ଦେଶ ବିଦେଶ

ମା’ ପୁଅର ଫେରିବା ବାଟକୁ ଚାହିଁ ବସିଥିବା ବେଳେ ଟ୍ରକ ଚକା ତଳେ ଚାଲିଗଲା ଯୁବକଙ୍କ ଜୀବନ – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ହିଁ ପ୍ରାଣବ‌ାୟୁ ଉଡ଼ି ଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ବ‌ାଇକ ଚାଳକଙ୍କ ନାମ ଶଶିକାନ୍ତ ଯାଦବ, ବୟସ ୨୮ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ହମିରପୁର ଜିଲ୍ଲାର କାନପୁର-ସାଗର ଜାତୀୟ ରାଜପଥ-୩୪ରେ ଘଟିଥିଲା। ଏହି ରାସ୍ତା ଦେଇ ଶଶିକାନ୍ତ ଯାଦବ ଡିୟୁଟି ସାରି ‌ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କୁ ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା। ଆଉ ୫କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଏହି ଦୁର୍ଘଟଣାରେ ଚାଳକ ଗୁରୁତର ଆହତ ହେବା ସହିତ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଏହି ଦୁର୍ଘଟଣା ଘଟାଇବା ପରେ ଟ୍ରକ ଚାଳକ ଫେରାର ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଚାଳକ ଶଶିକାନ୍ତ ଯାଦବଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଫେରାର ଟ୍ରକ ଚାଳକଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ଶଶିକାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ମା’ ସ୍ତବ୍ଧ ହୋଇଯାଇଛନ୍ତି। ପୁଅର ମୃତ୍ୟୁ ଖବରକୁ ଗ୍ରହଣ କରି ପାରୁ ନାହାନ୍ତି। ଓଲଟି ସମସ୍ତଙ୍କୁ ବୁଝାଇ କହୁଛନ୍ତି, ‘ ବ୍ୟସ୍ତ ହୁଅ ନାହିଁ ମୋ ପୁଅ ନିଶ୍ଚୟ ଫେରି ଆସିବ’।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button