କ୍ରାଇମ

ଡାକ୍ତରଖାନା ନେଇଯିବାକୁ କହି ଘଞ୍ଚ ଜଙ୍ଗଲ ଭିତରେ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ – Utkal Mail


ବେତନଟୀ ସଦର: ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଜନୈକା ମହିଳାଙ୍କୁ ରାସ୍ତାରୁ ନିଜ ବାଇକରେ ଲିଫ୍ଟ ଦେଇ ଡାକ୍ତରଖାନାରେ ପହଞ୍ଚାଇବାକୁ କହି ରାସ୍ତାକଡ଼ ଜଙ୍ଗଲ ଭିତରେ ବଳପୂର୍ବକ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ପରେ କୋର୍ଟ ଚାଲାଣ ହୋଇଛି। ଅଭିଯୁକ୍ତ ଯୁବକ ହେଲା ବୈଶିଙ୍ଗା ଥାନା ଅଧୀନ ବଙ୍ଗାଳଡାହି ଗ୍ରାମର ସ୍ବର୍ଗତ କଟିନ ବେହେରାଙ୍କ ପୁଅ ରବୀନ୍ଦ୍ର(୩୬)।

ସୂଚନା ଅନୁଯାଇ ଶୁକ୍ରବର ବିଳମ୍ବିତ ସନ୍ଧ୍ୟାରେ ରୁପ୍ସା ଥାନା ଅଧୀନ ଜାମୁନିଆ ଗ୍ରାମର ଗଙ୍ଗାଧର ସିଂଙ୍କ ପତ୍ନୀ ରେବତୀ(୩୫) ସ୍ଥାନୀୟ ମେଘନାଦ ସିଙ୍କଟେବୁଲ ଛକ ନିକଟରେ ରୁପ୍ସା ଡାକ୍ତରଖାନା ଯିବାକୁ ଛିଡା ହୋଇଥିବା ବେଳେ ରବୀନ୍ଦ୍ର ସେଠାରେ ପହଞ୍ଚି ରେବତୀଙ୍କୁ ନିଜ ବାଇକରେ ବସେଇ ଡାକ୍ତରଖାନାରେ ଛାଡି ଦେବାକୁ କହି ନେଇଯାଇଥିଲା। ପରେ ସେ ମୁଖ୍ୟରାସ୍ତାରେ ନଯାଇ ଅତି କ୍ଷିପ୍ର ଗତିରେ ଗାଡ଼ି ଚଳାଇ ଜଙ୍ଗଲିଆ ରାସ୍ତାରେ ଯାଇଥିଲା। ରେବତୀ ପଚାରିବାରୁ ସେ ସେପଟେ ନିଜର କାମ ଅଛି କହିଥିଲା। ପରେ ଜଙ୍ଗଲ ଭିତରେ ନିଛାଟିଆ ଥିବାର ସୁଯୋଗ ନେଇ ରେବତୀକୁ ବାଇକରୁ ଓହ୍ଲାଇ ଦେଇଥିଲା ଓ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଜଙ୍ଗଲ ଭିତରେ ହୋଇଥିବାରୁ ଓ ନିଛାଟିଆ ଅନ୍ଧାରୁଆ ଜାଗା ହୋଇ ଥିବାରୁ ରେବତୀ ଚିତ୍କାର କରିଥିଲେ ବି କେହି ଶୁଣି ନଥିଲେ। ଘଟଣା ପରେ ରବୀନ୍ଦ୍ର ସେଠାରୁ ଚମ୍ପଟ ମାରିଥିଲା। ପରେ ରେବତୀ ରାସ୍ତାପାର୍ଶ୍ୱକୁ ଆସି ଲୋକଙ୍କୁ ସାହାଯ୍ୟ ଭିକ୍ଷା କରିବା ସହିତ ତାଙ୍କ ମୋବାଇଲରୁ ନିଜ ସ୍ୱାମୀଙ୍କୁ ଫୋନ କରିଥିଲା।

ଖବରପାଇ ରେବତୀର ସ୍ୱାମୀ ଗଙ୍ଗାଧର ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପରେ ବୈଶିଙ୍ଗା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ବୈଶିଙ୍ଗା ଥାନାରେ ଏନେଇ ଏକ ମାମଲା ରୁଜୁ କରାଯିବା ସହିତ ତଦନ୍ତକାରିଣୀ ଏସଆଇ ବୋଇତ ବେହେରା ରବୀନ୍ଦ୍ରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର କାରଣରୁ ରବୀନ୍ଦ୍ରକୁ ବିଚରାଧୀନ ହାଜତକୁ ପଠାଇ ଦିଆଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button