ସ୍ୱାସ୍ଥ୍ୟ

ଲାଜକୁଳୀ ଲତା ଭଲ କରୁଛି ଜୀବନ ନେଉଥିବା ବଡ଼ ବଡ଼ ରୋଗ, ଦେଖନ୍ତୁ କେମିତି ଓ କେଉଁ ରୋଗ |

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି। ଏହି ସମସ୍ୟା ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ପାଖରେ ଅଧିକ ଦେଖା ଯାଉଛି। ଆଜି ଆମେ ଆପଣମାନଙ୍କୁ ଲାଜକୁଳୀ ଲତା ବିଷୟରେ କହିବାକୁ ଯାଉଛୁ। ଯାହାର କିଛି ଅଲଗା ଚମତ୍କାରୀ ଗୁଣ ରହିଛି । ଆୟୁର୍ବେଦିକ ଡାକ୍ତର ଅମିତ କୁମାର କହିଛନ୍ତି ଯେ ଲାଜକୁଳୀ ଲତା ଡାଇବେଟିସ ପାଇଁ ଅମୋଘ ଅସ୍ତ୍ର। ସାଧାରଣତଃ ଆମେ ବାଡ଼ି ବଗିଚାରେ ଏହି ଗଛଟିକୁ ଦେଖିଥିବା ଇଏ ଏମିତି ଏକ ଗଛ ଯାହାକୁ ଛୁଇଁବା ମାତ୍ରେ ସେ ଆପେ ଆପେ ଭିତରପଟୁ ବନ୍ଦ ହୋଇଯାଏ ।

କିଛି ସମୟ ପରେ ସେ ନିଜେ ନିଜେ ଖୋଲିଯାଏ । ଲାଜକୁଳୀ ଗଛ ପ୍ରାକୃତିକ କୋଳାହଳରୁ ନିଜକୁ ରକ୍ଷା କରିବା ପାଇଁ ଏପରି କରିଥାଏ । ଏହିଭଳି କାରଣରୁ ଲାଜୁଆ ବା ଲାଜକୁଳୀ ଗଛ ନାମ ଦିଆଯାଇଛି । ଏହା ପତଳା ଶାଖା ବିଶିଷ୍ଟ ଲତା ଯାହାକି କଣ୍ଟାଧାର ବିଶିଷ୍ଟ ଅଟେ ,ଏହା ସାଧାରଣତଃ ୫ ଇଞ୍ଚ ରୁ ଲମ୍ବା ପାଞ୍ଚ ଫୁଟ ପର୍ଯ୍ୟନ୍ତ ବଢିଥାଏ । ଏହି ଗଛର ଫୁଲର ରଙ୍ଗ ହାଲକା ଗୋଲାପୀ ରଙ୍ଗ ଅଟେ । ଏହି ଲତା ବର୍ଷ ସାରା ବାଡ଼ି ବଗିଚାରେ ଉଠିଥାଏ । ଏହାକୁ ଔଷଧ ଭାବେ ହିସାବରେ କରାଯାଏ । ଲାଜକୁଳିର ଫୁଲ ପତ୍ର ଓ ମଝିଭାଗ ଅନେକ ରୋଗରୁ ବଞ୍ଚିବା ପାଇଁ ବ୍ୟବହାର କରାଯାଏ ।

ମଧୁମେହରେ ପୀଡିତ ବ୍ୟକ୍ତିକୁ ଏହା ଔଷଧ ରୂପରେ ଦିଆଯାଏ । ମଧୁମେହରେ ପୀଡିତ ବ୍ୟକ୍ତି ଏହାର ପତ୍ରର ରସକୁ ସେବନ କଲେ ବହୁ ଫାଇଦା ମିଳିଥାଏ ବୋଲି ଆୟୁର୍ବେଦରେ ଲିଖିତ ଅଛି । ଏହା ସହିତ କାଶ ହେଉଥିଲେ ଏହି ପତ୍ରର ରସକୁ ଗଳାରେ ଲଗାଇଲେ ତାହା ଭଲ ହୋଇଯାଏ । ପେଟରେ ପଥର ଜମିଯାଇଥିଲେ ଲାଜକୁଳୀ ଲତାର ରସକୁ ସେବନ କଲେ ପେଟ ଭିତର ପଥର ଧୀରେ ଧୀରେ ନଷ୍ଟ ହେଇଯାଇଥାଏ । ଏହାକୁ ଦିନରେ ଦୁଇ ତିନିଥର ଦେଲେ ତାହା ପଥରକୁ ଭାଙ୍ଗି ବାହାରକୁ ବାହାର କରିଦେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button