସୁସ୍ଥ ରୁହନ୍ତୁ ତେବେ ଆପଣ ଲିଭର ମଧ୍ୟ ସୁସ୍ଥ ରହିବ |

Related Articles

Leave a Reply

Your email address will not be published. Required fields are marked *

Back to top button