ଦେଶ ବିଦେଶ

ବଢିଲା ମସ୍କଙ୍କ ଅଡ଼ୁଆ, ଏକ୍ସ ଉପରେ ପ୍ରତିବନ୍ଧକ ଲଗାଇଲା ଏହି ଦେଶ

ସମାଜ ଡିଜିଟାଲ ଡେସ୍କ: ଏଲନ ମସ୍କଙ୍କ ବିଷୟରେ ଗୋଟିଏ କଥା ବେଶ୍‌ ଚର୍ଚ୍ଚା ହୁଏ ଯେ, ସେ ନୂଆ ଧାରା ସୃଷ୍ଟି କରିବାରେ ବିଶ୍ଵାସ ରଖନ୍ତି। ଟ୍ବିଟରର ୟୁଆରଏଲଠାରୁ ଆରମ୍ଭ କରି ସବୁକିଛି ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି ମସ୍କ। କିନ୍ତୁ ତାଙ୍କର ଏଭଳି ନିଷ୍ପତ୍ତି ବ୍ରାଜିଲ୍‌ରେ ଭାରୀ ପଡ଼ିଗଲା ଏବଂ ଏଠାରେ ଏକ୍ସକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

ଏହି ଦେଶରେ ଏକ୍ସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଏହାର ଡାଉନଲୋଡ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଯଦି କେହି ଭିପିଏନ ସାହାଯ୍ୟରେ ଏହି ଆପ୍ ବ୍ୟବହାର କରନ୍ତି, ତେବେ ତାଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ।

ସୁପ୍ରିମ ଫେଡେରାଲ୍‌ କୋର୍ଟ ଏହା ଉପରେ କଠୋର ନିଷ୍ପତ୍ତି ନେଇଛନ୍ତି। ନିଜ ରାୟରେ କୋର୍ଟ କହିଛନ୍ତି ଯେ, ଏକ୍ସକୁ ସମଗ୍ର ଦେଶରେ ବ୍ୟାନ୍‌ କରାଯାଇଛି ଏବଂ ଯଦି କେହି ଏହାକୁ ବ୍ୟବହାର କରିବେ ତେବେ ତାଙ୍କ ଉପରେ ଜରିମାନା ମଧ୍ୟ ଲଗାଯିବ। ରିପୋର୍ଟ ଅନୁସାରେ, ୫୦,୦୦୦ ଜର୍ମାନୀ ମୁଦ୍ରା(ଭାରତୀୟ ମୁଦ୍ରାରେ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା) ଜରିମାନା କରାଯିବା ନେଇ କୁହାଯାଇଛି।

ନକଲି ଖବର ମାମଲାରେ ଏକ୍ସ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅର୍ଥାତ୍ ପ୍ଲାଟଫର୍ମରେ ଅନେକ ନକଲି ଖବର ଉପଲବ୍ଧ, ଯାହା ବ୍ୟବହାରକାରୀଙ୍କୁ ବିବ୍ରତ କରିବା ସହ ଅସୁବିଧା ସୃଷ୍ଟି କରୁଥିଲା ଏବଂ କୌଣସି ଯାଞ୍ଚ ବିନା ଏସବୁ ଖବର ଭାଇରାଲ ହେଉଥିଲା। ବ୍ରାଜିଲର ଜଷ୍ଟିସ୍ ଡି. ମୋରିୟସ୍ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଆମେ ଏହି ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଉଛୁ। ବାସ୍ତବରେ କମ୍ପାନୀକୁ ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ଜଣେ ଆଇନ ଅଧିକାରୀ ନିଯୁକ୍ତ କରିବାକୁ କୁହାଯାଇଥିଲା, କିନ୍ତୁ ଏକ୍ସ ପକ୍ଷରୁ ଏହି ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା। କିନ୍ତୁ ଏକ୍ସ ଏପରି କରିବାକୁ ମନା କରି କହିଥିଲା, ତାଙ୍କ ଆଇନ ଅଧିକାରୀଙ୍କୁ ଜେଲରେ ଭର୍ତ୍ତି କରିବାକୁ ଧମକ ଦିଆଯାଉଛି। ଏହି କାରଣରୁ ସେ ଏଠାରେ ତାଙ୍କର କୌଣସି ଅଧିକାରୀଙ୍କୁ ନିଯୁକ୍ତ କରୁନାହାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button