କ୍ରାଇମ

କପଡ଼ା ଦୋକାନରେ ସିଟି ଜିଏସ୍‌ଟି ଚଢ଼ଉ; ଦିନ ତମାମ ଚାଲିଲା ତନାଘନା – Utkal Mail


ବଲାଙ୍ଗୀର: ସ୍ଥାନୀୟ ସୁଦପଡ଼ାସ୍ଥିତ ରାକେଶ କ୍ଲଥଷ୍ଟୋର ଉପରେ ଭବାନୀପାଟଣା, ବଲଙ୍ଗୀର ଓ ନୂଆପଡ଼ା ସିଟି ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଏହି ବ୍ୟବସାୟିକ ଅନୁଷ୍ଠାନ ବହୁଦିନ ହେଲା ଜିଏସ୍‌ଟି ପଇଠ କରିବାରେ ହେରଫେର କରୁଥିବା ସନ୍ଦେହ ହେବାରୁ ଏହି ଚଢ଼ଉ ହୋଇଥିବା ଡେପୁଟି କମିସନର କୃଷ୍ଣଚନ୍ଦ୍ର ମେହେର ସୂଚନା ଦେଇଛନ୍ତି।

ସୁଦପଡ଼ା ଓଭରବ୍ରିଜ ନିକଟରେ ତୁଷୁରା ନିବାସୀ ଅର୍ଜୁନ ମେହେର ରାକେଶ କ୍ଲଥଷ୍ଟୋର, ରୟାଲ ଗାରମେଣ୍ଟସ ଓ ରୟାଲ ଜେନେରେସନ ନାମରେ ୩ଟି ବ୍ୟବସାୟିକ ସଂସ୍ଥା କରି ବ୍ୟବସାୟ କରୁଛନ୍ତି। ତାଙ୍କର ବ୍ୟବସାୟ ଓ ସିଟି ଜିଏସ୍‌ଟି ଦେୟ ଉପରେ ବହୁଦିନ ହେଲା ବିଭାଗ ନଜର ରଖିଥିଲା। ସଂସ୍ଥାର ନେଣଦେଣ ଉପରେ ଦୃଷ୍ଟି ଦେବାରୁ ଉକ୍ତ ସଂସ୍ଥା ସିଟି ଜିଏସ୍‌ଟି ଫାଙ୍କୁଥିବା ବିଭାଗ ସନ୍ଦେହ କରିଥିଲା। ବିଭାଗ ବହୁଦିନ ଧରି ସଂସ୍ଥାର ଆୟବ୍ୟୟ ସୂଚୀ ଉପରେ ଲଗାତାର ନଜର ରଖିବା ପରେ ସୋମବାର ଦିନ ୧୧ଟାରେ ହଠାତ ଉକ୍ତ ସଂସ୍ଥା ଉପରେ ଚଢ଼ଉ କରିଥିଲା। ତିନୋଟି ଫାର୍ମ ଓ ଏହାର ଆୟ ବ୍ୟୟକୁ ଯାଞ୍ଚ କରିବା ପାଇଁ ବଲାଙ୍ଗୀର ସମେତ ଭବାନୀପାଟଣା ଆଞ୍ଚଳିକ କାର୍ଯ୍ୟାଳୟ ଓ ନୂଆପଡ଼ାର ଏକ ୨୪ ଜଣିଆ ଦଳ ଉକ୍ତ ସଂସ୍ଥା ଉପରେ ଚଢ଼ଉ ଆରମ୍ଭ କରିଥିଲେ। ଯେଉଁଥିରେ ସିଟି ଜିଏସ୍‌ଟି ବିଭାଗର ୧୭ ଜଣ ଅଫିସର ଓ ୭ ଜଣ ପୁଲିସ ସାମିଲଥିଲେ। ଚଢ଼ଉ କରି ସଂସ୍ଥାର ବ୍ୟବସାୟ ବନ୍ଦ କରି ଟିମ୍‌ ସଂସ୍ଥାର ସମସ୍ତ ଆୟବ୍ୟୟ ଫାଇଲକୁ ତନ୍ନ ତନ୍ନ କରି ଯାଞ୍ଚ ଆରମ୍ଭ କରିଛି। ଡେପୁଟି କମିସନର ଶ୍ରୀ ମେହେରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ରେ ଉପ କମିସନର ରାଜେନ୍ଦ୍ର ନାଏକ, ଜିଲ୍ଲା ସିଟି ଜିଏସ୍‌ଟି ଅଫିସର ଜିତେନ୍ଦ୍ରୀୟ ବାଗ, ସରୋଜ ବରିହା ପ୍ରମୁଖ ଉପସ୍ଥିତଥିଲେ। ଅନ୍ୟପଟେ ଏହି ବ୍ୟବସାୟିକ ସଂସ୍ଥାର ସମସ୍ତ ନେଣଦେଣ ଆଇନ ଅନୁଯାୟୀ ରହିଛି ଓ ଚଢ଼ଉ କରିଥିବା ଅଫିସରମାନଙ୍କୁ ସମସ୍ତ ସହଯୋଗ କରାଯାଉଛି ବୋଲି ସଂସ୍ଥା ପକ୍ଷରୁ କେତନ ମେହେର ପ୍ରକାଶ କରିଛନ୍ତି।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button