କ୍ରାଇମ

ରକ୍ତରଞ୍ଜିତ ହେଲା ରାଜଧାନୀ ରାଜରାସ୍ତା: ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ – Utkal Mail


ଭୁବନେଶ୍ବର: ରକ୍ତରଞ୍ଜିତ ହେଲା ରାଜଧାନୀ ରାଜରାସ୍ତା।  ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ। ରାଜଧାନୀରେ ରାତିଅଧରେ ଆତଙ୍କ ମଚାଇଲେ ଖଣ୍ଡାଧାରୀ ଦୁର୍ବୃତ୍ତ।
ସୂଚନା ଅନୁଯାୟୀ, କେ-ୱାନ୍ ସିକ୍ୟୁରିଟି ଏଜେନ୍ସିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଗୌରାଙ୍ଗ ଦାସଙ୍କ ଉପରେ ରାତିଅଧରେ ମରଣାନ୍ତକ ଆକ୍ରମଣ ହୋଇଛି।
ତିନି ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ଗୌରଙ୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଲହୁଲୁହାଣ କରି ଫେରାର ହୋଇଯାଇଥିଲେ। ଭୁବନେଶ୍ୱର ମଙ୍ଗରାଜ ପଏଣ୍ଟରୁ ପୁରୀ ବାଇପାସ ରୋଡ ଯିବା ରାସ୍ତାରେ ଘଟିଛି ଏହି ଘଟଣା।

ଗୌରାଙ୍ଗ ଦାସଙ୍କୁ ଗୁରୁତର ଅବସ୍ଥାରେ କମିଶନରେଟ ପୁଲିସ ପିସିଆର ଷ୍ଟାଫ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button