ନୀତି

ଗରିବ ବାପା ଘରକୁ ପୁରୁଣା ସାଇକେଲ ଆଣିବା ପରେ ଖୁସିରେ ନାଚିଲା ଝିଅ – Utkal Mail


ନୂଆଦିଲ୍ଲୀ: ଦୁନିଆ ଖୁବ ଆଗେଇ ଗଲାଣି। ଲୋକେ ବି ସମୟ ସହିତ ତାଳ ଦେଇ ନିଜର ଜୀବନ‌ଶୈଳୀକୁ ପରିବର୍ତ୍ତନ କରି ଚାଲିଛନ୍ତି। ପୂର୍ବରୁ ଲୋକେ ଅନେକ ବାଟ ଚାଲିଚାଲି ଯାଉଥିଲେ। ଏହାପ‌ରେ ସମୟ ବଦଳିଲା ।ବଜାରକୁ  ଆସିଲା ସାଇକେଲ, ତା’ପରେ ରିକ୍ସା ଏମିତି ଧୀରେଧୀରେ ବିଭିନ୍ନ ପ୍ରକାରଗାଡ଼ି ବଜାରକୁ ଆସିଲା।

ଇତିମଧ୍ୟରେ  ଦେଖିବାକୁ ଗଲେ ଯିବା ଆସିବା ପାଇଁ ଗୋଟିଏ ଘରେ ଅତିକମରେ ଦୁଇତିନିଟି ଗାଡ଼ି  ତ ନିହାତି ରହୁଛି। କିନ୍ତୁ ଗରିବ ପରିବାର କଥା କହିଲେ ସେମାନଙ୍କ ପାଇଁ ସାଇକେଲଟେ କରିବା ବି କଷ୍ଟକର ହୋଇଥାଏ। ନିକଟରେ ଜଣେ ଗରିବ ବାପା  ନୂଆ ସାଇକେଲ କିଣି ପାରିବେ ନାହିଁ ବୋଲି ଝିଅ ପାଇଁ ଏକ ପୁରୁଣା ସାଇକେଲ କିଣି ଘରକୁ ଆଣିଥିଲେ। ଯାହାକୁ ଦେଖି ତାଙ୍କ ଝିଅ ଖୁସି ହୋଇଯାଇଥିଲା। ଆଉ ବାପାଙ୍କୁ କହିଥିଲା, ‘ବାପା ଏବେ ଆଉ ଚାଲିବାକୁ ପଡ଼ିବ ନାହିଁ। ଆମେ ଏବେ ସାଇକେଲରେ ବସି ଯିବା।’

 

ତେବେ ଏହି ହୃଦୟସ୍ପର୍ଶୀ ଦୃଶ୍ୟର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସାଇକେଲକୁ ଘରର ଏକ କୋଣରେ ଫିଙ୍ଗି ଦେଇଛନ୍ତି। କାରଣ ଚାକଚକ୍କ୍ୟ ଦୁନିଆରେ ଏବେ ସାଇକେଲ ଚଲାଇଲେ ଲାଜ ଲାଗିବ। ଲୋକେ ପରିହାସ କରିବେ। କିନ୍ତୁ  ଗରିବ ଲୋକ ପାଇଁ ପୁରୁଣା ସାଇକେଲ ଟିଏ ହେଲେ ବି ବହୁ ଗୁରୁତ୍ବ ରଖିଥାଏ। ଯାହା ଏହି ଭିଡିଓ ମାଧ୍ୟରେ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button