ଦେଶ ବିଦେଶ

ହମାସର ବିନାଶ ନ ହେବା ପର୍ଯ୍ୟନ୍ତ ଅଟକିବନି ଇସ୍ରାଏଲ୍ : ନେତାନ୍ୟାହୁ – Utkal Mail


ଜେରୁଜେଲମ୍ : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ହମାସର ସମ୍ପୂର୍ଣ୍ଣ ନିପାତ ନହେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ବନ୍ଦ ହେବ ନାହିଁ। ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ମଙ୍ଗଳବାର କହିଛି ଯେ ପ୍ରଧାନମନ୍ତ୍ରୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ଏହି ସମୟରେ ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ହମାସ୍ ବିରୋଧରେ ଚାଲିଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବିଷୟରେ ପୁଟିନଙ୍କୁ ଅବଗତ କରାଯାଇଥିଲା ।

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସିଆଲ ହ୍ୟାଣ୍ଡେଲରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବ ଟ୍ୱିଟର)ରେ ଏହି କଥାବାର୍ତ୍ତା ସଂପର୍କିତ ସୂଚନା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲ ଉପରେ ନୃଶଂସ ଏବଂ ଘୃଣ୍ୟ ଆକ୍ରମଣ କରାଯାଇଥିଲା, ସେମାନେ ଯୁଦ୍ଧକୁ ଆସିଥିଲେ ଏବଂ ଏକଜୁଟ ହୋଇଥିଲେ। ପୋଷ୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଋଷ ରାଷ୍ଟ୍ରପତିଙ୍କୁ କହିଛନ୍ତି ଯେ ହାମାସକୁ ନିପାତ ନକରିବା ପର୍ଯ୍ୟନ୍ତ ଇସ୍ରାଏଲ ସେନା ପଛକୁ ହଟିବ ନାହିଁ।

ଅନ୍ୟପକ୍ଷରେ ରୁଷ୍ ବୈଦେଶିକ ମନ୍ତ୍ରଣାଳୟ ଏକ ପୋଷ୍ଟରେ କହିଛି ଯେ ଭ୍ଲାଦିମିର ପୁଟିନ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନ୍ ରେ କଥା ହୋଇଛନ୍ତି ଏବଂ ଗାଜା ଉପତ୍ୟକାରେ ହିଂସା କୁ ରୋକିବା ପାଇଁ ରୁଷ୍ ଦ୍ୱାରା ନିଆଯାଉଥିବା ପଦକ୍ଷେପ ବିଷୟରେ ତାଙ୍କୁ ଅବଗତ କରାଇଛନ୍ତି।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button