ଧର୍ମ

ଶାସ୍ତ୍ର ଅନୁସାରେ ଯେଉଁ ଲୋକ ମାନଙ୍କ ପାଖର ଥାଏ ଏହି ୬ଟି ଖରାପ ଅଭ୍ୟାସ, ତାଙ୍କ ଘର ଛାଡି ଚାଲି ଯାଆନ୍ତି ମାତା ଲକ୍ଷ୍ମୀ

ଏହି ସଂସାରରେ ସମସ୍ତ ବ୍ୟକ୍ତିଙ୍କୁ ଧନର ଲୋଭ ଥାଏ । ଯଦି ବ୍ୟକ୍ତିଙ୍କ ପାଖରେ ଧନ ରହିବ ତ ସେ ନିଜର ଜୀବନକୁ ଆରାମରେ ବ୍ୟତିତ କରିପାରିବ । ବ୍ୟକ୍ତିକୁ ଟଙ୍କା ଆୟ କରିବା ପାଇଁ ପରିଶ୍ରମ କରିବାକୁ ପଡିଥାଏ ଏବଂ ମାତା ଲକ୍ଷ୍ମୀଙ୍କର ମଧ୍ୟ ପୂଜାପାଠ କରିବାକୁ ପଡିଥାଏ କିନ୍ତୁ ପୂଜାପାଠ କରିବା ସତ୍ବେ ବି ଜୀବନରେ ଧନର ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ଆସନ୍ତୁ ଜାଣିବା କେଉଁ ୬ ଟି ଅଭ୍ୟାସ କାରଣରୁ ମା ଲକ୍ଷ୍ମୀ ରୁହନ୍ତି ନାହିଁ ଘରେ

ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି କି ସବୁଦିନ ବ୍ୟକ୍ତିଙ୍କ ଦ୍ଵାରା କରାଯାଉଥିବା କିଛି ଦୈନିକ ଅନୈତିକ କାର୍ଯ୍ୟ ଦ୍ଵାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳେ ନାହିଁ । ବ୍ୟକ୍ତି ମଧ୍ୟରେ କିଛି ଏପରି ଖରାପ ଗୁଣ ଥାଏ ଯାହାପାଇଁ ସେ ତାହାର ଜୀବନରେ ସବୁବେଳ ଧନର ସମସ୍ୟାର ସାମ୍ନା କରିଥାଏ । ଆଜି ଆମେ ଆପଣମାନଙ୍କୁ ସେହି ଖରାପ ଅଭ୍ୟାସ ଗୁଡିକ ବିଷୟରେ କହିବାକୁ ଯାଉଛୁ ।

ଅତ୍ୟଧିକ ଶୋଇବା

କେତେକ ଲୋକମାନଙ୍କର ଅଭ୍ୟାସ ଅଛି କି ସେମାନ ସକାଳେ ବେଶୀ ସମୟ ପର୍ଯ୍ୟନ୍ତ ଶୋଇବା ଏବଂ କେତେ ଲୋକମାନେ ଦିନବେଳା ମଧ୍ୟ ଶୋଇଥାନ୍ତି ସେମାନଙ୍କର ଏହି ଅଭ୍ୟାସ ଯୋଗୁ ମାତା ଲକ୍ଷ୍ମୀ ତାଙ୍କ ପାଖରେ କେବେ ବି ରୁହନ୍ତି ନାହିଁ ଏବଂ ତାଙ୍କୁ ସବୁବେଳେ ଟଙ୍କାର ଅସୁବିଧା ରହିଥାଏ ।

ଦୀପ ନ ଜଳାଇବା

ଯେଉଁ ବ୍ୟକ୍ତି ନିଜ ଘରେ ସକାଳେ ଏବଂ ସନ୍ଧ୍ୟା ସମୟରେ ଦୀପ ଜଳାଏ ନାହିଁ ସେହି ବ୍ୟକ୍ତିଙ୍କ ଘରେ ମାତା ଲକ୍ଷ୍ମୀ ବେଶୀ ସମୟ ପର୍ଯ୍ୟନ୍ତ ରୁହନ୍ତି ନାହିଁ ।

କ୍ରୋଧ କରିବା ଏବଂ ଖରାପ କଥାବାର୍ତ୍ତା କରିବା

ଯେଉଁ ବ୍ୟକ୍ତି ସବୁବେଳେ ରାଗି ଥାଏ ଏବଂ ଅନ୍ୟ ବ୍ୟକ୍ତିଙ୍କୁ ସବୁବେଳ ଖରାପ ଶବ୍ଦ କହିଥାଏ, ସେମାନଙ୍କର ଏହି ଖରାପ ଅଭ୍ୟାସ ପାଇଁ ମାତା ଲକ୍ଷ୍ମୀ କେବେ ବି ତାଙ୍କ ଘରେ ବିରାଜମାନ ହୋଇ ନଥାନ୍ତି ।

ସନ୍ଥ, ନିର୍ଧନ ବ୍ୟକ୍ତି ଏବଂ ଶାସ୍ତ୍ରର ଅନାଦର କରିବା

ଯେଉଁ ଘର ଭିତରେ ସନ୍ଥ, ନିର୍ଧନ ବ୍ୟକ୍ତି ଏବଂ ଶାସ୍ତ୍ରର ସର୍ବଦା ଅନାଦାର କରିଥାନ୍ତି ସେହି ଘରେ ମାତା ଲକ୍ଷ୍ମୀ କେବେ ରୁହନ୍ତି ନାହିଁ ।

ସଫା ସୁତୁରା ନ ରଖିବା

ଯେଉଁ ଘର ସଫା ସୁତୁରା ରୁହେ ସେହି ଘରେ ମାତା ଲକ୍ଷ୍ମୀ ନିବାସ କରନ୍ତି କିନ୍ତୁ ଯେଉଁ ଘର ସର୍ବଦା ଅପରିଷ୍କାର ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ ।

ବ୍ରହ୍ମ ମୁହୂର୍ତ ଏବଂ ସନ୍ଧ୍ୟା ସମୟରେ ଭୋଗ – ବିଳାସ କରିବା

ବହୁତ ବ୍ୟକ୍ତିଙ୍କର ଅଭ୍ୟାସ ଅଛି କି ସେ ସକାଳେ ଏବଂ ସନ୍ଧ୍ୟା ସମୟରେ ପ୍ରାୟତଃ ଭୋଗ ବିଳାସରେ ଲିପ୍ତ ରୁହନ୍ତି । ଏହି ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀ ସବୁବେଳ ଅସନ୍ତୁଷ୍ଟ ରୁହନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button