ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଆମେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଅନେକ ପ୍ରକାର ହେଲଥ୍ ଡ୍ରିଙ୍କସ୍ ପିଇଥାଉ । ଯଥା- ହଳଦି କ୍ଷୀର, ଡାଲଚିନି କ୍ଷୀର, ତ୍ରିଫଳା ପାଣି ପ୍ରଭୃତି । ହେଲେ ଆପଣ ଯାଣନ୍ତି କି କ୍ଷୀର ରେ ଗୁଡ଼ ମିଶେଇ ରାତିରେ ପିଇଲେ ଶରୀରକୁ ଅନେକ ଉପକାର ମିଳିଥାଏ । ଗୁଡରେ କ୍ୟାଲସିୟମ, ଫସଫରସ, ଆଇରନ, ପୋଟାସିୟମ୍, ଜିଙ୍କ, ପ୍ରୋଟିନ, ଭିଟାମିନ ବି ପରି ପୋଷକ ତତ୍ତ୍ୱ ରହିଥାଏ । ଏହା ଦ୍ୱାରା ଶରୀରରେ ରକ୍ତ ସଂଞ୍ଚାଳନ ପ୍ରକ୍ରିୟା ମଧ୍ୟ ଠିକ ହୋଇଥାଏ ।
୧. ଶୋଇବା ପୂର୍ବରୁ ଉଶୁମ କ୍ଷୀରରେ ଗୂଡ ମିଶାଇ ପିଇଲେ ପେଟଜନିତ ସମସ୍ୟା ଦୂର ହୋଇଥାଏ । ଯଦି ପାଚନ ପ୍ରକ୍ରିୟାରେ ସମସ୍ୟା ଥାଏ, ତେବେ ଏହାକୁ ପିଇବା ଦ୍ୱାରା ଉପକାର ମିଳିଥାଏ ।
୨. ଯଦି ଆପଣଙ୍କର ଆଣ୍ଠୁଗଣ୍ଠି ଯନ୍ତ୍ରଣା ପରି ସମସ୍ୟା ଅଛି ତେବେ କ୍ଷୀରରେ ଗୁଡ ମିଶାଇ ପିଇଲେ ଏହା ଭଲ ହୋଇଥାଏ । ଏହା ସହ ତ୍ୱଚାରେ ଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୩. ଆମେ ପ୍ରତିଦିନ କ୍ଷୀରରେ ଚିନି ମିଶାଇ ପିଇଥାଉ ଏହା ଶରୀରର ଓଜନ ବୃଦ୍ଧି କରିଥାଏ । କିନ୍ତୁ ଚିନି ପରିବତ୍ତତ୍ତେ ଗୁଡ ପକାଇ ପିଇବା ଦ୍ୱାରା ଶରୀରର ଓଜନ ହ୍ରାସ ହୋଇଥାଏ । ଏହା ଶରୀରରେ ମେଟାବୋଲିଜିମକୁ ବୃଦ୍ଧି କରିଥାଏ ଓ ଶରୀରର ଫ୍ୟାଟକୁ ନଷ୍ଟ କରିଥାଏ ।
୪. ଗୁଡ କ୍ଷୀରରେ ମିଶାଇ ପିଇଲେ ଗ୍ୟାସ ଜନିତ ସମସ୍ୟା ଦୂର ହୋଇଥାଏ ।
୫. ଏହାକୁ ପିଇବା ଦ୍ୱାରା ଥକାପଣ ଦୂର ହୋଇଥାଏ ଓ ରକ୍ତରେ ଥିବା ବିଷାକ୍ତ ଜିନିଷ ବାହାରି ଯାଇଥାଏ ।
Back to top button