ସଂସାରର ସବୁଠାରୁ ବଡ ପାପ କଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଯେତେବେଳେ ପାପ ପୁଣ୍ୟର କଥା ଉଠେ ସେତେବେଳେ ଲୋକମାନେ ପୂଣ୍ୟ କରିବାକୁ ଚାହାଁନ୍ତି କିନ୍ତୁ ଏମିତି ଦେଖିବାକୁ ଗଲେ ସମସ୍ତେ କିଛି ନା କିଛି ପାପ କର୍ମ ନିଶ୍ଚୟ କରନ୍ତି । ଆପଣମାନେ ତ ଜାଣିଥିବେ ଏମିତି ଲୋକ ବହୁତ ଅଛନ୍ତି ଯିଏ ପାପ କର୍ମରେ ଲିପ୍ତ ନଥାନ୍ତି । ଜୀବନ ଯାକ କେବଳ ପୂଣ୍ୟ କାମ କରି ବିତାଇ ଦେଇଥାନ୍ତି । ଯଦି ଆପଣ ଶହେ ପୂଣ୍ୟ କରିଛନ୍ତି କିନ୍ତୁ ଯଦି ଗୋଟିଏ ପାପ କରି ଦିଅନ୍ତି ତ ତେବେ ସେହି ଶହେ ପୂଣ୍ୟର ଫଳ ନଷ୍ଟ ହୋଇଥାଏ । ସେହି ବ୍ୟକ୍ତିମାନେ ନିଜ ପାପର ଦଣ୍ଡ ଏହି ଜନ୍ମରେ ହେଉ କିମ୍ବା ପରବର୍ତ୍ତୀ ଜନ୍ମରେ ନିଶ୍ଚୟ ଭୋଗ କରନ୍ତି ।
ସଂସାରରେ ବିଭିନ୍ନ ପ୍ରକାରର ଲୋକ ରହିଥାନ୍ତି । ସେଥି ମଧ୍ୟରୁ ଅନେକ ଲୋକ କେବଳ ପାପ କର୍ମରେ ଲିପ୍ତ ରୁହନ୍ତି । ଏମିତି ବି ଲୋକ ଅଛନ୍ତି ଯେଉଁମାନେ କେବଳ ପୂଣ୍ୟ କରନ୍ତି କେବେ ବି କୌଣସି ପାପ କରନ୍ତି ନାହିଁ ଏବଂ କାହାକୁ ପାପ କର୍ମ କରିବାକୁ ମଧ୍ୟ ଦିଅନ୍ତି ନାହିଁ । ତେବେ ଆଜି ଆମେ ଆପଣମାନଙ୍କୁ କହିବୁ କି ସଂସାରର ସବୁଠୁ ବଡ ପାପ କଣ ହୋଇଥାଏ । ତେବେ ଶାସ୍ତ୍ର ଅନୁସାରେ ସଂସାରରେ ସବୁଠାରୁ ବଡ ପାପ ହେଉଛି ନାରୀକୁ ଅସମ୍ମାନିତ କରିବା ।
ଭଗବାନ ନିଜେ କହିଛନ୍ତି ଯେ ସଂସାରରେ ସବୁଠାରୁ ବଡ ପାପୀ ହେଉଛି ସେହି ବ୍ୟକ୍ତି ଯିଏ ନାରୀର ଇଜ୍ଜତ ସହ ଖେଳିଥାଏ । ବିଜ୍ଞାନ ଅନୁସାରେ ନାରୀ ଶକ୍ତି ହେଉଛି ସବୁଠାରୁ ବଡ ଶକ୍ତି । କାହିଁକି ନା ଗୋଟିଏ ନାରୀ ହିଁ ଅସହ୍ୟ କଷ୍ଟ ସହ୍ୟ କରି ଗୋଟିଏ ନୂତନ ଜୀବନ ଦୁନିଆକୁ ଆଣିଥାଏ ।
ନାରୀ ସବୁଠୁ ଅଧିକ ପୂଜନୀୟ ଅଟେ । ତେବେ ଏହିପରି ଶକ୍ତିର ଅବମାନ ସଂପୂର୍ଣ୍ଣ ରୂପେ ବ୍ରହ୍ମାଣ୍ଡର ବର୍ବାଦ ସହିତ ସମାନ ହୋଇଥାଏ । ଭଗବାନଙ୍କ କହିବା ଅନୁସାରେ ନାରୀକୁ ଯିଏ ସମ୍ମାନ ଦିଏ ସେହି ବ୍ୟକ୍ତିକୁ କୋଟି ପୂଣ୍ୟ ପ୍ରାପ୍ତି ହୋଇଥାଏ ।