ଓଡିଶାଦେଶ ବିଦେଶ

ଆନ୍ଦୋଳନକାରୀ ଆଇନଜୀବୀଙ୍କ ଲାଇସେନ୍ସ ହେବ ରଦ୍ଦ

ନୂଆଦିଲ୍ଲୀ: ଆନ୍ଦୋଳନକାରୀ ଆଇନଜୀବୀଙ୍କ ଉପରେ ସୁପ୍ରିମ କୋର୍ଟଙ୍କ କଡା ନିର୍ଦ୍ଦେଶ। ବୁଧବାର ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହର ନ କଲେ ଆନ୍ଦୋଳନକାରୀଙ୍କ ଲାଇସେନ୍ସ ହେବ ରଦ୍ଦ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଇନଜୀବୀଙ୍କ କୋର୍ଟ ବର୍ଜନ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ଏହି ଆନ୍ଦୋଳନ ପାଇଁ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା କହିଛନ୍ତି କୋର୍ଟ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାର୍ ଆସୋସିଏସନଙ୍କ  ଆନ୍ଦୋଳନ ପାଇଁ କୋର୍ଟ କାର୍ଯ୍ୟ ହୋଇପାରୁ ନାହିଁ। ଏହାକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା। ସୁପ୍ରିମକୋର୍ଟ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ, ବାର୍ କାଉନସିଲ୍ ଅଫ ଓଡ଼ିଶା ଏବଂ ଓଡ଼ିଶାର ସମସ୍ତ ଜିଲ୍ଲାର ବାର୍ ଆସୋସିଏସନ୍‌କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ଆଇନ୍‌ଜୀବୀଙ୍କ ଭିତରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button