ଓଡିଶା

ବିଜେଡି ର ଜନସଂପର୍କ ପଦଯାତ୍ରା – Utkal Mail



ରାଜନଗର ୮/୧୦ :  ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ ଗାନ୍ଧୀଜୟନ୍ତିଠାରୁ ଜନସଂପର୍କ ପଦଯାତ୍ରା ରାଜ୍ୟ ର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି। ଏହି କ୍ରମରେ ରବିବାର ରାଜନଗର ବିଜୁଜନତା ଦଳ ପକ୍ଷରୁ ଜନସଂପର୍କ ପଦଯାତ୍ରା ସାନବଡ଼ଗୋପାଳପୁର ଗ୍ରାମ ପଞ୍ଚାୟତ ର ତ୍ରିନାଥ ବଜାର ଠାରେ ଥିବା ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରୁ ଆରମ୍ଭ ହୋଇ ରାଜନଗର ବଜାର ପରିକ୍ରମା କରି ଜରୀମୂଳ ଛକ , ଭିତରଗଡ଼, ନାଥପୁର, କୁରୁଣ୍ଟି, ବ୍ରାହ୍ମଣସାହି, ନାଉକଣା, ଗୋବର୍ଦ୍ଧନପୁର, ଓଲସାହି ଗ୍ରାମ ଦେଇ ରାଜନଗର ଗୋପାଳପୁର ଲୁଣାବନ୍ଧ ର ପ୍ରହରାଜପୁର ଠାରେ ହେବାକୁ ଥିବା ତଟ ସୁରକ୍ଷା କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ସ୍ଥଳରେ ବାଇକି ଶୋଭାଯାତ୍ରା ମାଧ୍ୟମରେ ବିଧାୟକ ସମର୍ଥକ ଙ୍କ ଗହଣରେ ପହଞ୍ଚିଥିଲେ। ବିଧାୟକ ଙ୍କ କରକମଳରେ ସୁଭଭିତିପ୍ରସ୍ଥର ସ୍ଥାପନ ସମ୍ପାଦିତ କରାଯାଇଥିଲା। ଜଳସମ୍ପଦ ବିଭାଗ ର ସହକାରୀଯନ୍ତ୍ରୀଇଂ ଭଞ୍ଜକିଶୋରରାଉତ ଯୋଗ ଦେଇ ଥିଲେ। ସେଠାରୁ ଶୋଭାଯାତ୍ରା ବାହାରି ପ୍ରହରାଜପୁର ଠାରେପହଞ୍ଚିଥିଲା। ବିଧାୟକ ରାଜ୍ୟ ସରକାର ଙ୍କ ବହୁବିଧ ଉନ୍ନୟନ ଯୋଜନା ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଞ୍ଚଳରେ କରାଯାଇ ଥିବା ଉନ୍ନୟନ କାର୍ଯ୍ୟ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ। ଗୋବର୍ଦ୍ଧନ ପ୍ରଧାନ, ଅରୁଣ ସାହୁ, ପ୍ରମୋଦ ପ୍ରଧାନ, ରବିନ ମଲ୍ଲିକ, ସରୋଜ ରାଉତ, ଆର୍ତବନ୍ଧୁ ମହାନ୍ତି, ଉପାଧ୍ୟକ୍ଷ ଗଣେଶ ଗୁଡ଼ିଆ, ଅଧ୍ୟକ୍ଷା ପ୍ରତିଭା ପାତ୍ର, ଜିଲ୍ଲାପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମରେ ୭ଶହ ରୁ ଅଧିକ ବାଇକ୍ ଶୋଭାଯାତ୍ରା ରେ ସାମିଲ ହୋଇ ଥିବା ଜଣାପଡିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button