ସକାଳୁ ଉଠି ନିଶ୍ଚୟ ଦେଖନ୍ତୁ ଏହି 5 ଟି ଜିନିଷ, ବଦଳିବ ଭାଗ୍ୟ… ( Ajira Anuchinta )

ନମସ୍କାର ବନ୍ଧୁଗଣ ତେବେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ସବୁଦିନ ସକାଳୁ ଉଠିବା ମାତ୍ରେ ଏହି ୩ ଟି କାମ କରିବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ । ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଗୀତା ମାଧ୍ୟମରେ ମନୁଷ୍ୟଙ୍କର କଲ୍ୟାଣ ପାଇଁ କେତେକ ମହତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି । ଭଗବତ ଗୀତା ଏହି ସମସ୍ତ ସଂସାରର ସର୍ବଶ୍ରେଷ୍ଠ ଗ୍ରନ୍ଥ ଅଟେ । ଏହା ସବୁ ବେଦ ଏବଂ ପୁରାଣ ଠାରୁ ବି ମହାନ ହୋଇଥାଏ ।
ଏହା ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀ ଅଟେ । ଏଣୁ ମନୁଷ୍ୟକୁ ନିଜର ଜୀବନର କଲ୍ୟାଣ ପାଇଁ ଭଗବତ ଗୀତାର ଅଧ୍ୟୟନ ନିଶ୍ଚୟ କରିବା ଉଚିତ । ଭଗବାନ ଶ୍ରୀକୃଷ୍ଣ ଦେବୀ ରୁକ୍ମଣୀଙ୍କୁ କିଛି ମହତ୍ୱପୂର୍ଣ୍ଣ ଜ୍ଞାନ ଦେଇଥିଲେ । ରୁକ୍ମଣୀଙ୍କ ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣ ଏହି ସାରା ଶଂସାରକୁ ଏହି ଜ୍ଞାନ ଦେଇଛନ୍ତି । ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ଏମିତି ୩ ଟି କାମ ବିଷୟରେ ଯାହା ସବୁଦିନ ସକାଳୁ ଉଠିତୁରନ୍ତ କରିବା ଦ୍ୱାରା ବ୍ୟକ୍ତିର ଜୀବନରୁ ଦୁଃଖ ଦାରିଦ୍ର୍ୟତା ନିରାଶା ସମାପ୍ତ ହୋଇଥାଏ ଏବଂ ମା ଲକ୍ଷ୍ମୀ ସର୍ବଦା ଏମିତି ବ୍ୟକ୍ତିଙ୍କ ଘରେ ନିବାସ କରିଥାନ୍ତି ।
ପରିବାରରେ ପ୍ରେମ ବଢିଥାଏ ଏବଂ ଘରକୁ ଆସିବାକୁ ଥିବା ସବୁ ସଙ୍କଟ ଦୂର ହୋଇଯାଏ । ଏହି ୩ ଟି କାମ ବହୁତ ମହତ୍ୱପୂର୍ଣ୍ଣ ଅଟେ । ଯାହାକୁ ପ୍ରତ୍ୟକ ମନୁଷ୍ୟକୁ ସବୁଦିନ ସକାଳୁ କରିବା ଆବଶ୍ୟକ । ଆଜିକାଲିର ଲୋକମାନେ ଆଗରୁ ପୁର୍ବଜ ମାନେ ଦେଇଥିବା ଶିକ୍ଷାକୁ ଭୁଲି ଯାଉଛନ୍ତି । ଏବଂ ସକାକୁ ଯାହା ମହତ୍ୱପୂର୍ଣ୍ଣ କାର୍ଯ୍ୟ ସବୁଠାରୁ ପ୍ରଥମେ କରିବା ଦରକାର ତାହା କରିବା ଛାଡି କରି ଅକାରଣରେ ହିଁ ଧନ ସମ୍ପତ୍ତି ପାଇବାରେ ଲାଗିଥାନ୍ତି ।
ଯେଉକାରଣରୁ ସେମାନଙ୍କୁ ମିଳୁଥିବା ଧନ ସମ୍ପତ୍ତିରୁ ସୁଖ ଏବଂ ଶାନ୍ତି ମିଳିନଥାଏ । ଯଦି କେଉଁ ବି ବ୍ୟକ୍ତି ସବୁଦିନ ସକାଳୁ ଏହି କାର୍ଯ୍ୟ କରିଥାଏ ତ ସେମାନଙ୍କୁ ଧନ ସମ୍ପତ୍ତି ଏବଂ ସୁଖ ଶାନ୍ତି ମିଳିଥାଏ ତା ସହିତ ଇଶ୍ୱରଙ୍କ ଆଶୀର୍ବାଦ ତାଙ୍କ ମୁଣ୍ଡ ଉପରେ ରହିଥାଏ । ତ ଆସନ୍ତୁ ଜାଣିବା ସବୁଦିନ ସକାଳୁ କଣ କରିବା ଉଚିତ । ଏବଂ କଣ ନକରିବା ଉଚିତ ।
