ଦେଶ ବିଦେଶ

ଏହି କାରଣରୁ ଅମ୍ବାନୀ ତାଙ୍କ ଘରର ନାମ ‘ଆଣ୍ଟିଲିଆ’ ଦେଇଛନ୍ତି; ଏଥିରେ ଅଛି ୨୭ ମହଲା – Utkal Mail


ମୁମ୍ବାଇ: ଏସିଆ ମହାଦେଶର ସବୁଠାରୁ ଧନୀ ଓ ରିଲାୟନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘରର ଦେଶର ବଛା ବଛା କେତୋଟି ସୁନ୍ଦର ଓ ବଡ଼ ଘର ମଧ୍ୟରୁ ଅନ୍ୟତମ। ତାଙ୍କ କମ୍ପାନିର ଚର୍ଚ୍ଚା ଯେତିକି ହୋଇଥାଏ, ମୁକେଶଙ୍କ ଘରର ଚର୍ଚ୍ଚା ଲୋକ ତାହାଠାରୁ ଅଧିକ କରିଥାନ୍ତି। ଆପଣ ଜାଣନ୍ତି ଯେ ଅମ୍ବାନୀଙ୍କ ଘରର ନାମ ‘ଆଣ୍ଟିଲିଆ’। ହେଲେ ଆପଣ ଜାଣନ୍ତି କି ଏପରି ଏକ ନାମ କାହିଁକି ରଖାଯାଇଛି।

କୁହାଯାଏ ଯେ ଆଟ୍‌ଲାଣ୍ଟିକ୍‌ ମହାସାଗରର ଏକ ପୁରୁଣା ଦୀପ ଅନୁସାରେ ମୁକେଶ ତାଙ୍କ ଘରର ନାମକରଣ କରିଛନ୍ତି। ‘ଆଣ୍ଟିଲିଆ’ ପର୍ତ୍ତୁଗାଲ୍‌ ଶବ୍ଦ ‘ଆଣ୍ଟ୍‌ ଇଲ୍‌ହା’ରୁ ଆସିଛି। ଯାହାର ଅର୍ଥ ‘ଫୋର ଆଇଲ୍ୟାଣ୍ଡ‘,‘ଆଇଲ୍ୟାଣ୍ଡ ଅଫ ଦ ଅଦର’ ଓ ‘ଅପୋଜିଟ ଅଫ ଆଇଲ୍ୟାଣ୍ଡ’ ହୋଇଥାଏ। ମୁକେଶଙ୍କ ଏହି ଘରର ଉଚ୍ଚତା ୨୭ ମହଲା ବିଶିଷ୍ଟ ହୋଇଥିବା ବେଳେ ଘର ୪,୦୦,୦୦୦ ସ୍କୋୟର ଫୁଟରେ ତିଆରି ହୋଇଛି।

ଆମ୍ବାନୀ ତାଙ୍କର ଏହି ଘରରକୁ ୨୦୧୦ ମସିହାରେ ନିର୍ମାଣ କରିଥିଲେ।  ଏହାକୁ ନେଇ ଦେଶ ତଥ‌ା ଦେଶ ବ‌ାହାରେ ଲୋକେ  ଖୁବ ଚର୍ଚ୍ଚା କରିଥିଲେ। ଏମିତି କି ଆଣ୍ଟିଲିଆକୁ ଦେଖିବା ପାଇଁ ଘର ସ‌ାମ୍ନାରେ ଲୋକଙ୍କ ଭିଡ଼ ବି ଲାଗିଥିଲା। ଏବେ ବି ଅନେକ ଲୋକ ଆଣ୍ଟିଲିଆକୁ ଦେଖିବା ପାଇଁ ଭିଡ଼ ଜମାଇଥାଆନ୍ତି। ୨୭ମହଲା ବିଶିଷ୍ଟ ମୁକେଶଙ୍କ ଘରେ ୬ଟି ମହଲା କେବଳ ପାର୍କିଂ ପାଇଁ ରହିଛି। ଏକା ସହିତ ଏଠାରେ ୧୬୮ଟି କାର ପାର୍କିଂ ହୋଇପାରିବ। ମୁକେଶଙ୍କ ଆଣ୍ଟିଲିଆ ପାଖାପାଖି ୧୧ହଜାର କୋଟି ଟଙ୍କାରେ ନିର୍ମିତ ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button