ଧର୍ମ

ଜାନୁଆରୀ ୧ ନୂଆବର୍ଷ ଦିନ ଚୁପଚାପ ଗୋମାତାଙ୍କୁ ଖୁଆଇ ଦିଅନ୍ତୁ ଏହି ଜିନିଷ । ପୁରା ବର୍ଷ ବର୍ଷିବ ଟଙ୍କା । ପୂରଣ ହେବ ମନସ୍କାମନା ।

ଯଦି ଆପଣ ଜାନୁଆରୀ ୧ , ୨୦୨୪ ଦିନ ଗାଈକୁ କେବଳ ଗୋଟିଏ ଜିନିଷ ଖୁଆଇ ଦିଅନ୍ତି ତେବେ ତତ୍କାଳୀନ ଦାରିଦ୍ର୍ୟତା ଦୂର ହୋଇଯିବ । ଗୋମତାଙ୍କ ପୂଜା ଅର୍ଥ ମାତା ଲକ୍ଷ୍ମୀ ନିଶ୍ଚିତ ପ୍ରସନ୍ନ ହେବେ । ଗାଈକୁ ପ୍ରତ୍ୟେକ ଦିନ ଖାଇବାକୁ ଦେଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ସନାତନ ଧର୍ମରେ ମାନ୍ୟତା ରହିଛି । ଏହାଦ୍ବାରା ପୁରା ପରିବାର ସୁଖୀ ଏବଂ ସମ୍ପନ୍ନ ରହିଥାଏ । କିନ୍ତୁ ଯେଉଁ ଘରେ ଗୋମାତାଙ୍କ ସେବା ହୋଇ ନଥାଏ ସେହି ଘରେ ଦାରିଦ୍ର୍ୟତା ଆସିଥାଏ । ଏମିତିରେ ପ୍ରତ୍ୟେକ ଦିନ ଘରେ ତିଆରି ହେଉଥିବା ପ୍ରଥମ ରୋଟି ଗୋମାତାଙ୍କୁ ଖୁଆଇବା ଉଚିତ କିନ୍ତୁ କିଛି ଜିନିଷ ଯେମିତିକି ପଚାସଢ଼ା ଖାଦ୍ୟ , ବଳକା ଖାଦ୍ୟ , କ୍ଷୀର , କିମ୍ବା ନିଜେ ଛିଡ଼ାଇ ଥିବା ଅଶ୍ୱତ୍ଥ ପତ୍ର ଖାଇବାକୁ ଦେବା ଉଚିତ ନୁହେଁ ।

ଗାଈ ପାଖାପାଖି ରହିଲେ କାଶ , କଫ ଏବଂ ଥଣ୍ଡା ଦୂର ହୋଇଥାଏ । ଗାଈ ଠାରୁ ମିଳୁଥିବା ପଞ୍ଚଗବ୍ୟ ଏକାଧିକ ରୋଗର ଚିକିତ୍ସାରେ ବ୍ୟବହୃତ ହୋଇଥାଏ । ଭୁଲରେବି ଗାଈକୁ ବାସୀ ରୋଟି ଖୁଆଇବା ଉଚିତ ନୁହେଁ । ଯଦି ଆପଣ କୌଣସି ନୂଆ ଜାଗାରେ ଘର ବନାଇବାକୁ ଚାହୁଁଛନ୍ତି ତେବେ ଗାଈ ଏବଂ ବାଛୁରୀକୁ ଏକାଠି ସେହି ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ସେହି ସ୍ଥାନରେ କୌଣସି ନକରାତ୍ମକ ଶକ୍ତି ଥିଲେ ଦୂର ହୋଇଯିବ ଏବଂ ସ୍ଥାନ ପବିତ୍ର ହୋଇଯିବ । କୌଣସି କାମରେ ଯାଉଥିଲେ ଗାଈ ବାଟରେ ରାସ୍ତା ରୋକ କଲେ ତାହା ଶୁଭ ହୋଇଥାଏ ଏବଂ ଘର ଚାରି ପଟେ ହଠାତ ଗାଈ କିମ୍ବା ବାଛୁରୀ ଘୁରି ବୁଲିଲେ ଘରକୁ କୌଣସି ଶୁଭ ଖବର ଆସିବାର ସଙ୍କେତ ମିଳିଥାଏ ।

