ଜୀବନଶୈଳୀ

ପରିବାର ପୋଷିବା ପାଇଁ ଦାଦନ ଯାଇଥିଲା ପୁଅ, ଶବ ହୋଇ ଘରକୁ ଫେରିଲା… ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଗାଁକୁ ଆମ୍ବୁଲାନ୍ସ ପଶୁଛି କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ଏକମତ୍ର ହୋଇ ଭେଣ୍ଡିଆ ପୁଅକୁ ହାରାଇ ଭୋ ଭୋ ହୋଇ ମା କାନ୍ଦୁଛି । ଛାତି ବାଡେଇ ବାପା କାନ୍ଦୁଛି । ପରିବାର ପୋଷିବା ପାଇଁ ଦାଦନ ଯାଇଥିଲା ପୁଅ ଆଜି ଘରକୁ ଫେରିଛି କିନ୍ତୁ ପୁଅ ନୁହେଁ ଶବ ହୋଇ । ଦାଣ୍ଡ ଦୁଆରେ ପୁଅ ଷ୍ଟ୍ରେଚର ଉପରେ ସୋଇଛି । ଯାହାକୁ ମା ୧୦ ମାସ ୧୦ ଦିନ ଗର୍ଭରେ ଧରି ଦୁନିଆ ଦେଖାଇଥିଲ ଆଜି ସେ ଦୁଖକୁ କେଉଁ ମା ବା ସହିପାରିବ ? ସମ୍ପର୍କୀୟ ମାନେ ଧରିଛନ୍ତି ମା କ ହେଲେ କେମିତି ପଡି ଯାଉଛି ପୁଅ କୁ ଦେଖି ।

ଯେଉଁ ବାପାକୁ ପୁଅ ଦିନେ କାନ୍ଧ ଦେଇଥାନ୍ତା ସେହି ପୁଅକୁ ଆଜି କାନ୍ଧେଇ ନେବାକୁ ପ୍ରସ୍ତୁତ ହେଉଛି ବାପା । ଏ ଦୃଶ୍ୟ ଦେଖିଲେ ଦର୍ଶକ ବନ୍ଧୁ ଆପଣଙ୍କ ଆଖିରୁ ଲୁହ ବି ଝରିବ ନାହି । ପରିବାର ପୋଷୀବାକୁ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲା ଭେଣ୍ଡିଆ ପୁଅ । କାମ ଧନ୍ଦା କରି ଦୁଇ ପଇସା ରୋଜଗାର କରି ଭଲରେ ପରିବାର ଚଳାଇବା ପାଇଁ ସୁନେଲି ସ୍ଵପ୍ନ ଦେଖିଲା । ହେଲେ ସବୁ ସ୍ଵପ୍ନ ଏବେ ଚୂରମାର ହୋଇଗଲା । ଦାଦନ ଯିବାର ୧୦ ଦିନ ନ ହେଉଣୁ ପୁଅ ଶବ ହୋଇ ଫେରିଲା ଘରକୁ ।

ଏମିତି ଏକ ଦୁଖଦ ଘଟଣା ଘଟିଛି ସୋନପୁର ଜିଲ୍ଲା ବିନିକା ସହର ର ଉଲେ ଗାଁରେ । ମୃତ ଯୁବକ ଜଣକ ହେଉଛନ୍ତି ମନୋଜ ବେହେରା । ମାତ୍ର ୨୨ ବର୍ଷ ବୟସରୁ ଦାଦନ ଖଟିବାକୁ ଯାଉଥିଲେ ଆନ୍ଧ୍ର ମନୋଜ । ହେଲେ ହଠାତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏମିତିକି ଦେହ ଖରାପ ହେବାରୁ ମନୋଜ ଘରକୁ ଫେରିବାକୁ ଇଚ୍ଛା କରିଲେ । ଖାଲି ଇଚ୍ଛା କରିଥିଲେ ତାହା ନୁହେଁ ବରଂ ଟ୍ରେନରେ ଯାତ୍ରା କରିବାକୁ ପ୍ଲାଟଫର୍ମ ଯାଏଁ ବି ଆସିଲେ । ହେଲେ ବିଧତାର ବିଧି କିଛି ଅଲଗା ଥିଲା ।

ସେ ପ୍ଲାଟଫର୍ମ ରେ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ମେଡିକାଲ ରେ ଭର୍ତ୍ତି କରାଗଲା । ଆଉ ସେଠାରେ ଆଖି ବୁଜି ଦେଲେ ମନୋଜ ସବୁ ଦିଅ ପାଇଁ । ଆଉ ଯେବେ ଆମ୍ବୁଲାନ୍ସ ଘରେ ପହଞ୍ଚି ଥିଲା ତା ପର ର ଦୃଶ୍ୟକୁ ଶବ୍ଦ ରେ ବର୍ଣ୍ଣନା କରିବା ଅସମ୍ଭବ । ଭେଣ୍ଡିଆ ପୁଅ ରୋଜଗାର କରିବାକୁ ଯାଇ ଶବ ହୋଇ ଫେରିବା ପରେ ପୁରା ପରିବାର ଦୁଖରେ ଭାଙ୍ଗି ପଡିଛି।

ଘରର ଏକମାତ୍ର ପୁଅ ମନୋଜ ହୋଇ ଥିବାରୁ ତାଙ୍କ ପରିବାରକୁ ସବୁ ପ୍ରକାରର ସାହାଜ୍ଯ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ପୁରା ପରିବାର ରେ ଏବେ ଶୋକାକୁଳ ପରିବେଶ ଛାଇ ଯାଇଛି । ତେବେ ସରକାର ମନୋଜ ଙ୍କ ପରିବାରକୁ ସାହାଜ୍ଯ ସହଯୋଗ ଯୋଗାଇ ଦେବେ ବୋଲି ଆଶା କରା ଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button