ବ୍ୟବସାୟ

ରେଳମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା: ୬ ମାସରେ ଗୁଜରାଟରେ ଚାଲିବ ଦ୍ରୁତଗାମୀ ଟ୍ରେନ୍‌ – Utkal Mail


ସାନନ୍ଦ: ଆଗାମୀ ୬ ମାସ ଭିତରେ ଗୁଜରାଟର ଅହମଦାବାଦ ଓ ସାନନ୍ଦ ମଧ୍ୟରେ ଦ୍ରୁତଗାମୀ ରେଳ ଚଳାଚଳ କରିବ ବୋଲି ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

ଗୁଜରାଟର ସାନନ୍ଦ ନଗରୀରେ ଏକ ‘ସେମିକଣ୍ଡକ୍ଟର୍‌’ କମ୍ପାନିର (କମ୍ପ୍ୟୁଟର୍‌ ଓ ମ‌ୋବାଇଲ୍‌ କମ୍ପାନି) ଶିଳାନ୍ୟାସ ଉତ୍ସବରେ ଉଦ୍‌ବ‌ୋଧନ ଦେବା ବେଳେ ବୈଷ୍ଣବ କହିଲେ, ଏଠାରେ ବନ୍ଦେ ଭାରତ ଟ୍ରେନ୍‌ ବି ଅଟକିବ।

ସେ କହିଲେ, ଅହମଦାବାଦ ଓ ସାନନ୍ଦ ମଧ୍ୟରେ ଗୋଟାଏ ଉତ୍କୃଷ୍ଟ ଧରଣର ଟ୍ରେନ୍‌ ଚଳାଚଳ କରିବ। ଅବିଳମ୍ବେ ଆଉ ୬ ମାସ ଭିତରେ ଏହି ଅତି ଦ୍ରୁତଗାମୀ ଟ୍ରେନ୍‌ ଚାଲିବ।

Image Courtesy of Zee News

‘ସେମିକଣ୍ଡକ୍ଟର୍‌ ଇକୋସିଷ୍ଟମ୍‌’ ପ୍ରସଙ୍ଗରେ କହିବା ବ‌େଳେ ସେ କହିଛନ୍ତି, ଆଉ ଅଳ୍ପ କିଛି ବର୍ଷ ଭିତରେ ‘ସେମିକଣ୍ଡକ୍ଟର୍‌’ର ଚାହିଦା ୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ‘ମେଡ୍‌-ଇନ୍‌-ଇଣ୍ଡିଆ’ ‘ସେମିକଣ୍ଡକ୍ଟର୍‌’ଦ୍ବାରା ଦେଶର ଭବିଷ୍ୟତ ଗଢ଼ିବା ଲାଗି ପ୍ରଧାମନ୍ତ୍ରୀ ପରିକଳ୍ପନା କରିଥିବା କଥା ସେ କହିଛନ୍ତି।

ସେ କହିଛନ୍ତି ଯେ, ‘ସେମିକଣ୍ଡକ୍ଟର୍‌’ ପ୍ରତିଦ୍ବନ୍ଦ୍ବିତାରେ ଗୁଜରାଟ ନେତୃତ୍ବ ବହନ କରିଛି।

ସୂଚନାଯୋଗ୍ୟ, ଭାରତୀୟ ମୁଦ୍ରାରେ ସମୁଦାୟ ୨୨,୫୪୦ କୋଟି ଟଙ୍କା ବିନିଯୋଗ କରି ଗୁଜରାଟରେ ‘ସେମିକଣ୍ଡକ୍ଟର୍‌ ଆସେମ୍ବ୍ଲି’ ଓ ‘ଟେଷ୍ଟ୍‌ ପ୍ଲାଣ୍ଟ୍‌’ ନିର୍ମାଣ କରିବା ଲାଗି ଜୁନ୍‌ ମାସରେ ‘ମାଇକ୍ରୋନ’ ଘୋଷଣା କରିଥିଲା। ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟ କରିବା ଲାଗି ‘ମାଇକ୍ରୋନ୍‌’ ‘ଟାଟା ପ୍ରୋଜେକ୍ଟସ୍‌’କୁ ଦାୟିତ୍ବ ଦେଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button