ମନୋରଞ୍ଜନ

ଗୌରୀ ଏବଂ ଶାହରୁଖଙ୍କ ପ୍ରେମ କାହାଣୀ କେଉଁ ଫିଲ୍ମ ଠାରୁ କମ ନୁହେଁ । ଶାହରୁଖ ଖାନ୍ ନିଜର ଧର୍ମ ବଦଳାଇ ୫ ବର୍ଷ ପର୍ଯ୍ୟନ୍ତ ହୋଇଯାଇଥିଲେ ହିନ୍ଦୁ – ଦେଖି ନିୟନ୍ତୁ ତାଙ୍କ ପ୍ରେମ କାହାଣୀ

ବଲୀଉଡ ଏକ ଏମିତି ଦୁନିଆ ଯେଉଁଠି ଅସଲି ଜୀବନ ବି ଲାଗେ ଫିଲ୍ମ ଭଳି। ସେମିତି ଏକ ପ୍ରେମ କାହାଣୀ ନେଇ ଆସିଛୁ ଆମେ ଆଜି ଆପଣଙ୍କ ପାଇଁ। ସେହି କାହାଣୀ ଆଉ କାହାରି ନୁହେଁ ବରଂ ବଲୀଉଡ ର କିଙ୍ଗ୍ ଖାନ୍ ଶାହାରୁଖ ଖାନ୍ ଙ୍କର । ତେବେ ଶାହାରୁଖ ଖାନ୍ ଏପରି ଜଣେ ଅଭିନେତା ଅଟନ୍ତି ଯିଏକି ଫିଲ୍ମରେ ରୋମାନ୍ସ, ଡ୍ରାମା, କମେଡି ଓ ଆକ୍ସନ ଭଳି ସବୁ ପ୍ରକାରର ଅଭିନୟ କରି ଲୋକ ମାନଙ୍କୁ ନିଜର ଦିବନା କରି ସାରିଛନ୍ତି ।

ସେ ଯେ କୌଣସି ଭୂମିକା ହେଉ ନା କାହିଁକି କୁ ତାକୁ ବହୁତ ଭଲ ଭାବେ ତୁଲାଇ ଥାନ୍ତି । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ତାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ବହୁତ । ଶାହାରୁଖଙ୍କ ପ୍ରେମ କାହାଣୀ ବହୁତ ନିୟାରା ଅଟେ । ସେ ଗୌରୀଙ୍କୁ ବାହାହେବା ପାଇଁ ବହୁତ କଷ୍ଟ କରିଥିଲେ । ତାଙ୍କ ପ୍ରେମ କାହାଣୀ କିଏ ବା ନ ଜାଣନ୍ତି ସମସ୍ତେ ଜାଣିଛନ୍ତି କି ଶାହାରୁଖ ଖାଁ ଗୌରୀଙ୍କ ପ୍ରେମରେ ଦିୱାନା ଥିଲେ । ସେ ଏମିତି ପାଗଳ ହୋଇଯାଇଥିଲେ କି ଗୌରି ସଟ୍ ଡ୍ରେସ୍ ପିନ୍ଧିଲେ ତାଙ୍କୁ ପସନ୍ଦ ଲାଗୁ ନଥିଲା ।

 

ଗୌରୀଙ୍କୁ ପାଇବା ପାଇଁ ଶାହାରୁଖ ଖାଁଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା । ଗୌରୀ ଏକ ହିନ୍ଧୁ ପଞ୍ଜାବୀ ପରିବାରରୁ ଥିଲେ ଓ ସାହାରୁଖ ଖାଁ ମୁସଲମାନ ପରିବାରରୁ । ଗୌରୀଙ୍କ ପରିବାର ଏହି ସଂମ୍ପର୍କ ପାଇଁ କେବେ ବି ରାଜି ନଥିଲେ । କୁହାଯାଏ ଜି ଶାହାରୁଖ ଗୌରୀଙ୍କ ପିଛା କରିକି ମୁମ୍ବାଇ ଚାଲି ଆସିଥିଲେ  ଓ ରେଲୱେ ଷ୍ଟେସନରେ ବହୁତ ରାତି କଟାଇଥିଲେ । କେବଳ ସେତିକି ନୁହେଁ ଶାହାରୁଖ ଖାନ୍ ଗୌରୀଙ୍କୁ ଏତେ ଭଲ ପାଉଥିଲେ କି ସେ ତାଙ୍କ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ନିଜ ଧର୍ମ ପରିବର୍ତ୍ତନ କରି ଥିଲେ ।

 

ଗୌରୀଙ୍କ ଘରଲୋକଙ୍କ ହୃଦୟ ଜିତିବା ପାଇଁ ଶାହାରୁଖ ୫ ବର୍ଷ ପାଇଁ ହିନ୍ଧୁ ଧର୍ମ ଗ୍ରହଣ କରିଥିଲେ ଓ ହିନ୍ଧୁ ହେବାର ନାଟକ କରୁଥିଲେ। ଗୌରୀଙ୍କୁ ଦେଖାକରିବା ପାଇଁ ସେ ନିଜ ନାଁ ବି ବଦଳାଇ ଦେଇଥିଲେ  ଓ ଯେବେ ଗୌରୀଙ୍କ ଫ୍ୟାମିଲିଙ୍କୁ ସାହାରୁଖ ପସନ୍ଦ ଆସିଲେ ତେବେ ଯାଇ ନିଜର ସତ୍ୟତା ତାଙ୍କ ଘର ଆଗରେ କହିଥିଲେ । ସତ ଜାଣିଲା ପରେ ଗୌରୀଙ୍କ ପରିବାର ଟିକେ ରାଗି ଯାଇଥିଲେ  କିନ୍ତୁ ସେମାନେ ତାଙ୍କ ବିବାହ ପାଇଁ ରାଜି ହୋଇ ଯାଇଥିଲେ ।

ଆଜି ଶାହାରୁଖ ନିଜର ସୁଖଦ ଜୀବନ ଅତିବାହିତ କରୁଛନ୍ତି ଓ ତିନୋଟି ଛୁଆଙ୍କ ବାପା ଅଛନ୍ତି । ଆର୍ୟନ୍, ସୁହାନା ଓ ଅବରାମ୍ ସେମାନଙ୍କ ସନ୍ତାନ ଅଟନ୍ତି ।  ଶାହାରୁଖ ଭଲ ସ୍ୱାମୀ ହେବା ସହ ଜଣେ ଭଲ ବାପା ବି ଅଟନ୍ତି ଓ ଯେବେ ସମୟ ମିଳେ ସେ ନିଜ ପରିବାର ସହ ସମୟ ବିତାଇବା ପସନ୍ଦ କରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button