ତେବେ ସକାଳୁ ଉଠି କରି ପ୍ରଥମେ କୌଣସି ଦୁଷ୍ଟ ବ୍ୟକ୍ତିର ଦର୍ଶନ ନକରିବା ଉଚିତ । ଦୁଷ୍ଟ ଦୁର୍ଜନ ବ୍ୟକ୍ତିଙ୍କର ଦର୍ଶନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ନକରାତ୍ମକତା ବଢିଥାଏ । ତା ସହିତ କୌଣସି ଚରିତ୍ରହୀନ ବ୍ୟକ୍ତିର ମୁହଁ ନଦେଖିବା ଉଚିତ । ଚରିତ୍ରହୀନ ବ୍ୟକ୍ତିର ମୁହଁ ଦେଖିଲେ ମନୁଷ୍ୟ ମନରେ କାମନା ବାସନା ଜାଗ୍ରତ ହୋଇଥାଏ ଏବଂ ବ୍ୟକ୍ତି ଦିନସାରା କାମାଗ୍ନିରେ ଜଳି ରହିଥାଏ ।
ସକାଳୁ ଉଠି କରି ତୁରନ୍ତ ମନୁଷ୍ୟକୁ କେବେବି କାହାରିକୁ ଗାଳି କରିବା ଅନୁଚିତ ହୋଇଥାଏ ଏବଂ ବିନା ସ୍ନାନରେ ଦେବୀ ଦେବତାଙ୍କ ସ୍ଥାନକୁ ଯିବା ଉଚିତ ହୋଇନଥାଏ । ସ୍ନାନ କରି ପବିତ୍ର ହେବା ପରେ ହିଁ ସେହି ସ୍ଥାନକୁ ଯିବା ଉଚିତ ।
ତେବେ ସକାଳୁ ଉଠି କରି ମନୁଷ୍ୟକୁ ଆଇନାରେ ନିଜର ଛବି ନଦେଖିବା ଉଚିତ । ଏହିପରି କରିବା ଅତ୍ୟନ୍ତ ଅଶୁଭ ମାନାଯାଇଥାଏ । ବାସ୍ତୁଶାସ୍ତ୍ରରେ କୁହାଯାଇଅଛି ସକାଳୁ ଉଠିବା ପରେ ଆଇନା ଦେଖିବା ଦ୍ୱାରା ଏହାର ଅଶୁଭ ପ୍ରଭାବ ଭାଗ୍ୟ ଉପରେ ପଡିଥାଏ । ଏବଂ ଅନେକ ଅସୁବିଧା ଆସିଥାଏ ।
ତେବେ ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ସକାଳୁ ଉଠି ନିଜ ହାତ ପାପୁଲିର ଦର୍ଶନ କରିବା ଉଚିତ କାରଣ ହାତର ଅଗ୍ରଭାଗରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି ମଧ୍ୟ ଭାଗରେ ମା ସ୍ୱରସ୍ୱତୀ ଏବଂ ସମ୍ପୂର୍ଣ୍ଣ ହାତରେ ଭଗବାନ ଶ୍ରୀକୃଷ୍ଣ ଗୋବିନ୍ଦଙ୍କ ନିବାସ ହୋଇଥାଏ । ଏଥିପାଇଁ ଆପଣ ସକାଳୁ ଉଠି ଏହି ୩ ଜଣଙ୍କର ଦର୍ଶନ ହୋଇଗଲେ ମନୁଷ୍ୟର ଭାଗ୍ୟର ଦ୍ୱାର ଖୋଲି ଯାଇଥାଏ । ଏଥିଦ୍ୱାରା ମନୁଷ୍ୟକୁ ଧନ ସମ୍ପତ୍ତି ବିଦ୍ୟା ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ ।
ଗୁରୁଜନ ମାନଙ୍କର ଆଶୀର୍ବାଦ ନେବା । ଆଜିକାଲିର ଯୁବକ ମାନେ ଗୁରୁଜନ ମାନଙ୍କର ପାଦ ଛୁଇଁବାକୁ ଏବଂ ତାଙ୍କର ଆଶୀର୍ବାଦ ପାଇବାକୁ ସରମ ଲାଗିଥାଏ । ଏହି କାରଣରୁ ଖରାପ ଅଭ୍ୟାସର ଶିକାର ହୋଇଯାଇଥାନ୍ତି । ଯେଉଁ ମନୁଷ୍ୟ ସବୁଦିନ ସକାଳୁ ଉଠି କରି ନିଜର ମାତା ପିତା ଅଥବା ଗୁରୁଜନ ମାନଙ୍କର ଚରଣ ଦର୍ଶନ କରିଥାଏ ଏବଂ ସେମାନଙ୍କର ଆଶୀର୍ବାଦ ନେଇଥାଏ ତାଙ୍କର ଜୀବନରୁ ସବୁ ସଙ୍କଟ ଦୂର ହୋଇଥାଏ ଏବଂ ସେ ସବୁବେଳେ ସଫଳତା ପାଇଥାଏ ।
ଭାରତରେ ଆପଣଙ୍କୁ କ୍ଷେତ ବହୁତ ସହଜରେ ଦେଖିବାକୁ ମିଳି ଯାଇଥାଏ । ଗରୁଡ଼ ପୁରାଣ ଅନୁସାରେ ଯଦି ସକାଳୁ ଉଠି କରି ଆପଣ କ୍ଷେତରେ ଫସଲ ଦେଖି ଦିଅନ୍ତି । ତ ଆପଣଙ୍କୁ ପୁଣ୍ୟ ଏବଂ ଲାଭ ପ୍ରାପ୍ତ ହୋଇଥାଏ । ଗୋମାତାଙ୍କର ଦର୍ଶନ । ସକାଳୁ ଉଠିବା ପରେ ହଠାତ ଆପଣଙ୍କୁ ଗୋମାତାଙ୍କର ଦର୍ଶନ ହେଉଛି ତ ଏହାକୁ ବହୁତ ଶୁଭ ମାନାଯାଇଛି । ବ୍ୟକ୍ତିଙ୍କର ସବୁ ମନସ୍କାମନା ପୂରଣ ହୋଇଥାଏ ।