ଦେଶ ବିଦେଶ

ହାଇଦ୍ରାବାଦରେ ସିଡବ୍ଲୁସି ବୈଠକ: ଇଣ୍ଡିଆ ‌ମେଣ୍ଟକୁ ଏକତାର ବାର୍ତ୍ତା ଦେଲେ ସୋନିଆ – Utkal Mail


ନୂଆଦିଲ୍ଲୀ: ହାଇଦ୍ରାବାଦରେ ଆଜି କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି)ର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ ଏବଂ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ଚର୍ଚ୍ଚା ହୋଇଥିଲା। ବୈଠକରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ୨୮ ସଦସ୍ୟ ଦଳ ବିଶିଷ୍ଟ ଇଣ୍ଡିଆ ମେଣ୍ଟକୁ ଏକତାର ବାର୍ତ୍ତା ଦେଇଛନ୍ତି। ବିଜେପି ବିରୋଧରେ ଏକାଠି ଲଢ଼ିଲେ ହିଁ ସଫଳତା ମିଳିବ ଏବଂ ଏଥିପାଇଁ ସମସ୍ତ ଏକଜୁଟ ହେବାକୁ ସୋନିଆ କହିଛନ୍ତି। ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିଜେପି ଏବଂ କେନ୍ଦ୍ର ସରକାରକୁ କଡ଼ା ସମାଲୋଚନା କରି କହିଥିଲେ, ସରକାର ସବୁ ଗରୁତ୍ବପୂର୍ଣ୍ଣ କ୍ଷେତ୍ରରେ ବିପଳ ହୋଇଛି ।

ସରକାର ମୁଦ୍ରାସ୍ଫୀତି, ବେକାରୀ, ବୃଦ୍ଧି ପାଉଥିବା ଅସମାନତା ଏବଂ କୃଷକଙ୍କ ସମସ୍ୟା ସମାଧାନରେ ବିଫଳ ହୋଇଛନ୍ତି ବୋଲି ଖଡ଼ଗେ କହିଛନ୍ତି। ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନର ନିଯୁକ୍ତି ନେଇ କେନ୍ଦ୍ର ସରକାର ସଂସଦରେ ଆଗତ କରିବାକୁ ଥିବା ବିଲ ଦେଶରେ ନିରପେକ୍ଷ ନିର୍ବାଚନ ବ୍ୟବସ୍ଥାକୁ ବିପନ୍ନ କରିବ ବୋଲି ଆଜି ସିଡବ୍ଲୁସି ବୈଠକରେ ଗୃହୀତ ଏକ ପ୍ରସ୍ତାବରେ କୁହାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button