ଆଜିକାଲି ଲୋକେ ଗୋମତାଙ୍କ ସେବା କରିବା ପରିବର୍ତ୍ତେ ତାଙ୍କୁ କଷ୍ଟ ଦେଉଛନ୍ତି । ଯାହାକି ହିନ୍ଦୁ ଧର୍ମରେ ଆଦୋୖ ଗ୍ରହଣୀୟ ନୁହେଁ । କିନ୍ତୁ ଏମିତିରେ ବି କୌଣସି ଜୀବକୁ କଷ୍ଟ ଦେବା ବେଶ ଘୃଣ୍ୟ କାମ ଅଟେ । ଆପଣ ଯଦି ଗୋମାତାଙ୍କୁ ପ୍ରତ୍ୟେକ ଦିନ କ୍ଷଇବାକୁ ସକ୍ଷମ ହେଉ ନାହାଁନ୍ତି କିମ୍ବା ଘରେ ଗୋରୁ ଗାଈ ରଖି ନାହାଁନ୍ତି ତେବେ ଗୋମାତାଙ୍କ ନାମରେ ଟଙ୍କା ରଖନ୍ତୁ ଏବଂ ସେହି ଟଙ୍କାକୁ କୌଣସି ଗୋଶାଳା କିମ୍ୱା କୌଣସି ଗରିବ ଦୁଃଖୀଙ୍କୁ ଭୋଜନ କରାଇ ଦିଅନ୍ତୁ । କିନ୍ତୁ ଘରେ ଗୋମାତାଙ୍କ ପାଳନ ଅତ୍ୟନ୍ତ ପୁଣ୍ୟର କଥା ହୋଇଥାଏ । କାରଣ ଗୋମାତାଙ୍କ ମଧ୍ୟରେ ତେତିଶ କୋଟି ଦେବଦେବୀ ବାସ କରନ୍ତି । ଘରେ ତିଆରି ହେଉଥିବା ପ୍ରଥମ ରୋଟି ଗୋମାତାଙ୍କୁ ଏବଂ ଶେଷ ରୋଟି କୁକୁରକୁ ଖାଇବାକୁ ଦେବା ଉଚିତ ।

ଏମିତିରେ ତ ଗୋମାତା ପୂଜ୍ୟ କିନ୍ତୁ ତ୍ରେତୟା ଯୁଗରେ ମାତା ସୀତାଙ୍କର ଏକ ଅଭିଶାପ କାରଣରୁ ଆଜିବି ଗୋମାତାଙ୍କୁ ଅଇଁଠା ଖାଇବାକୁ ପଡ଼ିଥାଏ । ତ୍ରେତୟା ଯୁଗରେ ମାତା ସୀତା ରାମଚନ୍ଦ୍ର ଏବଂ ଲକ୍ଷ୍ମଣଙ୍କ ସହିତ ପିତୃ ପକ୍ଷରେ ପିତାଙ୍କ ଶ୍ରାଦ୍ଧ ପାଇଁ ଗୟାରେ ପହଞ୍ଚିଲେ । ଆବଶ୍ୟକୀୟ ଜିନିଷ ଯୋଗାଡ଼ ପାଇଁ ଯାଇଥିବା ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଠିକ ସମୟରେ ନଫେରିବାରୁ ମାତା ସୀତା କେତକୀ ଫୁଲ , ଫାଲ୍ଗୁ ନଦୀ , ବଟ ବୃକ୍ଷ ଏବଂ ଗୋମାତାଙ୍କୁ ସାକ୍ଷୀ ରଖି ନିଜ ଶ୍ୱଶୁର ଦଶରଥଙ୍କ ନାମରେ ପିଣ୍ଡ ଦାନ ଦେଲେ । କିନ୍ତୁ ରାମଚନ୍ଦ୍ର ପ୍ରମାଣ ମାଗିବା ପରେ କେବଳ ବଟ ବୃକ୍ଷକୁ ଛାଡ଼ି ଅନ୍ୟ ସମସ୍ତେ ମିଥ୍ୟା କହିଲେ ଯେ ମାତା ସୀତା ପିଣ୍ଡ ଦାନ କରି ନାହାଁନ୍ତି । ଯେଉଁ କାରଣରୁ ମାତା ସୀତା ବଟବୃକ୍ଷ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଅଭିଶାପ ଦେଇଥିଲେ । ଗୋମାତା ସେହିଠାରୁ ପୂଜ୍ୟ ହୋଇବି ଅଇଁଠା ଖାଇବାକୁ ପଡ଼ିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button