ଦେଶ ବିଦେଶ

ଦେଶ- ବିଦେଶ ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂଙ୍କୁ ଗୁଳିମାଡ଼

ଅମୃତସର: ବୁଧବାର ଅମୃତସରର ସ୍ବର୍ଣ୍ଣ ମନ୍ଦିର ପ୍ରବେଶ ପଥରେ ଶିରୋମଣି ଅକାଲୀ ଦଳର ନେତା ତଥା ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳି ଚାଳନା ହୋଇଛି। ଜାଣିବାକୁ ମିଳିଛି ଯେ ତାଙ୍କ ଉପରକୁ ପୂର୍ବତନ ବାବର ଖାଲସା ଇଣ୍ଟରନ୍ୟାସନାଲ (ବି.କେ.ଆଇ) ଆତଙ୍କବାଦୀ ଗୁଳି ଚଳାଇଛି। ନାରାୟଣ ସିଂ ଚୌରା ନାମକ ଏହି ସୁଟର୍‌କୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଧରିପକାଇ ପୁଲିସ୍‌କୁ ହସ୍ତାନ୍ତର କରାଇ ଦେଇଛନ୍ତି।

ଧାର୍ମିକ ଦଣ୍ଡାଦେଶ ଭାବେ ମନ୍ଦିର ପ୍ରବେଶ ଦ୍ୱାରରେ ରାକ୍ଷୀ ଭାବରେ କାର୍ଯ୍ୟ କରୁଥିବା ସୁଖବୀର ବାଦଲ ଆକ୍ରମଣ ପରେ ବି ସୁରକ୍ଷିତ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ସେହି ସମୟର ଏକ ଭିଡିଓ ଏବେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

ସୂତ୍ରରୁ ପ୍ରକାଶ ଯେ ଚୌରା ୧୯୮୪ ମସିହାରେ ପାକିସ୍ତାନ ପାର ହୋଇ ପଞ୍ଜାବରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଚୋରା ଚାଲାଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ପାକିସ୍ତାନରେ ଚୌରାକୁ ଜେଲ୍‌ ଭାଙ୍ଗିବା ମାମଲାରେ ମଧ୍ୟ ଅଭିଯୁକ୍ତ କରାଯାଇଥିଲା। ସେ ପୂର୍ବରୁ ପଞ୍ଜାବରେ ଜେଲ ଦଣ୍ଡ ଭୋଗିସାରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button