ଜୀବନଶୈଳୀ

ଘରର ଏହି ଦିଗରେ ରଖନ୍ତୁ ଛୋଟ କଳସ, ଟଙ୍କାରେ ଭରିଯିବ ଧନଭଣ୍ଡାର

ବାସ୍ତୁ ଶାସ୍ତ୍ର ଅନୁସାରେ ଧନବାନ ହେବା ପାଇଁ ଅନେକ ଉପାୟ ଗୁଡ଼ିକ ରହିଛି। ଏହି ଉପାୟ ଗୁଡ଼ିକ ବହୁତ ପ୍ରଭାବୀ ଅଟେ। ସେଥିମଧ୍ୟରୁ ଗୋଟେ ହେଉଛି କଳସର ଏକ ଉପାୟ।

ବାସ୍ତୁ ଶାସ୍ତ୍ରରେ ଦିଆଯାଇଥିବା ଉପାୟ ଗୁଡ଼ିକୁ ପ୍ରୟୋଗ କରି ବ୍ୟକ୍ତି ଲାଭବାନ ହୋଇ ପାରିବେ। କାର୍ଯ୍ୟରେ ସଫଳତା ଅର୍ଜନ କରିବା ପାଇଁ ବ୍ୟକ୍ତି କଠିନ ପରିଶ୍ରମ କଲେ ମଧ୍ୟ ସୁଫଳ ପାଇ ପାରନ୍ତି ନାହିଁ। କହିବାକୁ ଗଲେ ଗ୍ରୀଷ୍ମ ଋତୁରେ ପ୍ରାୟତଃ ମାଟିର କଳସ ବ୍ୟବହାର କରାଯାଏ। ଆଜି ଆମେ ଏହାକୁ ନେଇ କିଛି ବିଶେଷ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ। ଆଜିକାଲି ଫ୍ରିଜ, କୁଲର ଆଦିର ବ୍ୟବହାର ବଢ଼ି ଗଲାଣି ଓ ମାଟି ହାଣ୍ଡିର ବ୍ୟବହାର କମି ଗଲାଣି।

ମାଟିର କଳସ ବଦଳାଇ ଦେଇଥାଏ ଭାଗ୍ୟ :-

ବାସ୍ତୁ ଶାସ୍ତ୍ରରେ ମାଟିର କଳସକୁ ବହୁତ ଶୁଭ ମାନା ଯାଇଛି। କୁହାଯାଏ କି ଯେଉଁଠାରେ ମାଟିରେ ପ୍ରସ୍ତୁତ ହୋଇଥିବା ଜିନିଷ ବ୍ୟବହାର ହୁଏ, ସେଠାରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ।ଏହାକୁ ସଠିକ ସ୍ଥାନରେ ଓ ସଠିକ ଢଙ୍ଗରେ ରଖିବା ଉଚିତ। ଏହାସହିତ ଅନ୍ୟ କିଛି ଉପାୟ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କୁ ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ମିଳି ପାରିବ।

– ବାସ୍ତୁ ଅନୁସାରେ ଘରର ଉତ୍ତର ଦିଗରେ ଦେବୀ ଓ ଦେବତା ମାନେ ବାସ କରିଥାନ୍ତି। ତେଣୁ କଳସରେ ଜଳ ଭର୍ତି କରି ଏହି ଦିଗରେ ରଖିବା ଉଚିତ। ଏହାଦ୍ବାରା ଘରର ସୁଖ ସମୃଦ୍ଧି ବଢ଼ିଥାଏ।

– ଘରର ଉତ୍ତର ଦିଗରେ ଜଳପୂର୍ଣ୍ଣ କଳସ ରଖିବା ଦ୍ଵାରା ଘରେ କେବେବି ପାଣିର ଅଭାବ ହୋଇ ନଥାଏ। କିନ୍ତୁ ଧ୍ୟାନ ରଖନ୍ତୁ କି ଏହି କଳସ କେବେବି ଖାଲି ହେବା ଉଚିତ ନୁହେଁ।

– ଘରେ କେବେବି ଖାଲି ମାଠିଆ ବା କଳସ ରଖିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଆର୍ଥିକ କ୍ଷତି ହୋଇଥାଏ ଏବଂ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

– ଯଦି ଆପଣ ଖୁବ୍ ଶୀଘ୍ର ଧନବାନ ହେବାକୁ ଚାହୁଁଛନ୍ତି, ତାହେଲେ ତୁଳସୀ ଗଛ ମୂଳରେ ପ୍ରତ୍ୟେକ ଦିନ ମାଟିର ଦୀପ ପ୍ରଜ୍ବଳନ କରନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଆପଣ ସୁଫଳ ପାଇବେ।

– ଘରେ ଜଳ ପୂର୍ଣ୍ଣ କଳସ ରଖିବା ସମୟରେ କୌଣସି ଚୁଲି ପାଖରେ ରଖନ୍ତୁ ନାହିଁ। କାରଣ ନୂଆ ଓ ଜଳକୁ ପାଖାପାଖି ରଖିବା ଉଚିତ ନୁହେଁ।ତେଣୁ ସେଥିପ୍ରତି ଧ୍ୟାନ ରଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button