ଦେଶ ବିଦେଶ

‘ଦୈନିକ ଜାଗରଣ’ ସାମ୍ବାଦିକଙ୍କୁ ଗୁଳି ମାରି ହତ୍ୟା କରାଯିବା ଘଟଣାରେ ୪ ଗିରଫ – Utkal Mail


ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ବିହାରର ଜଣେ ସାମ୍ବାଦିକଙ୍କୁ ତାଙ୍କ ବାସଭବନ ଦ୍ବାରରେ ଗୁଳିମାରି ହତ୍ୟା କରାଯିବା ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିବା କଥା ଆଜି ପୁଲିସ କହିଛି।

ଗିରଫ ହୋଇଥିବା ୪ଜଣଙ୍କ ମଧ୍ୟରୁ ୨ଜଣ ବିମଳ ଯାଦବ ନାମକ ଉକ୍ତ ସାମ୍ବାଦିକଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିଲେ।

ବିମଳଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ଏହି ହତ୍ୟା ଘଟଣାରେ ଥାନାରେ ମାମଲା ରୁଜୁ କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ୮ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା କଥା ‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି। ସେମାନଙ୍କ ମଧ୍ୟରୁ ୪ଜଣ ଧରାପଡ଼ିଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ୨୦୧୯ରେ ଅଭିଯୁକ୍ତ ବିମଳ ଯାଦବଙ୍କ ସାନଭାଇଙ୍କୁ ମଧ୍ୟ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡର ଏକମାତ୍ର ସାକ୍ଷୀ ଥିଲେ ବିମଳ। ସେ ଦେଇଥିବା ବୟାନ ବଦଳାଇବା ଲାଗି ତାଙ୍କ ଉପରେ ଚାପ ପକାଯାଉଥିଲା।

Image Courtesy of The Hindu

‘ଦୈନିକ ଜାଗରଣ’ରେ ସାମ୍ବାଦିକତା କରୁଥିବା ବିମଳ ଯାଦବଙ୍କ (ଏବେ ନିହତ) ସ୍ତ୍ରୀ ପୂଜା ଦେବୀ କହିଛନ୍ତି, ପାହାନ୍ତା ୪ଟା ବେଳେ ରାଣୀଗଞ୍ଜସ୍ଥିତ ବାସଭବନରେ ପରିବାର ସମସ୍ତେ ଶୋଇଥିଲେ। କବାଟ ବନ୍ଦ ଥିଲା। ସେତିକି ବ‌େଳେ କେତେ ଜଣ ଅଜ୍ଞାତ ବ୍ୟକ୍ତି ଆସି କବାଟ ଠକ ଠକ କରି ଡାକିଲେ, ପପ୍ପୁ ଭାଇ ଟିକେ ଆସି।’

ସେ ଉଠି କବାଟ ଖୋଲିଲେ ଓ ମୁଁ ଗୁଳି ଫୁଟିବା ଶବ୍ଦ ଶୁଣିଲି। ମୁଁ ଦୁଆର ମୁହଁକୁ ଦୌଡ଼ି ଗଲାରୁ ସେ କହିଲେ, ପୂଜା ସେମାନେ ମତେ ଗୁଳି ମାରିଛନ୍ତି। ମୁଁ ତାଙ୍କୁ ଧରିପକାଲା କ୍ଷଣି ସେ ଅଚେତ ହୋଇଗଲେ। କ’ଣ କରିବି ବୋଲି ମତେ ବୁଦ୍ଧିବାଟ ଦିଶିଲା ନାହିଁ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button