ସ୍ୱାସ୍ଥ୍ୟ

ଏହି ସହଜ ଟ୍ରିକରେ ଅଂଶିକା କମେଇଲେ ୩୨ କିଲୋ ଓଜନ, ସେଅର କରିଲେ ନିଜର କାହାଣୀ, ଜାଣନ୍ତୁ

ଆଜିକାଲିର ବ୍ୟସ୍ତତା ପୂର୍ଣ୍ଣ ଜୀବନଶୈଳୀ, ଚିନ୍ତା ଓ ଖାଦ୍ୟ ଓ ପାନୀୟକୁ ନେଇ ହେଉଥିବା ଅସାବଧାନତା ମୋଟାପାର ମୁଖ୍ୟ କାରଣ ହୋଇ ଯାଇଛି । ଯାହା ଓଜନ ବଢିବାର ମୁଖ୍ୟ କାରଣ ଅଟେ । ବର୍ତ୍ତମାନ ସମୟରେ ଏହା ଏକ ସାଧାରଣ ସମସ୍ୟା ହୋଇ ଯାଇଛି । ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଏମିତି ମହିଳାଙ୍କ କାହାଣୀ କହିବାକୁ ଯାଉଛୁ ଯିଏ ବହୁତ ଦିନ ପର୍ଯ୍ୟନ୍ତ ମୋଟାପା ପାଇଁ ଚିନ୍ତିତ ଥିଲେ କିନ୍ତୁ ସେ

କିଛି ଏମିତି କରିଲେ ଯାହା ଦ୍ଵାରା ସେ ବିନା କୌଣସି ଔଷଧ, ମହଙ୍ଗା ଟ୍ରୀଟମେଂଟ ଓ ଜିମ ନ ଯାଇ ମଧ୍ୟ ନିଜର ଓଜନ ୩୨ କିଲୋ କମ କରିଦେଲେ ।

ଆମେ ଯେଉଁ ମହିଳାଙ୍କ ବିଷୟରେ କଥା ହେଉଛୁ ତାଙ୍କର ନାମ ଅଂଶିକା ଅଟେ । ଯିଏ ନିଜର ଟ୍ରିକ ଦ୍ଵାରା ନିଜର ୩୨ କିଲୋ ଓଜନ କମ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ । ଏହା ପରେ ସେ ନିଜର କାହାଣୀ ସୋସିଆଲ ମିଡିଆରେ ଶେୟାର କରିଲେ ଯାହା ଦ୍ଵାରା ଏହାର ଲାଭ ଅନ୍ୟମାନଙ୍କୁ ବି ହୋଇପାରିବ । ରିପୋର୍ଟ ଅନୁସାରେ ଅଂଶିକା ୯ ମାସରେ ୩୨.୫ କିଲୋଗ୍ରାମ ଓଜନ କମ କରି ଦେଲେ । ଏଥିପାଇଁ ସେ ଏକ ନିୟମିତ ରୁଟିନ ଫଲୋ କରୁଥିଲେ ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଆପଣଙ୍କୁ କହିଦେଉଛୁ କି ଅଂଶିକା ମହିଳାମାନଙ୍କୁ ହେଉଥିବା ପିସିଓଡ଼ିର ଶିକାର ହୋଇ ଯାଇଥିଲେ । ଯାହା ପରେ ଲଗାତାର ତାଙ୍କର ଓଜନ ବଢିବାକୁ ଲାଗିଲା । କିନ୍ତୁ ସେ ନିଜର ବଢୁଥିବା ଓଜନ ପାଖରେ ହାର ମାନିଲେ ନାହିଁ ଓ ନିଜ ପାଇଁ ଏକ ଏମିତି ଡାଏଟ ପ୍ଳାନ କରିଲେ ଯାହା ଦ୍ଵାରା ସେ ନିଜର ଓଜନକୁ କମ କରିବାରେ ସଫଳ ହେଲେ । ତେବେ ଆସନ୍ତୁ ଜାଣିବା ଅଂଶିକାଙ୍କର ଓଜନ କମ କରିବାର ରହସ୍ୟ ।

ବ୍ରେକଫାସ୍ଟରେ ଗୋଟିଏ ପାତ୍ର ଓଟ୍ସ

ସେ ସକାଳେ ଓ ରାତିରେ ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତି । ବ୍ରେକଫାସ୍ଟରେ ଗୋଟିଏ ପାତ୍ର ଓଟ୍ସ ଖାଆନ୍ତି । ଏହା ପରେ ଲଞ୍ଚରେ ସିଝା ପନିପରିବା ସହିତ ଅଳ୍ପ ଲୁଣ ମିଶାଇ ଖାଆନ୍ତି । ଡିନର ରେ ଅଣ୍ଡାର ଧଳା ଅଂଶ ସହିତ ଫ୍ରୁଟ ସାଲାଡ ଖାଆନ୍ତି । ଏହା ପରେ କାକୁଡିର ଜୁଷ ପିଅନ୍ତି । କାରଣ ଏହା ଆପଣଙ୍କ ଭୋକକୁ କମ କରିଦିଏ ।

ସିଢି ଚଢିବା ଭଳି ଛୋଟ ମୋଟ ୱର୍କଆଉଟ ବି କରୁଥିଲେ

ଅଂଶିକା ପ୍ରଥମେ ଘରେ ୱର୍କଆଉଟ ଆରମ୍ଭ କରିଲେ । ଯେମିତି କି ଯୋଗାସନ, ଚାଲିବା, ସ୍କିପିଙ୍ଗ କରିବା, ସିଢି ଚଢିବା ଭଳି ଛୋଟ ମୋଟ ୱର୍କଆଉଟ ବି କରୁଥିଲେ ।

ଫୋକସ ବହୁତ ଜରୂରୀ ଅଟେ

ଅଂଶିକାଙ୍କ ଅନୁସାରେ ଏହି ଓଜନ କମ କରିବାରେ ତାଙ୍କର ସ୍ଵାମୀ ତାଙ୍କୁ ବହୁତ ସପୋର୍ଟ କରୁଥିଲେ । ସେ ନିଜ ଘରର କାନ୍ଥରେ ବହୁତ ମୋଟିବେଶନାଲ ପୋଷ୍ଟର ବି ଲଗାଇଲେ ଯାହା ଦ୍ଵାରା ଅଂଶିକା ମୋଟିଭେଟ ହୋଇଥାନ୍ତି ଓ ନିଜ ଉପରେ ଫୋକସ କରି ସେ ନିଜର ଓଜନ କମାଇବାରେ ସଫଳ ହୋଇଗଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button